ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂହଙ୍କୁ ଝଟକା, ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂଙ୍କ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସେ ହାଇକୋର୍ଟର ସମନ ରଦ୍ଦ ନ କରିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇଛୁକ ନାହାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ କରୁଥିବା ମାମଲାରେ ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି । ଗୁଜରାଟ ୟୁନିଭରସିଟି ମାନହାନି ମାମଲାରେ ସଞ୍ଜୟ ସିଂଙ୍କ ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସେ ହାଇକୋର୍ଟର ସମନ ରଦ୍ଦ ନ କରିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇଛୁକ ନାହାନ୍ତି । ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କୁ ଟ୍ରାୟଲ କୋର୍ଟକୁ ଯିବାକୁ କହିଛନ୍ତି ।

ସଞ୍ଜୟ ସିଂହଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ ମାମଲାରେ ସଞ୍ଜୟ ସିଂହ ଗୁଜରାଟ ହାଇକୋର୍ଟ ଦ୍ୱାରା ନିମ୍ନ ଅଦାଲତର ସମନକୁ ରଦ୍ଦ କରିବାର ଦାବିକୁ ପ୍ରତ୍ୟାଖାନ କରିବାକୁ ଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ଫେବୃଆରୀ ୧୬ ରେ ସଞ୍ଜୟ ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମାକୁ ରଦ୍ଦ କରିବାକୁ ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଗୁଜରାଟର ଏକ ମେଟ୍ରୋପଲିଟାନ ଅଦାଲତ କେଜ୍ରିୱାଲ ଏବଂ ସଞ୍ଜୟ ସିଂହଙ୍କୁ ପିଏମ ମୋଦି ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଅପମାନଜନକ ବିବୃତ୍ତି ପାଇଁ ଡକାଇଥିଲେ । ଏହି କାରଣରୁ ବିଶ୍ୱବିଦ୍ୟାଳୟ ତାଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛି । ଏହା ପରେ ନିମ୍ନ ଅଦାଲତରେ ହାଜର ହେବା ପାଇଁ ବାରମ୍ବାର ଆପ୍‌ ସାଂସଦଙ୍କ ନିକଟକୁ ବାରମ୍ବାର ସମନ ପଠାଯାଉଥିଲା ।

ତେବେ ସଞ୍ଜୟ ସିଂହଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ରେବେକା ଜନ୍‌ କହିଛନ୍ତି, ସଞ୍ଜୟ ସିଂ ତରଫରୁ ୟୁନିଭରସିଟିକୁ ନେଇ ଯାହା କୁହାଯାଇଥିଲା, ସେଥିରେ ମାନହାନି ଭଳି କିଛି ନାହିଁ । ସେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀକୁ ନେଇ ମନ୍ତବ୍ୟ ଦେଇଥିଲେ । ୟୁନିଭରସିଟିର ମାନହାନି ହେବାର କିଛି ନାହିଁ । ଆଡିସନାଲ ଚିଫ ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ଜରିଆରେ ସଞ୍ଜୟ ସିଂଙ୍କୁ ମାନହାନି ମାମଲାରେ ସମନ ପଠାଯାଇଥିଲା । ସଞ୍ଜୟ ସିଂ ସୁପ୍ରିମକୋର୍ଟରେ ୟାଚିକା ଦାୟର କରି ସମନକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ହେଲେ ଜଷ୍ଟିସ ବିଆର ଗବଇ ଏବଂ ଜଷ୍ଟିସ ସନ୍ଦୀପ ମେହତାଙ୍କ ପୀଠ ଏହି ମାଲାରେ ଶୁଣାଣି ଆପ୍‌ ସାଂସଦଙ୍କ ଯାଚିକାକୁ ଖାରଜ କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.