ସ୍କିନ୍ ଟାଇପ୍ ହିସାବରେ ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍, ହେବ ନାହିଁ କୌଣସି କ୍ଷତି

ଦାଗ-ଚିହ୍ନ ଥିବା ଚେହେରାକୁ କ୍ଳିନ ଏବଂ ସୁନ୍ଦର କରିବା ପାଇଁ ମହିଳା ଅନେକ ପ୍ରକାରର ବ୍ଯୁଟି ଟ୍ରିଟମେଣ୍ଟ ଏବଂ କ୍ରିମର ବ୍ଯବହାର କରିଥାନ୍ତି। ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। କିନ୍ତୁ ଆପଣ ଘରୋଇ ପ୍ରସ୍ତୁତ ଫେସିଆଲ ଅଏଲ ଦ୍ବାରା ପାଇପାରିବେ ଚମକଦାର ଏବଂ ଚିକ୍କଣ ତ୍ବଚା। ତାହା ମଧ୍ୟ ବହୁତ କମ ଟଙ୍କା ଖର୍ଚ୍ଚରେ। ଫେସିଆଲ ଅଏଲର ବ୍ଯବହାର କେବଳ ଯେ ଆପଣଙ୍କୁ ଚମକଦାର ଚେହେରା ଦେଇଥାଏ ତାହା ନୁହଁ ବରଂ ଦାଗ- ଚିହ୍ନ, ବ୍ରଣ ଏବଂ ବିଭିନ୍ନ ପ୍ରକାରର ସଂକ୍ରମଣରୁ ଚେହେରାକୁ ବଞ୍ଚାଇଥାଏ। ଏଥିସହ ଏହା ଆଣ୍ଟି ଏଜିଂ ଏବଂ ସ୍କିନ୍ ଡ୍ରାଏନେସ ସମସ୍ଯାକୁ ମଧ୍ୟ ଦୂର କରିଥାଏ।

କିପରି ପ୍ରସ୍ତୁତ କରିବେ ଫେସିଆଲ ଅଏଲ୍

ନଡ଼ିଆ, ବାଦାମ ଏବଂ ରାଶି ତେଲକୁ କିଛି ମାତ୍ରାରେ ମିଶ୍ରିତ କରି ଆପଣ ଫେସିଆଲ ଅଏଲ ପ୍ରସ୍ତୁତ କରିପାରିବେ। ଏହାକୁ ରାତିରେ ଶୋଇବା ପୂର୍ବରୁ ମାଲିସ କରିବା ସହ ସକାଳୁ ଧୋଇଦିଅନ୍ତୁ। ଦେଖିବେ ଚେହେରା କିପରି ଚମକିବ।

ଜୋଜୋବା ଅଏଲକୁ ମଧ୍ୟ ଆପଣ ଫେସିଆଲ ଅଏଲ ଭାବେ ବ୍ଯବହାର କରିପାରିବେ। କିନ୍ତୁ ଏହାକୁ ଭୁଲରେ ମଧ୍ୟ ସିଧାସଳଖ ଚେହେରାରେ ଲଗାନ୍ତୁ ନାହିଁ। ଏହାକୁ ସବୁବେଳେ ନାଇଟ କ୍ରିମ ବା ମଶ୍ଚୋରାଇଜର ସହ ମିଶାଇ ବ୍ଯବହାର କରନ୍ତୁ।

ତ୍ବଚା ହିସାବରେ ବାଛନ୍ତୁ ଫେସିଆଲ ଅଏଲ୍

ଅଏଲି ସ୍କିନ୍

ଅରଗାନ୍ ଫେସିଆଲ ଅଏଲ ଅଏଲି ସ୍କିନ୍ ପାଇଁ ସବୁଠାରୁ ଭଲ ଅପସନ ଅଟେ। ଏହା ସାବଲୀ ରଙ୍ଗକୁ ସୁନ୍ଦର କରିବା ସହ ତ୍ବଚାରେ ହୋଇଥିବା ଦାଗକୁ କମ କରିଥାଏ। ଏହା ଚିପଚିପ୍ ହୋଇନଥିବା ବେଳେ ତ୍ବଚାରେ ଭଲ ଭାବେ ମିଶିଯାଇଥାଏ ଯାହା ଫଳରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ।

ଡ୍ରାଏ ସ୍କିନ୍

କେଲେଣ୍ଡୁଆଲ ଅଏଲ ଶୁଷ୍କ ତ୍ବଚାକୁ ବହୁତ ଭଲ ରଖିଥାଏ। ଏହା ଡ଼୍ରାଏ ସ୍କିନକୁ ଠିକ୍ କରିବା ସହ ଏଥି ସମ୍ବନ୍ଧୀୟ ସମସ୍ତ ସମସ୍ଯାକୁ ଦୂର କରିଥାଏ। ଏହାକୁ ବ୍ଯବହାର କରିବା ଦ୍ବାରା ଏଥିରେ ରହିଥିବା ଏଣ୍ଟି- ଇଫ୍ଲୋମେଟେରୀ ଗୁଣ ତ୍ବଚାର ଫୁଲିବା ଏବଂ କୁଣ୍ଡିଆ ଆଦିକୁ କମ କରିଥାଏ।

ସେନ୍ସିଟିଭ ସ୍କିନ୍

ଫେସିଆଲ ଅଏଲ ବ୍ଯବହାର କରିବା ପାଇଁ ସବୁଠାରୁ ଅଧିକ ଅସୁବିଧାର ସାମ୍ନା ସେନ୍ସିଟିଭ୍ ସ୍କିନ୍ ଥିବା ଲୋକଙ୍କୁ ହୋଇଥାଏ। ଏହିପରି ତ୍ବଚା ଥିବା ବ୍ଯକ୍ତିଙ୍କୁ ବହୁତ ଭାବି ଚିନ୍ତି ସମସ୍ତ ପ୍ରଡକ୍ଟ ବ୍ଯବହାର କରିବା ଦରକାର। ଏଣୁ ଏହି ପ୍ରକାରର ସ୍କିନ ଥିବା ବ୍ଯକ୍ତି ଟି, ଜୋଜୋବା ଏବଂ ଅରଗାନ ଅଏଲକୁ ବ୍ଯବହାର କରନ୍ତୁ ଯେଉଁଥିରେ ଅତ୍ଯଧିକ ଅଣ୍ଟିବ୍ଯାକ୍ଟରେଆଲ ଗୁଣ ରହିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

2 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

4 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

5 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

7 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

7 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

7 hours ago