ଲାଇଫ୍ ଷ୍ଟାଇଲ୍

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ମାନସିକ ଅବସାଦରୁ ମୁକ୍ତି ଦେବ ଏହି ସବୁ ଉପାୟ

ଉତ୍ତମ ନିଦ୍ରା ଶରୀର ପାଇଁ ବେଶ ମହତ୍ୱପୂର୍ଣ୍ଣ ହୋଇଥାଏ । ଏହା ଶରୀରରେ କେବଳ ଶକ୍ତି ଉତ୍ପନ୍ନ କରିନଥାଏ ବରଂ ଶରୀରରେ କାର୍ଯ୍ୟକରିବା କ୍ଷମତାକୁ ମଧ୍ୟ ବଢ଼ାଇଥାଏ । ଯେଉଁଥିରେ ପ୍ରତିରକ୍ଷା ପ୍ରଣାଳୀ, ହାର୍ଟ, ମସ୍ତିଷ୍କ ସହ ପାଚନ ତନ୍ତ୍ରକୁ ସୁରକ୍ଷିତ ରହିଥାଏ । ଯଦି ଆପଣ ଉତ୍ତମ ନିଦ୍ରା ନେଉ ନାହାନ୍ତି, ତେବେ ଆପଣଙ୍କ ପାଚନ ତନ୍ତ୍ର ପ୍ରକ୍ରିୟା ଅନେକ ପରିମାଣରେ ପ୍ରଭାବିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ସଂପର୍କରେ କହିବାକୁ ଯାଉଛୁ । ଚାଲନ୍ତୁ ଜାଣିବା ସେ ସଂପର୍କରେ ।

– ବ୍ୟକ୍ତି ଜଣକ ଉତ୍ତମ ନିଦ୍ରା ଗ୍ରହଣ ନ କଲେଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ । ଏହାଦ୍ୱାରା ବ୍ୟକ୍ତିର ହର୍ମୋନ ଅସନ୍ତୁଳନ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ଚିଡଚିଡା ସ୍ୱଭାବର ହୋଇଯାଏ । ଶରୀରରେ କୋର୍ଟିସଲର ମାତ୍ରା ବଢ଼ିଥାଏ । ମାନସିକ ଅବସାଦ ପାଇଁ ଶରୀରରେ ଅନେକ ସମସ୍ୟା ଦେଖାଯାଏ । ଯାହାଦ୍ୱାରା ବିଷାକ୍ତ ପଦାର୍ଥ ପାଚନ ତନ୍ତ୍ର କ୍ରିୟାକୁ ବାଧା ପ୍ରାପ୍ତ କରେ । ଏହାଦ୍ୱାରା ପେଟରେ ଯନ୍ତ୍ରଣା, ଖାଦ୍ୟ ହଜମ ନ ହେବା ସହ ଅନେକ ଶାରୀରିକ ସମସ୍ୟା ଦେଖାଯାଏ ।

– ନିଦ୍ରାର ଅଭାବ ଦ୍ୱାରା ଶରୀରରେ ଥିବା ହର୍ମୋନ ଅସନ୍ତୁଳିତ ଅବସ୍ଥାରେ ରହିଥାଏ ।ଯାହାଦ୍ୱାରା ଭୋକ ବଢ଼ିଥାଏ । ଶରୀର ଅସୁସ୍ଥ ଅନୁଭବ ହୁଏ । ଏଥିପାଇଁ ଆପଣଙ୍କୁ ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଅନହେଲ୍‌ଦି ଖାଦ୍ୟଠୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ । ନୁଡଲ୍ସ ଭଳି ଜଙ୍କ ଫୁଡଠୁ ଦୂରେଇ ରହିଲେ ଆପଣଙ୍କ ଶରୀର ସୁସ୍ଥ ରହିପାରିବ ।

– ଡେରି ରାତି ଯାଏଁ ଅନିଦ୍ରା ରହିଲେ ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ । ଖାଦ୍ୟ ବିଳମ୍ବରେ ଖାଇବା ସହ ଡେରି ରାତିରେ ଶୋଇବା ଦ୍ୱାରା ପାଚନ ଶକ୍ତି ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଖାଦ୍ୟ ହଜମ ନ ହେବା ଭଳି ସମସ୍ୟା ଦେଖାଯାଏ । ତେଣୁ ସର୍ବଦା ଉତ୍ତମ ନିଦ୍ରା ନେବା ପାଇଁ ଚେଷ୍ଟା କରନ୍ତୁ ।

KNews Bureau

Recent Posts

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

2 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

9 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

35 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

44 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago