ରାଜ୍ୟ

ଜଳଛାୟା ପ୍ରକଳ୍ପ ବିଭାଗର ସେଚ କୂପ ଜରିଆରେ ଲୋକଙ୍କୁ ମିଳୁଛି ନିଶ୍ଚିତ ରୋଜଗାର, ହେଉଛି ଚିରସ୍ଥାୟୀ ବିକାଶ

କୋରାପୁଟ:  ପାହାଡିଆ ଟାଙ୍ଗରା ଜମିରେ ଫଳୁଛି ସୁନାର ଫସଲ। ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ପ୍ରକଳ୍ପ ଦ୍ଵାରା କୋରାପୁଟ ଚାଷୀ ହେଉଛନ୍ତି ଉପକୃତ। ପାହାଡିଆ ଉଚ୍ଚ ସ୍ଥାନରେ ଜମି ଥିବାରୁ ଇଛା ଥିଲେ ମଧ୍ୟ ଜଳ ଅଭାବରୁ ଚାଷୀ ତା ଜମିରେ ଚାଷ କରିପାରୁନଥିଲା। ଜଳ ଅଭାବରୁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀ କିଛି କରିପାରୁନଥିଲା। କିନ୍ତୁ ହତାଶ,ନିରାଶ ଚାଷୀଙ୍କ ମନରେ ହସ ଫୁଟାଇଛି କୋରାପୁଟ ଜଳଛାୟା ମିଶନ। ଜଳଛାୟା ମିଶନରଅଧିକାରୀମାନେ ସରଜାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ତାର ସୁଫଳ ଚାଷୀଙ୍କୁ ମିଳୁଛି। ଆଉ ଟାଙ୍ଗରା ଜମିରେ ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ଚାଷୀ।

କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲଜର ମାଝିଗୁଡା ଗ୍ରାମର ଜଣେ ଚାଷୀ ହେଉଛନ୍ତି ମଧୁସୂଦନ ମାଝି। ଜଳଛାୟା ମିଶନ ଜରିଆରେ ମହାତ୍ମାଗାନ୍ଧୀ ନିଶ୍ଚିତ ରୋଜଗାର ଯୋଜନାରେ ସେ କୂଅଟିଏ ଖୋଳାଇଛନ୍ତି । କୂଅରୁ ମୋଟର ଫମ୍ପ ଦ୍ଵାରା ପାଣି ଉଠାଇ ଜମିକୁ ଜଳସେଚିତ କରୁଛନ୍ତି। ଜମିରେ ଫୁଲକୋବି, ଟମାଟ, କଂଚା ଲଙ୍କା ଆଦି ପରିବା ଚାଷ କରି ବେଶ ୨ପଇସା ରୋଜଗାର କରି ଖୁସିରେ ଅଛନ୍ତି ଚାଷୀ ମଧୁସୂଦନ। ନିଜେ ଉପାର୍ଜନ କ୍ଷମ ହେବା ସହ ଅନ୍ଯମାନଙ୍କୁ ମଧ୍ୟ ରୋଜଗାର ଯୋଗାଇବାରେ ସକ୍ଷମ ହୋଇଛନ୍ତି।

ସେହିଭଳି କୋରାପୁଟ ଜିଲ୍ଲାରେ ୨୭୬ ଟି ସେଚ ପ୍ରକଳ୍ପ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯାଇଛି। ୨୭୬ ଜଣ ଚାଷୀ ଚିରସ୍ଥାଯୀ ରୋଜଗାର ପାଇବାରେ ସକ୍ଷମ ହୋଇଛନ୍ତି।ସେଚ କୂପ ଖନନ ସକାଶେ ୨ ଲକ୍ଷ ୫୦ ହଜାର ୧୧୯ ଦିନର ଶ୍ରମିକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଏଭଳି ଜିଲ୍ଲାରେ ଶହ ଶହ ଚାଷୀ ଉପକୃତ ହୋଇଥିବାବେଳେ ଲକ୍ଷ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ମିଳିପାରୁଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସରକାରଙ୍କ କାର୍ଯ୍ଯକ୍ରମ ଲୋକଙ୍କ ନିକଟରେ ପହଞ୍ଚୁଥୁବାରୁ ଲକ୍ଷ ଲକ୍ଷ ଲୋକଙ୍କ ହାତଜୁ କାମ ମିଳୁଥୁବା ସହ ଅଣ ଜଳସେଚିତ ଅଂଚଳର ଚାଷୀ ବେଶ ଲାଭ ବାନ ହେଉଛନ୍ତି। ଯାହା ଅତି ଖୁସିର ବିଷୟ।

 

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

36 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago