ହୃଦରୋଗୀ ଏହି ତିନିଟି ଖାଦ୍ୟରୁ ନିଶ୍ଚିତ ରୂପେ ଦୁରେଇ ରୁହନ୍ତୁ

ଆଗକୁ ଶୀତ ଋତୁ ଆସିବାକୁ ଯାଉଛି । ଏହି ଋତୁରେ ସାଧାରଣତ ଅତି ଶୀଘ୍ର ଶରୀରରେ ରୋଗ ହୋଇଥାଏ । ସାଧାରଣ ଲୋକଙ୍କ ଅପେକ୍ଷା ଏହି ଦିନ ହୃଦ ରୋଗୀ ମାନଙ୍କୁ ନିଜ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ନିହାତି ଆବଶ୍ୟକ । ପ୍ରକୃତରେ ଅନିୟମିତ ଜୀବନ ଶୈଳୀ କାରଣରୁ ହିଁ ହୃଦ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଶରୀରରେ ବ୍ଲଡ଼ ପ୍ରେସର ବଢିବା, କୋଲେଷ୍ଟେରଲ ବଢିବା, ହାର୍ଟବିଟ ବଢିବା ହେଉଛି ହୃଦ ରୋଗ ଆରମ୍ଭର ପ୍ରଥମ ଲକ୍ଷଣ । ଯଦି ବେଳ ଥାଉ ଥାଉ ସତର୍କ ନହୁଅନ୍ତି ତେବେ ଆପଣଙ୍କୁ ଅତିଶୀଘ୍ର ହାର୍ଟ ଆଟାକ, ହାର୍ଟ ଫେଲୋର, କାର୍ଡିଆକ ଆରେଷ୍ଟ ଭଳି ମାରାତ୍ମକ ରୋଗ ଗ୍ରାସ କରିବାର ଆଶଙ୍କା ଅଧିକ ଥାଏ । ଲଖନଉ ସ୍ଥିତ ଜଣେ ଡାକ୍ତର କହିଛନ୍ତିକି ସ୍ୱାଦ ଅନୁଯାୟୀ ହିଁ ଖାଦ୍ୟରେ ଲୁଣର ବ୍ୟବହାର କରିବା ଉଚିତ । ମାତ୍ରାଧିକ ଲୁଣ ସେବନ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ପ୍ୟାକେଟ ଖାଦ୍ୟର ବ୍ୟବହାର ଜମା କରିବା ଉଚିତ ନୁହେଁ । ଲୁଣ ସହ ଅଧିକ ଚିନିର ବ୍ୟବହାର କରିବା ମଧ୍ୟ ଉଚିତ ନୁହେଁ । ଅଧିକ ଚିନି ଖାଇଲେ ଶରୀରର ଧମନୀ ଗୁଡିକ ସଂକୁଚିତ ହୋଇଯିବାର ସମ୍ଭାବନା ଅଧିକ ଥାଏ । ଫଳରେ ରକ୍ତ ସଂଚାଳନ ଠିକ ଭାବେ ହୋଇପାରେ ନାହିଁ । ଏହା ସହ ଏହି ତିନିଟି ଜିନିଷକୁ  ଅନ୍ୟ ଭାଷାରେ ଧଳା ବିଷ ମଧ୍ୟ କୁହାଯାଇଥାଏ ।

ଅଧିକ ଚିନିର ବ୍ୟବହାର:

ହୃଦରୋଗୀଙ୍କ ପାଇଁ ଅଧିକ ଚିନି ସେବନ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଧଳା ଚିନିର ବ୍ୟବହାର ଯଥା ସମ୍ଭବ କମ କରିବା ଉଚିତ । ଏହା ବଦଳରେ ଆପଣ ଗୁଡର ବ୍ୟବହାର କରିପାରିବେ । ଗୁଡ ପେଟ ଥଣ୍ଡା କରିବା ସହ ଶରୀରର ରକ୍ତ ସଂଚାଳନକୁ ମଧ୍ୟ ଠିକ ରଖିଥାଏ । ଏଥିରେ ଶରୀର ପାଇଁ ଉପକାରୀ ତତ୍ତ୍ୱ ମାନ ଭରପୁର ଭାବେ ରହିଥାଏ ।

ଅଧିକ ଲୁଣର ବ୍ୟବହାର:

ମାତ୍ରାଧିକ ଲୁଣ ସେବନ ଶରୀରର ବ୍ଲଡ଼ ପ୍ରେସରର ମାତ୍ରାକୁ ବଢ଼ାଇଥାଏ । ଯାହା ଦ୍ୱାରା ଶରୀରର ହାର୍ଟ ଫେଲୋର ଓ ହାର୍ଟ ଆଟାକ ହେବାର ସମ୍ଭାବନା ବହୁ ଗୁଣ ବଢ଼ିଯାଇଥାଏ । ଏହା ଛଡା ଅଧିକ ଲୁଣ ସେବନ କିଡ୍ନୀ ସମସ୍ୟା ମଧ୍ୟ ଆଣିଥାଏ ।

ଏହା ସହ ପଢନ୍ତୁ: କାର୍ତ୍ତିକ ମାସରେ ଘରେ ପ୍ରସ୍ତୁତ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌

ମଇଦା ସେବନରୁ ବଢିଥାଏ କୋଲେଷ୍ଟେରଲ:

ଏମିତିରେ ମଇଦା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣ ହୃଦ ରୋଗୀ ତ ଆପଣଙ୍କ ପାଇଁ ଏହା ଅଧିକ ମାରାତ୍ମକ ହୋଇଥାଏ । ମଇଦାର ଅଧିକ ବ୍ୟବହାର ଶରୀରରେ କୋଲେଷ୍ଟେରଲ ମାତ୍ରା ବଢିଥାଏ । କୋଲେଷ୍ଟରଲ ଏକ ପ୍ରକାର ଫ୍ୟାଟ ହୋଇଥାଏ । ଯାହା ଧମନୀରେ ରାସ୍ତାକୁ ବନ୍ଦ କରିଦିଏ । ଯାହା ଦ୍ୱାରା ହାର୍ଟ ଆଟାକର ଆଶଙ୍କା  ବଢାଇଥାଏ ।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

3 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

13 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

24 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago