Below header

କୁନି ଝିଅ କାନ୍ଧରେ ରୋଗୀଣା ମା’ର ବୋଝ, ପରିତ୍ୟକ୍ତ ଗୁହାଳ ଘରେ ପଡି ରହିଛନ୍ତି ଅସହାୟ ମା’ ଝିଅ

୫ ବର୍ଷର ଝିଅ । ଦୁନିଆ କଣ ଭଲରେ ଜାଣିନି କିନ୍ତୁ ନିଜ ଜନ୍ମ କଲା ମା’ ର ସାଜିଛି ମା’ । ରୋଗୀଣା ୪୫ ବର୍ଷୀୟ ମା’ର ଦାୟିତ୍ୱ ନେବା ସହ ତାର ସେବା ଯତ୍ନ କରୁଛି ଏହି କୁନି ଝିଅ । ରାତି ପାହିଲେ ତାର ପ୍ରତିଟି ଦିନ କଟୁଛି ରୋଗୀଣା ମା’ର ସେବାରେ । ନିଜର ଘର ନଥିବାରୁ ଶଯ୍ୟାଶାୟୀ ମା’କୁ ନେଇ ଜଣଙ୍କ ଗୁହାଳ ଘର କଡ଼ରେ ଆଶ୍ରୟ ନେଇଛି ।

ବାଲେଶ୍ବର: ୫ ବର୍ଷର ଝିଅ । ଦୁନିଆ କଣ ଭଲରେ ଜାଣିନି କିନ୍ତୁ ନିଜ ଜନ୍ମ କଲା ମା’ ର ସାଜିଛି ମା’ । ରୋଗୀଣା ୪୫ ବର୍ଷୀୟ ମା’ର ଦାୟିତ୍ୱ ନେବା ସହ ତାର ସେବା ଯତ୍ନ କରୁଛି ଏହି କୁନି ଝିଅ । ରାତି ପାହିଲେ ତାର ପ୍ରତିଟି ଦିନ କଟୁଛି ରୋଗୀଣା ମା’ର ସେବାରେ । ନିଜର ଘର ନଥିବାରୁ ଶଯ୍ୟାଶାୟୀ ମା’କୁ ନେଇ ଜଣଙ୍କ ଗୁହାଳ ଘର କଡ଼ରେ ଆଶ୍ରୟ ନେଇଛି । ପାଖ ପଡୋଶୀ ଘରୁ ଯାହା କିଛି ମାଗି ଆଣୁଛି ସେଥିରେ ନିଜେ ଖାଉଛି ଆଉ ମା’ କୁ ଖୁଆଉଛି । ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରୁ ଲୁହ ବହିଯିବ । ଏ ହେଉଛି ଜଳେଶ୍ବର ପୌରପାଳିକା ଅନ୍ତର୍ଗତ ମାଲଗୋଦାମ ସାହିର କୁନି ଝିଅର କରୁଣ କାହାଣୀ । ଠିକ ଭାବେ କଥା କହି ପାରୁ ନଥିବା କିଛି ବୁଝି ପାରୁନଥିବା ଏହି କୁନି ଝିଅ ଟିର ନାଁ ହେଉଛି ପୂଜା । ଆଉ ଏହି ନାଁ ଟି ସେ ନିଜେ ଦେଇଛି । ସେ ଦୁଃଖ କଣ ଜାଣେନି ସତ କିନ୍ତୁ ଦୁଃଖର ପାହାଡ଼ ମୁଣ୍ଡାଇଛି । କଷ୍ଟ କଣ ଅନୁଭବ କରି ପାରୁନି ସତ କିନ୍ତୁ ସେ କଷ୍ଟକୁ ପ୍ରତି ମୁହୂର୍ତ୍ତରେ ଯୁଝୁଛି । ଯେଉଁ ବୟସ ରେ ଧୂଳି ମାଟି ରେ ଖେଳିବା କଥା ଆଉ ମା କୂନି ଝିଅର ଅଳି ଅର୍ଦ୍ଦଳି ଶୁଣିବା କଥା ସେହି ବୟସରେ କୁନି ଝିଅ ପାଲଟିଛି ୠଗଣ ଶଯ୍ୟାଶାୟୀ ମା’ ର ସେବିକା ।

ଶଯ୍ୟାଶାୟୀ ମା’କୁ ଖୁଆଇ ଦେଉଛି ଆଉ କେତେ ବେଳେ ଗୋଡ଼ ଆଉଁସି ଦେଉଛି ତ କେତେବେଳେ ମୁଣ୍ଡ ଆଉଁସି ଦେଉଛି । ଏତେ ବଡ଼ ଦୁନିଆରେ ସେ ଆଜି ଏକା ହୋଇଯାଇଛି । ସକାଳ ହେଲେ ସେ ବାହାରି ଯାଏ ପେଟ ପାଇଁ ଖାଇବା ଗଣ୍ଡେ ମାଗିବାକୁ, ଆଉ ମାଗିକି ଯାହା ଖାଇବା ଆଣେ ମାଆକୁ ଖୁଆଇ ସାରିଲା ପରେ ବଳିପଡ଼ିଥିବା ଖାଇବା ଖାଇ ସେ ଖୁସି ହୋଇଯାଏ । ହେଲେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହିଥାଏ । ପ୍ରକୃତ ଘର ଠିକଣା କେଉଁଠି ଜଣା ନଥିବା ବେଳେ ମାଲଗୋଦାମ ସାହିରେ ଏହି ପରିତ୍ୟକ୍ତ ଗୁହାଳ ଘରେ ପଡି ରହିଛନ୍ତି ଅସହାୟ ମା’ ଝିଅ ।

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ମୁନ୍ସିପାଲଟିରେ ଅବସ୍ଥିତ ପାଞ୍ଚ ନମ୍ବର ୱାର୍ଡ ପଥରପୁରା ମାଲଗୋଦାମ ସାହିରେ ରୁହନ୍ତି ୫ ବର୍ଷର କୁନି ଝିଅ ପୂଜା ଆଉ ତାଙ୍କ ରୋଗୀଣା ମା’ ବାସନ୍ତୀ । ମଦ୍ୟପ ବାପ କେବେ ଠୁ ଯାଇଛି ଯେ ଯାଇଛି, ଏହି ମା’ ଝିଅ ରାସ୍ତାକଡ଼ ରେ ଥିବା ଏକ ସରକାରୀ ଜାଗାରେ ଗୁହାଳ ଘରେ ଆଜକୁ ଅନେକ ଦିନ ଧରି ରହି ଆସୁଛନ୍ତି । ରୋଜଗାର କରି ମା ଝିଅଙ୍କ ପେଟରେ ମୁଠେ ଦାନା ଦେବା ପାଇଁ କେହି ନାହାଁନ୍ତି । ବାସନ୍ତୀ ନିଜେ ପକ୍ଷାଘାତ ରୋଗରେ ଆକ୍ରାନ୍ତ, କୁନି ଝିଅଟି ପେଟ ଭୋକ ନ ସହି ପାରି ପର ଘରୁ ଭିକ ମାଗି ନିଜର ଆଉ ମାଆର ପେଟ ପୋଷେ । ବେଳେ ବେଳେ ସାହି ପଡୋଶୀଙ୍କ ସାହାଯ୍ୟରେ ମା ସେବା ଶୁଶ୍ରୁଷା କରେ । ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ପହଞ୍ଚି ତାଙ୍କୁ ସାହାଯ୍ୟ କରିବା ସହ ମା ବାସନ୍ତୀର ଚିକିତ୍ସା ଓ କୁନି ଝିଅ ପୂଜାର ଉଜ୍ୱଳ ଭବିଷ୍ୟତ ତା ପାଠପଢ଼ା ଦାୟିତ୍ୱ ନେବା ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.