ପୁରୁଷଙ୍କ ଠାରେ ବାଞ୍ଝପଣର ଆଶଙ୍କା ବଢ଼ାଇଥାଏ ଏହି ରୋଗ, ଏବେଠୁ ହୁଅନ୍ତୁ ସଚେତନ

ଆଜିକାର ଯୁବପିଢ଼ି ନିଜ କ୍ୟାରିୟର ଓ ଚାକିରି ପାଇଁ ଏତେ ଚିନ୍ତାରେ ରହୁଛନ୍ତି ଯେ ସ୍ୱାସ୍ଥ୍ୟର ଯତ୍ନ ନେଇପାରୁନାହାନ୍ତି। ଏଣୁ ଖୁବ୍‌ କମ୍‌ ବୟସରୁ ହିଁ ସେମାନେ ବିଭିନ୍ନ ଦୂରାରୋଗର ଶିକାର ହେଉଛନ୍ତି। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ ସାରା ଦୁନିଆରେ ପ୍ରାୟ ୩୬ କୋଟି ଲୋକ ହେପାଟାଇଟିସ୍‌ ବି ଓ ସିରେ ପୀଡ଼ିତ ଅଛନ୍ତି। ହେପାଟାଇଟିସ୍‌ ହେଲେ ଲିଭର ଫୁଲିଯାଇଥାଏ। ଏହା ଯୋଗୁ ସିରୋସିସ୍‌ ଭଳି ଗମ୍ଭୀର ରୋଗ ହୋଇଥାଏ। ଏହା ବ୍ୟତୀତ ହେପାଟାଇଟିସ୍‌ ଦ୍ୱାରା ପୁରୁଷଙ୍କ ଠାରେ ବାଞ୍ଝପଣ ବା ପିଲା ନ ହେବା ଭଳି ସମସ୍ୟା ଦେଖାଦେଇଥାଏ।

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ମୁତାବକ ହେପାଟାଇଟିସ୍‌ ବି ଥିବା ପୁରୁଷଙ୍କ ଠାରେ ସନ୍ତାନ ଜନ୍ମ କରିବା ଆଶଙ୍କା ୧.୫୯ ଗୁଣ କମ୍‌ ରହିଥାଏ। ହେପାଟାଇଟିସ୍‌ ବି ଭାଇରସ୍‌ ଶୁକ୍ରାଣୁର ଗତିଶୀଳତା ଓ ପରିମାଣକୁ କମ୍‌ କରିଦିଏ।

ଦିଲ୍ଲୀର ଆଇବିଏଫ୍‌ ଏବଂ ଇନ୍‌ଫର୍ଟିଲିଟିର ଡାଇରେକ୍ଟର ଏବଂ ଫେଡେରେସନ୍‌ ଅଫ୍‌ ଅବଷ୍ଟ୍ରେଟ୍ରିକ୍ସ ଓ ଗାଇନିକୋଲୋଜିକାଲ ସୋସାଇଟି ଅଫ୍‌ ଇଣ୍ଡିଆର ମହାସଚିବ ଡା.ଋଷିକେଶ ଡି ପାଇ କହିଛନ୍ତି ହେପାଟାଇଟିସ୍‌ ଅଣ୍ଡାଶୟ ବା ଗର୍ଭାଶୟ ଗ୍ରନ୍ଥିର କାର୍ଯ୍ୟଦକ୍ଷତା ଉପରେ କୌଣସି ପ୍ରଭାବ ପକାଇନଥାଏ। ମାତ୍ର ଏହି ଭାଇରସ୍‌ ଯୋଗୁ ପୁରୁଷଙ୍କ ଶୁକ୍ରାଣୁଜନନ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ଦ୍ୱାରା ଶୁକ୍ରାଣୁର ପରିମାଣ, ଟେଷ୍ଟୋଷ୍ଟେରନ୍‌ର ସ୍ତର ଓ ଗତିଶୀଳତା କମିଯାଏ। ଫଳରେ ପୁରୁଷଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ।

ସେ କହିଛନ୍ତି ବର୍ତ୍ତମାନ ସମସ୍ତ ପିଲା ହେଉନଥିବା ଦମ୍ପତିଙ୍କୁ HBsAg ଓ HCV ପରୀକ୍ଷା କରିନେବା ଜରୁରୀ। ଏହାଦ୍ୱାରା ସେମାନଙ୍କ ପ୍ରଜନନ କ୍ଷମତା ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏଥିସହ ରୋଗ ଯେଭଳି ସାଥୀ ଓ ପିଲାଙ୍କୁ ସ୍ଥାନାନ୍ତର ନ ହେବ ସେ ନେଇ ମଧ୍ୟ ସେ ସଚେତନ ରହିପାରିବେ।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

21 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

36 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

46 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

57 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago