ଲାଇଫ୍ ଷ୍ଟାଇଲ୍

ଝାଳ ଯୋଗୁ ମୁହଁ କଳା ପଡ଼ିଯାଇଥିଲେ ବ୍ୟବହାର କରନ୍ତୁ ଏହି ଫେସ୍‌ପ୍ୟାକ୍‌, ଫେରିଆସିବ ପୂର୍ବ ଚମକ

ଖରାଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ନଚେତ୍‌ ମୁହଁର ଚମକ ଚାଲିଯିବା ସମ୍ଭାବନା ରହିଛି। ଗ୍ରୀଷ୍ମଦିନେ ବାହାରକୁ ବାହାରିଲେ ସୂର୍ଯ୍ୟକିରଣ ଦେହରେ ପଡ଼ିଥାଏ। ଫଳରେ ଟ୍ୟାନ୍‌ ଦେଖାଯାଏ। ତ୍ୱଚାରେ ଟାନ୍‌ ଯେତେ ଶୀଘ୍ର ଆସେ ତାହା ଯିବାକୁ ମଧ୍ୟ ସେତିକି ଅଧିକ ସମୟ ଲାଗେ। ଏଣୁ ମହିଳାମାନେ ଖରାଦିନେ ମୁହଁ ଢାଙ୍କି ପଦାକୁ ବାହାରିଥାନ୍ତି। ଖରାଦିନେ ଝାଳ ଯୋଗୁ ମୁହଁ କଳା ପଡ଼ିଯାଏ। ଏଥିରୁ ମୁକୁଳିବା ପାଇଁ ମହିଳାମାନେ ବିଭିନ୍ନ ଉତ୍ପାଦ ବ୍ୟବହାର କରିଥାନ୍ତି, ଯାହା ପରେ ସାଇଡ ଇଫେକ୍ଟ ଦେଖାଏ। ତେବେ ଆପଣଙ୍କ ତ୍ୱଚା ବି ଯଦି ଖରା ଯୋଗୁ କଳା ପଡ଼ିଯାଉଛି ତେବେ କେତେକ ଘରୋଇ ଉପାୟ ଆପଣାଇ ପୁଣିଥରେ ପୂର୍ବ ଭଳି ମୁଲାୟମ ତ୍ୱଚା ପାଇପାରିବେ…

ହଳଦୀ-ବେସନ ପ୍ୟାକ୍‌:

ଝାଳ ଯୋଗୁ ମୁହଁରେ ଦେଖାଦେଉଥିବା କଳାପଣ ଦୂରେଇବା ପାଇଁ ସବୁଠୁ ଭଲ ଉପାୟ ହେଉଛି ହଳଦୀ ଓ ବେସନର ପ୍ୟାକ୍‌। ଏକ ଚାମଚ ବେସନ, ଅଧ ଚାମଚ ହଳଦୀ, ଏକ ଚାମଚ ଦହି, ଏକ ଚାମଚ ଲେମ୍ବୁ ରସକୁ ଏକାଠି ମିଶାଇ ଏକ ପ୍ୟାକ୍‌ ବନାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ରଖନ୍ତୁ। ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।

ହଳଦୀ ଓ ଦହି:

ହଳଦୀ ଓ ଦହିର ଫେସ୍‌ପ୍ୟାକ୍‌ ମଧ୍ୟ ତ୍ୱଚାର କଳାପଣ ଦୂର କରିଥାଏ। ଏହାକୁ ବନାଇବା ପାଇଁ ଦୁଇ ଚାମଚ ହଳଦୀ, ଏକ ଚାମଚ ଗୋଲାପ ଜଳ ଓ ଅଧ ଚାମଚ ଦହି ମିଶାନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ। ସପ୍ତାହକୁ ତିନିଥର ଏହି ପ୍ୟାକ୍‌ ଲଗାଇବା ଦ୍ୱାରା ମୁହଁର କଳାପଣ ଦୂର ହୋଇଥାଏ।

ଓଟ୍ସ ଫେସ୍‌ ପ୍ୟାକ୍‌:

ଓଟ୍‌ମିଲର ଫେସ୍‌ ପ୍ୟାକ୍‌ ମଧ୍ୟ ମୁହଁର କଳାପଣ ଦୂର କରିବାରେ ସାହାଯ୍ୟ କରେ। ଏହାକୁ ତିଆରି କରିବା ପାଇଁ ଦୁଇ ଚାମଚ ଓଟ୍‌ମିଲରେ ଏକ ଚାମଚ ଦହି, ଅଧା ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏହି ପ୍ୟାକ୍‌ ତ୍ୱଚାର କଳାପଣ ଦୂର କରିଥାଏ।

WCW 11

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago