ଲାଇଫ୍ ଷ୍ଟାଇଲ୍

ସ୍କିନ୍‌ ର‍୍ୟାସେସ୍ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପ୍ରବଳ ଖରା ହୋଇଥାଏ । ତେବେ ଏହି ସମୟରେ ଶରୀରରୁ ଅତ୍ୟଧିକ ଝାଳ ବାହାରିଥାଏ । ଅତ୍ୟଧିକ ଝାଳ ବାହାରିବା ଯୋଗୁ ସ୍କିନ୍‌ ର‍୍ୟାସେସ୍ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବାସ୍ତବରେ ଲୋକଙ୍କ ମଧ୍ୟରେ ସ୍କିନ୍‌ ଆଲର୍ଜି ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ଏହି ଋତୁରେ ଏହାର ସମସ୍ୟା ଲୋକଙ୍କ ମଧ୍ୟରେ ବହୁତ ଅଧିକ ହୋଇଯାଏ । ତେବେ ସ୍କିନ୍‌ ଆଲର୍ଜି ହେବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଥର ଏହା କୌଣସି ପ୍ରକାରର ଔଷଧ ଖାଇବା ପରେ କିମ୍ବା କିଛି ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ସ୍କିନ୍‌ ଆଲର୍ଜି ସମସ୍ୟା ହୋଇଥାଏ । ଏପରି ପରିସ୍ଥିତିରେ ଆପଣ କିଛି ସହଜ ଘରୋଇ ଉପଚାର ଗ୍ରହଣ କରି ସ୍କିନ୍‌ ଆଲର୍ଜି ସମସ୍ୟାରୁ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ।

ସ୍କିନ୍‌ ଆଲର୍ଜି ଯୋଗୁଁ ଏପରି ସମସ୍ୟା ଦେଖାଦେଇଥାଏ :

ତେବେ ସ୍କିନ୍‌ର ଆଲର୍ଜି ଯୋଗୁ ସ୍କିନ୍‌ରେ ବହୁତ କୁଣ୍ଡେଇ ହୋଇଥାଏ ଏବଂ ଚର୍ମ ଲାଲ ପଡିଯାଏ, ଏହା ସହ ସ୍କିନ୍‌ ଫୁଲି ମଧ୍ୟ ଯାଏ । ଅନେକ ଥର ଏପରି ହେବା ଦ୍ୱାରା ଏହା ପୂରା ଶରୀରରେ ହୋଇଯାଏ । ଯାହାଫଳରେ ଏହା ଆଗକୁ ଯାଇ ଧୀରେ ଧୀରେ ଚର୍ମ ରୋଗ ଭାବେ ସ୍କିନ୍‌ରେ ଦେଖିବାକୁ ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସ୍କିନ୍‌ ଆଲର୍ଜିର ଲକ୍ଷଣ କ’ଣ ହୋଇଥାଏ ।

ଜାଣନ୍ତୁ ସ୍କିନ୍‌ ଆଲର୍ଜିର ଲକ୍ଷଣ :

ତେବେ ସ୍କିନ୍‌ ଆଲର୍ଜି ହେବା ଦ୍ୱାରା ଚର୍ମ ଲାଲ ପଡିବାକୁ ଲାଗିଥାଏ ଏବଂ ଅତ୍ୟଧିକ କୁଣ୍ଡେଇ ହେବାକୁ ଲାଗିଥାଏ । ଏହା ବ୍ୟତୀତ ସ୍କିନ୍‌ରେ ଦାଗ ମଧ୍ୟ ଦେଖା ଦେଇଥାଏ । ଯାହା ଫଳରେ ସ୍କିନ୍‌ ର‍୍ୟାସେସ୍ ହୋଇଯାଏ । ଏହା ଦ୍ୱାରା ଚର୍ମ ପୋଡିବାକୁ ଲାଗିଥାଏ । ଏପରି ସବୁ ହେବା ଫଳରେ ପୂରା ଶରୀରରେ ଘାଆ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଯେ ସ୍କିନ୍‌ ଆଲର୍ଜିରୁ ବଞ୍ଚିବା ପାଇଁ କେଉଁ ଘରୋଇ ଉପଚାର ଗ୍ରହଣ କରିବା ଉଚିତ ।

ସ୍କିନ୍‌ ଆଲର୍ଜି ପାଇଁ ଏହି ଘରୋଇ ଉପଚାର ବ୍ୟବହାର କରିପାରିବେ :

ଆଲୋଭେରା : ସ୍କିନ୍‌ ଆଲର୍ଜିରୁ ମୁକ୍ତି ପାଇବା ପାଇଁ ଆଲୋଭେରା ବହୁତ ସହାୟକ ହୋଇପାରେ । ଏହା ଏକ ଆୟୁର୍ବେଦିକ ଔଷଧ ଯାହାକୁ ଆପଣ ଚର୍ମ ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ । ଆଲୋଭେରା ଆପଣଙ୍କ ସ୍କିନ୍‌କୁ ଥଣ୍ଡା କରିଥାଏ । ଆପଣଙ୍କ ଶରୀରର ସେହି ଅଂଶରେ ଆଲୋଭେରା ଲଗାନ୍ତୁ ଯେଉଁଠାରେ ଆଲର୍ଜି ସମସ୍ୟା ହେଉଛି । ଏହା ସ୍କିନ୍‌ ଆଲର୍ଜିର ପୋଡା, ଯନ୍ତ୍ରଣା ଏବଂ ଫୁଲା ଠାରୁ ଯଥେଷ୍ଟ ଆରାମ ଦେଇପାରେ ।

କପୁର ଏବଂ ନଡ଼ିଆ ତେଲ : ଚର୍ମ ଦାଗ ହେଲେ ଚର୍ମକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ । ଏହାକୁ କମ୍‌ କରିବା ପାଇଁ ନଡ଼ିଆ ତେଲ ଏବଂ କପୁର ବ୍ୟବହାର କରନ୍ତୁ । କପୁରକୁ ଗ୍ରାଇଣ୍ଡ କରି ନଡ଼ିଆ ତେଲରେ ମିଶାନ୍ତୁ । ଏହା ପରେ ସେହି ମିଶାଇଥିବା ଜିନିଷକୁ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହି ଜିନିଷକୁ ଦିନକୁ ଦୁଇଥର ଇନ୍‌ଫେକ୍ସନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାଦ୍ୱାରା ଚର୍ମ ଦାଗ କମିଯିବ ଏବଂ ଆରାମ ମିଳିବ ।

ଫିଟିକିରି : ଆପଣଙ୍କୁ ସ୍କିନ୍‌ର ଯେଉଁଠାରେ ଇନ୍‌ଫେକ୍ସନ୍‌ ହେଉଛି, ଆପଣ ସେହି ସ୍ଥାନରେ ଫିଟିକିରି ବ୍ୟବହାର କରିପାରିବେ । ତେବେ ଫିଟିକିରି ଚର୍ମ ଦାଗ ଏବଂ କୁଣ୍ଡେଇବାକୁ ନିୟନ୍ତ୍ରଣ କରେ । ସେଥିପାଇଁ ଫିଟିକିରି ଏବଂ ନଡ଼ିଆ ତେଲ ମଧ୍ୟ ସେହି ସ୍ଥାନରେ ପ୍ରୟୋଗ କରିପାରିବେ ।

ନିମ୍ବ ପତ୍ର : ନିମ୍ବ ପତ୍ର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ହୋଇଥାଏ । ସ୍କିନ୍‌ ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ଆଲର୍ଜି ସମସ୍ୟା ଦୂର କରିବାରେ ନିମ୍ବ ପତ୍ରର ବ୍ୟବହାର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ନିମ୍ବ ପତ୍ରକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରି ଇନ୍‌ଫେକ୍ସନ୍‌ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍‌ ଆଲର୍ଜିକୁ ଭଲ କରିପାରେ । ସେଥିପାଇଁ ଖରା ସମୟରେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏହି ସବୁ ଜିନିଷ ବ୍ୟବହାର କରିପାରିବେ ।

D Sonali

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

2 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

8 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

38 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

45 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago