ଲାଇଫ୍ ଷ୍ଟାଇଲ୍

ଶିରା ଦବିବା ସମସ୍ୟାରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

ମଣିଷ ଜନ୍ମ ହୋଇଛି ମାନେ ବୟସ ବଢିବ ଏବଂ ମୃତ୍ୟୁ ନିଶ୍ଚିତ ହେବ। ଆଉ ଯଦି ଆମର ଜୀବନଶୈଳୀ ସଠିକ୍‌ ନ ହୁଏ, ତେବେ ଶରୀର ଅନେକ ପ୍ରକାର ରୋଗର ଘର ହୋଇଯାଏ। ଡାଇବେଟିଜ୍‌, ରକ୍ତଚାପ ସାଧାରଣ ରୋଗ ହୋଇଗଲାଣି। ସେପରି ଆଜିକାଲି ଶିରା ଦବିବା ମଧ୍ୟ ସାଧାରଣ ହୋଇଗଲାଣି। ବୟସ ବଢିବା ହେଉ ଅବା ରାତିରେ ବିଳମ୍ବରେ ଶୋଇବା କିମ୍ବା ଉଠିବା ହେଉ ପ୍ରତିଦିନର ଏପରି ଅନେକ କାରଣ ଯୋଗୁଁ ଏହା ହୋଇପାରେ। ଶରୀରର କୌଣସି ଶିରା ଦବିଥିଲେ ଗଣ୍ଠିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଅଧିକାଂଶ କାନ୍ଧ, ହାତ ଏବଂ ଗୋଡର ଜଏଣ୍ଟ କିମ୍ବା ଅଣ୍ଟାର ଶିରା ଦବିଥିଲେ ଏପରି ସମସ୍ୟା ଦେଖାଦିଏ। ଏହି ଯନ୍ତ୍ରଣା ଯୋଗୁଁ ମଣିଷକୁ ଦିନ ରାତି ସମସ୍ୟା ସାମ୍ନା କରିଥାଏ।

ଡାକ୍ତର ପରାମର୍ଶ ଛଡା ଆପଣ ଘରୋଇ ଉପାୟ ଆପଣାଇ ଏପରି ସମସ୍ୟାରୁ ମୁକ୍ତି ପାଇପାରିବେ। ନର୍ଭସ ସିଷ୍ଟମକୁ ଭଲ କରୁଥିବା କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ଆପଣ ସମସ୍ୟାରୁ ମୁକ୍ତି ପାଇପାରିବେ।

– ପାନରେ ଲଗାଯାଉଥିବା ଚୂନରେ ଦବିଥିବା ଶିରା ସମସ୍ୟା ଦୂର ହୋଇଥାଏ। ଦିନକୁ ଥରେ ଅଳ୍ପ ଟିକେ ଚୂନ ଖାଇବାକୁ ପଡିବ। ଏହାକୁ ଆପଣ ଦହି, ଲସି କିମ୍ବା କ୍ଷୀର ମିଶାଇ ଖାଇପାରିବେ। ଏମିତି କିଛିଦିନ କରିବା ପରେ ଆପଣ ଫରକ ଦେଖିପାରିବେ।

– ସୈନ୍ଧ ଲୁଣର ଅନେକ ଫାଇଦା ରହିଛି। ଆୟୁର୍ବେଦରେ ଏହାର ବ୍ୟବହାର କରାଯାଏ। ଦବିଥିବା ଶିରା ପାଇଁ ଆପଣ ପ୍ରତିଦିନ ଏହାକୁ ନେଇ ବ୍ୟବହାର କରିପାରିବେ। ଆପଣ ଏକ କପଡାରେ ବାନ୍ଧି ଏହି ଲୁଣକୁ ନେଇ ଗାଧୋଇବା ପାଣିରେ ପକାଇ ଦିଅନ୍ତୁ। ଏବେ ଏହି ପାଣିରେ ପ୍ରତିଦିନ ଗାଧାନ୍ତୁ। ଆପଣଙ୍କ ସମସ୍ୟା ଦୂର ହେବ।

– ଆୟୁର୍ବେଦରେ ମେଥି ଦାନାର ବେଶ୍‌ ଫାଇଦା ରହିଛି। ଯଦି ଆପଣ ପ୍ରତିଦିନ ମେଥି ଦାନା ପାଣି ପିଅନ୍ତି, ତେବେ ଡାଇବେଟିଜ ହେବାର ସମ୍ଭାବନା କମ୍‌ ଥାଏ। ଦବିଥିବା ଶିରାର ଚିକିତ୍ସା ପାଇଁ ମେଥି ଦାନା ପେଷ୍ଟ ବ୍ୟବହାର କରିପାରିବେ। ରାତିରେ ମେଥି ଦାନାକୁ ଭିଜାଇ ଦିଅନ୍ତୁ। ଏହାକୁ ପେଷ୍ଟ କରି ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ତା’ ଉପରେ ଏକ ପଟି ବାନ୍ଧିଦିଅନ୍ତୁ। ସପ୍ତାହକୁ ୩ରୁ ୪ଥର ଏପରି କରନ୍ତୁ।

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

11 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

15 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

18 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

31 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

48 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago