ଆରମ୍ଭ ହେଉଛି ଚୈତ୍ର ନବରାତ୍ର: ଜାଣନ୍ତୁ କ’ଣ ଶିକ୍ଷା ଦିଅନ୍ତି ମା’ଦୁର୍ଗାଙ୍କ ୯ ଅବତାର

ଚଳିତବର୍ଷ ଚୈତ୍ର ନବରାତ୍ରି ଏପ୍ରିଲ ୯ରୁ ଆରମ୍ଭ ହୋଇ ଏପ୍ରିଲ ୧୭ ରେ ଶେଷ ହେବ । ଏହି ନଅ ଦିନ ଯାକ ମା’ ଦୁର୍ଗାଙ୍କ ୯ଟି ଭିନ୍ନ ଭିନ୍ନ ରୂପ ପୂଜା ପାଇଥାନ୍ତି । ତେବେ ମା’ଙ୍କ ଏହି ୯ଟି ରୂପ ୯ ପ୍ରକାରର କଥା ଶିକ୍ଷା ଦେଇଥାନ୍ତି । ଆସନ୍ତୁ ଜାଣିବା ମା’ଙ୍କ କେଉଁ ଦିନର କେଉଁ ରୂପ, କ’ଣ ଶିକ୍ଷା ଦିଏ...

ଚୈତ୍ର ନବରାତ୍ରି ୯ ଦିନ ପାଇଁ ପାଳନ କରାଯାଏ । ଏହି ୯ ଦିନର ପ୍ରତ୍ୟେକ ଦିନ ଦେବୀ ଦୁର୍ଗାଙ୍କ ନଅଟି ଭିନ୍ନ ଭିନ୍ନ ଅବତାରକୁ ସମର୍ପିତ । ମାନ୍ୟତା ରହିଛି, ଏହି ନଅ ଦିନ ଯାକ ମା’ ଦୁର୍ଗା ଭକ୍ତଙ୍କ ସହ ରହିବା ପାଇଁ ସ୍ୱର୍ଗରୁ ପୃଥିବୀକୁ ଆସିଥାନ୍ତି । ଏଣୁ ଏହାକୁ ଶୁଭ ସମୟ ବୋଲି କୁହାଯାଏ ।

ଚଳିତବର୍ଷ ଚୈତ୍ର ନବରାତ୍ରି ଏପ୍ରିଲ ୯ରୁ ଆରମ୍ଭ ହୋଇ ଏପ୍ରିଲ ୧୭ ରେ ଶେଷ ହେବ । ଏହି ନଅ ଦିନ ଯାକ ମା’ ଦୁର୍ଗାଙ୍କ ୯ଟି ଭିନ୍ନ ଭିନ୍ନ ରୂପ ପୂଜା ପାଇଥାନ୍ତି । ଏ ବର୍ଷ ପ୍ରତିପଦା ତିଥି ଏପ୍ରିଲ ୯ ମଙ୍ଗଳବାର ପଡ଼ୁଛି । ଏହି ଦିନ ଘଟ ସ୍ଥାପନା ସହ ୯ ଦିନ ଯାଏଁ ମା’ ଦୁର୍ଗାଙ୍କ ଆରାଧନା ଆରମ୍ଭ ହୁଏ । ତେବେ ମା’ଙ୍କ ଏହି ୯ଟି ରୂପ ୯ ପ୍ରକାରର କଥା ଶିକ୍ଷା ଦେଇଥାନ୍ତି । ଆସନ୍ତୁ ଜାଣିବା ମା’ଙ୍କ କେଉଁ ଦିନର କେଉଁ ରୂପ, କ’ଣ ଶିକ୍ଷା ଦିଏ…

  • ମା’ ଶୈଳପୁତ୍ରୀଙ୍କଠାରୁ ଧୈର୍ଯ୍ୟ ଓ ସହନଶୀଳତା ଗୁଣ ଆପଣାଇବା ଉଚିତ୍‌ ।
  • ମା’ ବ୍ରହ୍ମଚାରିଣୀଙ୍କ ଠାରୁ ତପସ୍ୟା ଓ ସଂଯମତା ଶିଖିବା ଆବଶ୍ୟକ ।
  • ମା’ ଚନ୍ଦ୍ରଘଣ୍ଟା ଶିଖାନ୍ତି ଭକ୍ତି ଏବଂ ସେବା ଗୁଣ ।
  • ମା’ କୁଷ୍ମାଣ୍ଡା ସାହସ ଓ ଉତ୍ସାହର ପ୍ରତୀକ ।
  • ମା’ ସ୍କନ୍ଦମାତା ମାତୃତ୍ୱ ଓ ସନ୍ତାନଙ୍କ ଯତ୍ନ ନେବାକୁ ଶିକ୍ଷା ଦେଇଥାନ୍ତି ।
  • ମା’ କାତ୍ୟାୟନୀଙ୍କୁ ଧର୍ମର ସ୍ୱରୂପ କୁହାଯାଏ ।
  • ମା’ କାଳରାତ୍ରି ବିନାଶର ସ୍ୱରୂପ ଭାବେ ଜଣାଶୁଣା । ଆମେ ଅନାବଶ୍ୟକ ଓ ହାନିକାରକ ଜିନିଷକୁ ତ୍ୟାଗ କରିବା ଆବଶ୍ୟକ ବୋଲି ସେ ଶିକ୍ଷା ଦେଇଥାନ୍ତି ।
  • ମା’ ମହାଗୌରୀ ପବିତ୍ରତା ଓ ଶୁଦ୍ଧତାର ଆବଶ୍ୟକତା ବୁଝାଇଥାନ୍ତି ।
  • ମା’ ସିଦ୍ଧିଦାତ୍ରୀ ଆତ୍ମସମର୍ପଣ ଓ ସାଧନାର ମହତ୍ତ୍ୱ କ’ଣ, ତାହା ଶିକ୍ଷା ଦେଇଥାନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.