ଚିତାବାଘ ସାଙ୍ଗେ ସେଲଫି, ଭାଇରାଲ ହେଉଛି ଭିଡିଓ

ନିକଟରେ ଜଣେ କୃଷକ ଚିତା ବାଘ ସହ ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ । ଯାହା ପରେ ତାଙ୍କ ଭିଡିଓ ଏମିତି ଭାଇରାଲ ହୋଇଛି ଯେ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି । କୃଷକ ଜଣକ ଚିତାକୁ ଟିକେ ବି ଭୟ କରିନାହାନ୍ତି ।

ବତ୍ତର୍ମାନ ସମୟରେ ଲୋକମାନେ ସୋସିଆଲ ମିଡିଆରେ ଫେମସ୍‌ ହେବା ପାଇଁ କିଛି ନା କିଛି ଭିନ୍ନ କଣ୍ଟେଣ୍ଟ କରୁଛନ୍ତି । ଲୋକଙ୍କୁ ଆକର୍ଷିତ କରିବା ପାଇଁ କଣ୍ଟେଣ୍ଟ କ୍ରିଏଟରମାନେ ସ୍ୱତନ୍ତ୍ର ଭିଡିଓ ଓ ଫଟୋ ପୋଷ୍ଟ କରନ୍ତି । ସମାନ ଭାବେ ଜଣେ କୃଷକଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେ ମୋବାଇଲ ୟୁଜରମାନେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ତେବେ ନିକଟରେ ଜଣେ କୃଷକ ଚିତା ବାଘ ସହ ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ । ଯାହା ପରେ ତାଙ୍କ ଭିଡିଓ ଏମିତି ଭାଇରାଲ ହୋଇଛି ଯେ ଲୋକମାନେ ନିଜ ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି । କୃଷକ ଜଣକ ଚିତାକୁ ଟିକେ ବି ଭୟ କରିନାହାନ୍ତି । ଚିତା ବାଘଟି ତଳେ ବସିଥିବାବେଳେ ବ୍ୟକ୍ତ ଜଣଙ୍କ ନିଜ ଫୋନ ଧରି ଫଟୋ ଓ ଭିଡିଓ କରିବାରେ ବ୍ୟସ୍ତ ଥିଲେ । ସୌଭାଗ୍ୟବଶତଃ ବାଘଟି ଉକ୍ତ ବ୍ୟକ୍ତିଙ୍କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନି । କିନ୍ତୁ ଏମାନେ ହେଉଛନ୍ତି ବଣ ଜନ୍ତୁ । କେତେବେଳେ ଯେ କାହାକୁ ଆକ୍ରମଣ କରିବେ ତାହା କହି ହେବନି । ତେଣୁ ଏଭଳି ଦୁଃସାହସିକ କାର୍ଯ୍ୟ କରୁଥିଲେ ସାବଧାନ ।

ଭାଇରାଲ ହୋଇଥିବା ଭିଡିଓରେ ବିଲ ମଝିରେ ହିଁ ବାଘ ଓ ବ୍ୟକ୍ତି ଜଣଙ୍କ ଅଛନ୍ତି । କେହି ଜଣେ ଦୂରରୁ ଥାଇ ସେମାନଙ୍କ ଭିଡିଓ କରିଥିବା ଜଣାପଡ଼ିଛି । ଲୋକମାନେ ଯେମିତି କୁକୁର ସହ ସେଲଫି ନିଅନ୍ତି ସମାନ ଭାବେ ବ୍ୟକ୍ତି ଜଣଙ୍କ ବାଘ ସହ ସେଲଫି ନେଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଛନ୍ତି । ୟୁଜରମାନେ ଭିଡିଓକୁ ନେଇ କମେଣ୍ଟ ମଧ୍ୟ କରୁଛନ୍ତି । ଏଠାରେ କହି ରଖିବାକୁ ଚାହିଁବୁ ଯେ ଏଭଳି ବିପଜ୍ଜନକ କାମ ଠାରୁ ଦୂରେଇ ରୁହନ୍ତୁ । କଣ୍ଟେଣ୍ଟ କରିବା ପଛରେ ଏମିତି ଦୁଃସାହସିକ କାର୍ଯ୍ୟ ଆପଣଙ୍କ ଜୀବନ ନେଇପାରେ ତେଣୁ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.