ଟେକ୍

ଖୁବ ଶୀଘ୍ର ଲଞ୍ଚ୍‌ ହୋଇପାରେ IPhone 14 ! ରହିଛି ଲାଟେଷ୍ଟ ଫିଚର

ଆପଲ୍ ର ଲାଟେଷ୍ଟ ଆଇଫୋନ୍ ସିରିଜ୍ ଯଥା ଆଇଫୋନ୍ 14 ଆସନ୍ତା ମାସରେ ଲଞ୍ଚ ହେବ। ଯେଉଁଠାରେ ଅନ୍ୟ ଟେକ୍ନୋଲୋଜି କମ୍ପାନୀଗୁଡିକ ମାସକ ପୂର୍ବରୁ ସେମାନଙ୍କ ପ୍ରଡକ୍ଟକୁ ଟିଜ୍ କରିବା ଆରମ୍ଭ କରୁଥିବା ବେଳେ ଆପଲ୍ ର ମାର୍କେଟିଂ ଷ୍ଟାଇଲ ସମ୍ପୂର୍ଣ୍ଣ ଭିନ୍ନ। ମିଳିଥିବା ସୂଚନା ଅନୁସାରେ, Apple Inc. ସେପ୍ଟେମ୍ବର ୭ରେ iPhone 14 ଲଞ୍ଚ୍‌ କରିବା ପାଇଁ ଏକ ଲଞ୍ଚ୍‌ ଇଭେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏହି ସିରିଜ୍ ସହିତ କମ୍ପାନୀ ୱାଚ୍ ସିରିଜ୍ 8 ଲଞ୍ଚ କରିବ ବୋଲି କୁହାଯାଉଛି।

ଇଭେଣ୍ଟରେ ନୂଆ Mac, ଲୋ-ଏଣ୍ଡ୍‌ ଓ ହାଇ-ଏଣ୍ଡ୍‌ iPads ଏବଂ ୩ଟି Apple ୱାଚ୍‌ ମଡେଲ୍‌ ମଧ୍ୟ ଲଞ୍ଚ୍‌ ହେବ। ଏହି ଇଭେଣ୍ଟକୁ ଅନ୍‌ଲାଇନ୍‌ରେ ଷ୍ଟ୍ରିମ୍‌ କରାଯିବା ଲାଗି କମ୍ପାନୀ ଯୋଜନା କରିଛି। ଫୋନ୍‌ ଲଞ୍ଚ୍‌ ହେବାର ଦେଢ଼ ସପ୍ତାହ ପରେ ଷ୍ଟୋରରେ ଏହାକୁ ଉପଲ୍ଲବ୍ଧ କରାଯିବ। iPhone 14 ର ଲୁକ୍‌ iPhone 13 ଭଳି ହେବ। ୫-୪ ଇଞ୍ଚ୍ ଭର୍ସନ ବଦଳରେ ୬-୭ ଇଞ୍ଚ୍‌ର ସ୍କ୍ରିନ୍‌ ସହ ଏକ ମଡେଲ୍‌ ଯୋଡ଼ାଯିବ। ସେହିପରି Apple ରେଗୁଲାର୍‌ iPhone 14 ମଡେଲ୍‌ରେ iPhone ଭଳି A15 ଚିପ୍‌ ରହିବ।

iPhone 14 Proରେ କ୍ୟାମେରା ସିଷ୍ଟମରେ ଏକ ବଡ଼ ପରିବର୍ତ୍ତନ କରାଯିବ। ପ୍ରୋ ମଡେଲ୍‌ରେ ୧୨ ମେଗାପିକ୍ସେଲ୍‌ ଅଲ୍‌ଟ୍ରାୱାଇଡ୍‌ ଓ ଟେଲିଫଟୋ ସେନସର୍‌ ସମେତ ୪୮ ମେଗାପିକ୍ସେଲର ୱାଇଡ୍‌ ଏଙ୍ଗଲ୍‌ କ୍ୟାମେରା ଆପଣ ପାଇପାରିବେ। ଏହାସହ ଭିଡିଓ ରେକର୍ଡିଂ ଓ ବ୍ୟାଟେରୀରେ ମଧ୍ୟ କିଛିଟା ପରିବର୍ତ୍ତନ ଆଣିବା ଲାଗି କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି। iPhone 14 Pro ଲାଇନ୍‌ ପାଇଁ ଏକ ବଡ଼ ପରିବର୍ତ୍ତନ ଆସିପାରେ।

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ ଆଇଫୋନ୍ 14 ମଡେଲରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳେ । ଅନ୍ୟପକ୍ଷରେ, ଆଇଫୋନ୍ 14 ପ୍ରୋ ମଡେଲରେ ଅଧିକ ପରିବର୍ତ୍ତନ ଦେଖାଯିବ। ଏହି କ୍ରମରେ, କ୍ୟାମେରା ଠାରୁ ପ୍ରୋସେସର୍ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ଦେଖିବାକୁ ମିଳେ।

Barsha

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago