ସ୍କିନ୍ ର୍ୟାସେସ୍ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ
ଗ୍ରୀଷ୍ମ ଋତୁରେ ଶରୀରରୁ ଅତ୍ୟଧିକ ଝାଳ ବାହାରିଥାଏ । ଅତ୍ୟଧିକ ଝାଳ ବାହାରିବା ଯୋଗୁ ସ୍କିନ୍ ର୍ୟାସେସ୍ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବାସ୍ତବରେ ଲୋକଙ୍କ ମଧ୍ୟରେ ସ୍କିନ୍ ଆଲର୍ଜି ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ଏହି ଋତୁରେ ଏହାର ସମସ୍ୟା ଲୋକଙ୍କ ମଧ୍ୟରେ ବହୁତ ଅଧିକ ହୋଇଯାଏ । ତେବେ ସ୍କିନ୍ ଆଲର୍ଜି ହେବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।

ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ପ୍ରବଳ ଖରା ହୋଇଥାଏ । ତେବେ ଏହି ସମୟରେ ଶରୀରରୁ ଅତ୍ୟଧିକ ଝାଳ ବାହାରିଥାଏ । ଅତ୍ୟଧିକ ଝାଳ ବାହାରିବା ଯୋଗୁ ସ୍କିନ୍ ର୍ୟାସେସ୍ ଏବଂ କୁଣ୍ଡେଇ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ବାସ୍ତବରେ ଲୋକଙ୍କ ମଧ୍ୟରେ ସ୍କିନ୍ ଆଲର୍ଜି ଏକ ସାଧାରଣ ସମସ୍ୟା ହୋଇଥାଏ । କିନ୍ତୁ ଏହି ଋତୁରେ ଏହାର ସମସ୍ୟା ଲୋକଙ୍କ ମଧ୍ୟରେ ବହୁତ ଅଧିକ ହୋଇଯାଏ । ତେବେ ସ୍କିନ୍ ଆଲର୍ଜି ହେବା ଦ୍ୱାରା ଆପଣ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଅନେକ ଥର ଏହା କୌଣସି ପ୍ରକାରର ଔଷଧ ଖାଇବା ପରେ କିମ୍ବା କିଛି ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ସ୍କିନ୍ ଆଲର୍ଜି ସମସ୍ୟା ହୋଇଥାଏ । ଏପରି ପରିସ୍ଥିତିରେ ଆପଣ କିଛି ସହଜ ଘରୋଇ ଉପଚାର ଗ୍ରହଣ କରି ସ୍କିନ୍ ଆଲର୍ଜି ସମସ୍ୟାରୁ ମୁକ୍ତି ପାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ।
ସ୍କିନ୍ ଆଲର୍ଜି ଯୋଗୁଁ ଏପରି ସମସ୍ୟା ଦେଖାଦେଇଥାଏ :
ତେବେ ସ୍କିନ୍ର ଆଲର୍ଜି ଯୋଗୁ ସ୍କିନ୍ରେ ବହୁତ କୁଣ୍ଡେଇ ହୋଇଥାଏ ଏବଂ ଚର୍ମ ଲାଲ ପଡିଯାଏ, ଏହା ସହ ସ୍କିନ୍ ଫୁଲି ମଧ୍ୟ ଯାଏ । ଅନେକ ଥର ଏପରି ହେବା ଦ୍ୱାରା ଏହା ପୂରା ଶରୀରରେ ହୋଇଯାଏ । ଯାହାଫଳରେ ଏହା ଆଗକୁ ଯାଇ ଧୀରେ ଧୀରେ ଚର୍ମ ରୋଗ ଭାବେ ସ୍କିନ୍ରେ ଦେଖିବାକୁ ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସ୍କିନ୍ ଆଲର୍ଜିର ଲକ୍ଷଣ କ’ଣ ହୋଇଥାଏ ।
ଜାଣନ୍ତୁ ସ୍କିନ୍ ଆଲର୍ଜିର ଲକ୍ଷଣ :
ତେବେ ସ୍କିନ୍ ଆଲର୍ଜି ହେବା ଦ୍ୱାରା ଚର୍ମ ଲାଲ ପଡିବାକୁ ଲାଗିଥାଏ ଏବଂ ଅତ୍ୟଧିକ କୁଣ୍ଡେଇ ହେବାକୁ ଲାଗିଥାଏ । ଏହା ବ୍ୟତୀତ ସ୍କିନ୍ରେ ଦାଗ ମଧ୍ୟ ଦେଖା ଦେଇଥାଏ । ଯାହା ଫଳରେ ସ୍କିନ୍ ର୍ୟାସେସ୍ ହୋଇଯାଏ । ଏହା ଦ୍ୱାରା ଚର୍ମ ପୋଡିବାକୁ ଲାଗିଥାଏ । ଏପରି ସବୁ ହେବା ଫଳରେ ପୂରା ଶରୀରରେ ଘାଆ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଯେ ସ୍କିନ୍ ଆଲର୍ଜିରୁ ବଞ୍ଚିବା ପାଇଁ କେଉଁ ଘରୋଇ ଉପଚାର ଗ୍ରହଣ କରିବା ଉଚିତ ।
ସ୍କିନ୍ ଆଲର୍ଜି ପାଇଁ ଏହି ଘରୋଇ ଉପଚାର ବ୍ୟବହାର କରିପାରିବେ :
ଆଲୋଭେରା : ସ୍କିନ୍ ଆଲର୍ଜିରୁ ମୁକ୍ତି ପାଇବା ପାଇଁ ଆଲୋଭେରା ବହୁତ ସହାୟକ ହୋଇପାରେ । ଏହା ଏକ ଆୟୁର୍ବେଦିକ ଔଷଧ ଯାହାକୁ ଆପଣ ଚର୍ମ ଦାଗ ଦୂର କରିବା ପାଇଁ ବ୍ୟବହାର କରିପାରିବେ । ଆଲୋଭେରା ଆପଣଙ୍କ ସ୍କିନ୍କୁ ଥଣ୍ଡା କରିଥାଏ । ଆପଣଙ୍କ ଶରୀରର ସେହି ଅଂଶରେ ଆଲୋଭେରା ଲଗାନ୍ତୁ ଯେଉଁଠାରେ ଆଲର୍ଜି ସମସ୍ୟା ହେଉଛି । ଏହା ସ୍କିନ୍ ଆଲର୍ଜିର ପୋଡା, ଯନ୍ତ୍ରଣା ଏବଂ ଫୁଲା ଠାରୁ ଯଥେଷ୍ଟ ଆରାମ ଦେଇପାରେ ।
କପୁର ଏବଂ ନଡ଼ିଆ ତେଲ : ଚର୍ମ ଦାଗ ହେଲେ ଚର୍ମକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ । ଏହାକୁ କମ୍ କରିବା ପାଇଁ ନଡ଼ିଆ ତେଲ ଏବଂ କପୁର ବ୍ୟବହାର କରନ୍ତୁ । କପୁରକୁ ଗ୍ରାଇଣ୍ଡ କରି ନଡ଼ିଆ ତେଲରେ ମିଶାନ୍ତୁ । ଏହା ପରେ ସେହି ମିଶାଇଥିବା ଜିନିଷକୁ ଆଲର୍ଜି ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହି ଜିନିଷକୁ ଦିନକୁ ଦୁଇଥର ଇନ୍ଫେକ୍ସନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାଦ୍ୱାରା ଚର୍ମ ଦାଗ କମିଯିବ ଏବଂ ଆରାମ ମିଳିବ ।
ଫିଟିକିରି : ଆପଣଙ୍କୁ ସ୍କିନ୍ର ଯେଉଁଠାରେ ଇନ୍ଫେକ୍ସନ୍ ହେଉଛି, ଆପଣ ସେହି ସ୍ଥାନରେ ଫିଟିକିରି ବ୍ୟବହାର କରିପାରିବେ । ତେବେ ଫିଟିକିରି ଚର୍ମ ଦାଗ ଏବଂ କୁଣ୍ଡେଇବାକୁ ନିୟନ୍ତ୍ରଣ କରେ । ସେଥିପାଇଁ ଫିଟିକିରି ଏବଂ ନଡ଼ିଆ ତେଲ ମଧ୍ୟ ସେହି ସ୍ଥାନରେ ପ୍ରୟୋଗ କରିପାରିବେ ।
ନିମ୍ବ ପତ୍ର : ନିମ୍ବ ପତ୍ର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ହୋଇଥାଏ । ସ୍କିନ୍ ପାଇଁ ଏହା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ଆଲର୍ଜି ସମସ୍ୟା ଦୂର କରିବାରେ ନିମ୍ବ ପତ୍ରର ବ୍ୟବହାର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ନିମ୍ବ ପତ୍ରକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାକୁ ଗ୍ରାଇଣ୍ଡ୍ କରି ଏକ ପେଷ୍ଟ ପ୍ରସ୍ତୁତ କରି ଇନ୍ଫେକ୍ସନ୍ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍ ଆଲର୍ଜିକୁ ଭଲ କରିପାରେ । ସେଥିପାଇଁ ଖରା ସମୟରେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏହି ସବୁ ଜିନିଷ ବ୍ୟବହାର କରିପାରିବେ ।