କାହିଁକି କୁକୁର ଏବଂ ବିଲେଇ ପରସ୍ପରକୁ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ ଏହା ପଛର ମଜାଦାର କାରଣ

ଆପଣ ମଧ୍ୟ ନିଶ୍ଚୟ ଦେଖିଥିବେ ରାସ୍ତାର କୁକୁରମାନେ ହଠାତ୍ ବିଲେଇ ଦେଖିବା ପରେ ସେମାନଙ୍କୁ ମାରିବା ପାଇଁ ତାଙ୍କ ପଛରେ ଦୌଡନ୍ତି । ଅଧିକାଂଶ କ୍ଷେତ୍ରରେ କୁକୁରମାନେ ରାଗରେ ବିଲେଇମାନଙ୍କୁ ଗୋଡ଼ାଉଥିବାର ଦେଖାଯାଏ । ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଝଗଡା କ’ଣ ପାଇଁ ହୁଏ? ସେମାନେ ପରସ୍ପରକୁ ପସନ୍ଦ କରନ୍ତିନି କାହିଁକି?

କୁକୁର ବିଲେଇଙ୍କର ଝଗଡା ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ । ଏମାନଙ୍କ ଝଗଡାର ଅନେକ ଦୃଶ୍ୟ ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । ରାସ୍ତା ଘାଟ ଗଳି କନ୍ଦିରେ ପ୍ରାୟ ସମୟରେ ଏମାନଙ୍କ ଝଗଡା ଦେଖିବାକୁ ମିଳିଥାଏ । ଆପଣ ଲକ୍ଷ କରିଥିବେ ଯେତେବେଳେ ଛୋଟ ପିଲାମାନେ ନିଜ ମଧ୍ୟରେ ଝଗଡା କରନ୍ତି, ସେମାନଙ୍କ ପିତାମାତା ସେମାନଙ୍କୁ କହିଥାନ୍ତି କାହିଁକି କୁକୁର ବିଲେଇ ପରି ଝଗଡା କରୁଛ! କୁକୁର ଏବଂ ବିଲେଇ ଏପରି ଦୁଇଟି ପ୍ରାଣୀ, ଯାହା ମଧ୍ୟରେ ବନ୍ଧୁତା ଖୁବ କମ ଦେଖାଯାଏ ।

ଆପଣ ମଧ୍ୟ ନିଶ୍ଚୟ ଦେଖିଥିବେ ରାସ୍ତାର କୁକୁରମାନେ ହଠାତ୍ ବିଲେଇ ଦେଖିବା ପରେ ସେମାନଙ୍କୁ ମାରିବା ପାଇଁ ତାଙ୍କ ପଛରେ ଦୌଡନ୍ତି । ଅଧିକାଂଶ କ୍ଷେତ୍ରରେ କୁକୁରମାନେ ରାଗରେ ବିଲେଇମାନଙ୍କୁ ଗୋଡ଼ାଉଥିବାର ଦେଖାଯାଏ । ତେବେ ଏହି ଦୁଇଜଣଙ୍କ ମଧ୍ୟରେ ଝଗଡା କ’ଣ ପାଇଁ ହୁଏ? ସେମାନେ ପରସ୍ପରକୁ ପସନ୍ଦ କରନ୍ତିନି କାହିଁକି? ଆସନ୍ତୁ ଜାଣିବା ଏହି ବିଷୟରେ ବିଜ୍ଞାନ କ’ଣ କହୁଛି । ବୈଜ୍ଞାନିକମାନେ ଏହାର କାରଣ ବୁଝିବାକୁ ଚେଷ୍ଟା କରିଥିଲେ କାହିଁକି ଉଭୟଙ୍କ ମଧ୍ୟରେ ଏହି ଶତ୍ରୁତା ରହିଛି ଏବଂ ପ୍ରକାଶିତ କାରଣଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ । ତେବେ ଆସନ୍ତୁ ଜାଣିବା କୁକୁରମାନେ ବିଲେଇମାନଙ୍କୁ କାହିଁକି ପସନ୍ଦ କରନ୍ତି ନାହିଁ ?

ଯଦିଓ ଅଧିକାଂଶ କୁକୁର ବିଲେଇମାନଙ୍କୁ ଗୋଡ଼ାଉଥିବାର ଦେଖାଯାଏ, କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ ବିଲେଇ ମଧ୍ୟ କୁକୁରକୁ ପସନ୍ଦ କରେ ନାହିଁ । ଉଭୟ ପ୍ରାଣୀ ପରସ୍ପରକୁ ପସନ୍ଦ ନକରିବାର କାରଣ ହେଉଛି ସେମାନଙ୍କର ପ୍ରକୃତି । ବାସ୍ତବରେ, କୁକୁର ଏକ ଗୋଷ୍ଠୀରେ ରହିବାକୁ ପସନ୍ଦ କରୁଥିବା ବେଳେ ବିଲେଇ ଏକାକୀ ରହିବାକୁ ପସନ୍ଦ କରେ । ସେ ଅନ୍ୟ ବିଲେଇମାନଙ୍କ ସହିତ କେବେ ବି ଚାଲନ୍ତି ନାହିଁ । ଏହା ବ୍ୟତୀତ ପରସ୍ପରକୁ ନାପସନ୍ଦ କରିବାର ଆଉ ଏକ ବଡ଼ କାରଣ ଅଛି । ଯେତେବେଳେ କୁକୁର ପ୍ରଥମ ଥର ପାଇଁ ବିଲେଇକୁ ଦେଖେ, ସେତେବେଳେ ସେ ଏହାକୁ ବନ୍ଧୁ ବନେଇବାକୁ ଚେଷ୍ଟା କରେ ।

ସେ ବିଲେଇ ନିକଟକୁ ଆସି ଏହାର ଶରୀରକୁ ଶୁଙ୍ଘିବାକୁ ଚେଷ୍ଟା କରେ । ଏହା ହିଁ ବିଲେଇକୁ କ୍ରୋଧିତ କରେ । ଏହି ସମୟ ମଧ୍ୟରେ କୁକୁରମାନେ ମଧ୍ୟ ଲାଞ୍ଜ ହଲାଇ ବନ୍ଧୁତା ପାଇଁ ଇଚ୍ଛା ପ୍ରକାଶ କରନ୍ତି, କିନ୍ତୁ ବିଲେଇମାନଙ୍କ ଆଚରଣରେ, ଲାଞ୍ଜ ହଳାଇବା ଅର୍ଥ କ୍ରୋଧିତ ହେବା । ତେଣୁ ସେମାନଙ୍କର ଆଚରଣ ନିଜେ ଉଭୟଙ୍କ ମଧ୍ୟରେ କ୍ରୋଧର କାରଣ ହୋଇଯାଏ । ତେଣୁ, ଯେତେବେଳେ ବି କୁକୁର ସାଙ୍ଗ ହେବା ପାଇଁ ବିଲେଇ ପାଖକୁ ଯାଏ ବିଲେଇ କୁକୁରଠାରୁ ଦୂରତା ରଖିବାକୁ ଚେଷ୍ଟା କରେ ।

ଏହିପରି ଅନୁଭୂତି ପରେ କୁକୁର ଏବଂ ବିଲେଇ ପରସ୍ପର ପ୍ରତି ନାପସନ୍ଦ ଆଚରଣ କରନ୍ତି । ସରଳ ଭାଷାରେ, ଏହାକୁ ଏକ ପ୍ରକାର ଦ୍ୱନ୍ଦ୍ୱ କୁହାଯାଇପାରେ ଯାହା ଉଭୟଙ୍କ ମଧ୍ୟରେ ସୃଷ୍ଟି ହୁଏ । କିନ୍ତୁ ଯଦି କୁକୁର ଏବଂ ବିଲେଇ ଗୋଟିଏ ଘରେ ରୁହନ୍ତି, ତେବେ ମାଲିକ ଚାହିଁଲେ ସେମାନେ ବନ୍ଧୁ ହୁଅନ୍ତି । ଅନେକ କ୍ଷେତ୍ରରେ ଉଭୟେ ଗୋଟିଏ ଘରେ ଖୁସିରେ ଜୀବନଯାପନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।

You might also like