ଲାଇଫ୍ ଷ୍ଟାଇଲ୍

ପେଟ ଭାରି ଲାଗିବା ସମସ୍ୟାକୁ ନେଇ ଆପଣ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ଆଜିକାଲି ସାଧାରଣତଃ ଅନେକ ପ୍ରକାର ରୋଗ ହେଉଥିବାର ଦେଖିବାକୁ ମିଳୁଛି। କେବେ କେବେ ବହୁତ ଜୋରରେ ଜ୍ୱର ତ କେବେ ଡାଇବେଟିଜ୍‌ ଭଳି ଅନ୍ୟ ସମସ୍ୟା। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ସବୁ ରୋଗର ଆରମ୍ଭ ଆମ ପେଟରୁ ହିଁ ହୋଇଥାଏ। କାରଣ କୁହାଯାଇଥାଏ ଯଦି ପେଟ ସଫା ରହିନଥାଏ ତେବେ ଆପଣ ରୋଗାଗ୍ରସ୍ତ ହୋଇପାରନ୍ତି। ଏନେଇ ଯଦି କେବେ ଅଧିକ ଖାଦ୍ୟ ଖାଇଦେଇଥାନ୍ତି ତେବେ ଆମ ପେଟ ଓଜନିଆ ଲାଗିଥାଏ। ଏଥିପାଇଁ ଅଳସୁଆ, ବ୍ୟସ୍ତ ଲାଗିବା ଏବଂ ନିଦ ଲାଗିବା ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ଅନେକ ଫାଇଦା ପାଇପାରିବେ। ପେଟ ଓଜନିଆ ଲାଗୁଥିଲେ ଏହି ସମସ୍ୟା ଦୂର କରିବା ପାଇଁ ମହୁ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା ପରେ ଏକ ଚାମଚ ମହୁ ସେବନ କରିବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାବ୍ୟତୀତ ପ୍ରତ୍ୟେକ ଦିନ ଅତିକମରେ ୮ ରୁ ୧୦ ଗ୍ଲାସ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟା ଭଲ ହୋଇଥାଏ, ଯେଉଁ କାରଣରୁ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଇନଥାଏ। ଏଥିସହ ପେଟ ସଫା ରହିବା କାରଣରୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ପେଟ ଭାରି ଭାରି ଲାଗୁଥିଲେ ଏକ ଛୋଟ ଖଣ୍ଡ ଗୁଜୁରାତି ମଧ୍ୟ ଆପଣଙ୍କ ପାଇଁ ଲାଭକାରୀ ହୋଇଥାଏ। ପ୍ରତ୍ୟେକ ଦିନ ଭୋଜନ ପରେ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଏବଂ ପେଟ ଭାରି ଲାଗିବା ଭଳି ସମସ୍ୟା ଦୂର ହୋଇଥାଏ।

ଏସବୁ ବ୍ୟତୀତ ଅଳସୀ ମଞ୍ଜି ଆମ ଶରୀର ପାଇଁ ବେଶ୍‌ ଲାଭକାରୀ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା କେବଳ ପେଟ ସଫା ହୋଇନଥାଏ ବରଂ ପେଟ ଭାରି ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହିକାରଣରୁ ଆପଣ ପ୍ରତ୍ୟେକ ଦିନ ରାତିରେ ଖାଇବା ସାରିବା ପରେ ଅଳସୀ ସେବନ କରନ୍ତୁ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago