ଲାଇଫ୍ ଷ୍ଟାଇଲ୍

ଡାଇବେଟିସ୍‌ ରୋଗୀ ଆମ୍ବ ଖାଇବା ଉଚିତ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ବର୍ତ୍ତମାନ ବଜାରରେ ଆମ୍ବ ବିକ୍ରି ହେବାକୁ ଲାଗିଛି । ତେବେ ଆମ୍ବ ଖାଇବାକୁ ପସନ୍ଦ କରୁଥିବା ଲୋକମାନେ ଗ୍ରୀଷ୍ମରେ ଆମ୍ବକୁ ଅପେକ୍ଷା କରନ୍ତି । ଆଜିକାଲି ବଜାରରେ ଅନେକ ପ୍ରକାରର ଆମ୍ବ ଉପଲବ୍ଧ ହେଉଛି । ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଆମ୍ବକୁ ପସନ୍ଦ କରନ୍ତି । ଏହା ସହ ବଜାରରେ ମିଠା, ରସଯୁକ୍ତ ଆମ୍ବ ଦେଖିବା ପରେ ନିଜକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯାଏ । ଏପରି ପରିସ୍ଥିତିରେ ଡାଇବେଟିସ୍‌ ରୋଗୀମାନେ ଆମ୍ବ ଦେଖିବା ପରେ ଏହାକୁ ଖାଇବା ପାଇଁ ବହୁତ ଇଛା କରନ୍ତିି । କିନ୍ତୁ ଡାଇବେଟିସ୍‌ ରୋଗୀମାନେ ଆମ୍ବ ଖାଇବାକୁ ଭୟ କରନ୍ତି । ସେମାନେ ଅନୁଭବ କରନ୍ତି ଯେ ଆମ୍ବର ମଧୁରତା ସେମାନଙ୍କ ସୁଗାର ଲେବଲକୁ ଅଧିକ ବଢାଇପାରେ । ତାହେଲେ ଆସନ୍ତୁ ଡାଏଟିସିଆନଙ୍କଠାରୁ ଜାଣିବା ଯେ ଡାଇବେଟିସ୍‌ ରୋଗୀମାନେ ଆମ୍ବ ଖାଇ ପାରିବେ କି ନାହିଁ ଏବଂ ଗୋଟିଏ ଦିନରେ କେତେ ଆମ୍ବ ଖାଇ ପାରିବେ ?

ସୂଚନା ଅନୁଯାୟୀ, ଡାଇବେଟିସ୍‌ ରୋଗୀମାନେ ମଧ୍ୟ ଆମ୍ବ ଖାଇପାରିବେ, କିନ୍ତୁ ଏହାକୁ ସେମାନଙ୍କ ଖାଦ୍ୟରେ ସୀମିତ ପରିମାଣରେ ଅନ୍ତର୍ଭୁକ୍ତ କରିବେ । ଆମ୍ବ ଗ୍ଲାଇସେମିକ୍ ଇଣ୍ଡେକ୍ସ ଲେବଲର ହୋଇଥାଏ । ତେଣୁ ଡାଇବେଟିସ୍‌ ରୋଗୀମାନେ ମଧ୍ୟ ଏହାକୁ ଖାଇପାରିବେ । ତେବେ ଯେଉଁ ଖାଦ୍ୟରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୦ ରୁ କମ୍, ସେହି ଖାଦ୍ୟକୁ ଡାଇବେଟିସ୍‌ ରୋଗୀମାନେ ଖାଇପାରିବେ । ଆମ୍ବର GI ପାଖାପାଖି ୫୧ ଅଟେ । ତେଣୁ ଡାଇବେଟିସ୍‌ ରୋଗୀମାନେ ଆମ୍ବ ଖାଇପାରିବେ ।

ଡାଇବେଟିସ୍‌ରେ ଆମ୍ବ ଖାଇ ପାରିବେ କି ?
ଯଦି ଆପଣ ଡାଇବେଟିସ୍‌ ରୋଗୀ ଏବଂ ଆମ୍ବ ଖାଆନ୍ତି, ତେବେ ଜାଣନ୍ତୁ ଆମ୍ବରେ କମ୍ ଗ୍ଲାଇସେମିକ୍ ଲେବଲ ରହିଥାଏ । ଏହାର ଅର୍ଥ, ଯେତେବେଳେ ଆପଣ ଆମ୍ବ ଖାଆନ୍ତି, ଏହା ତୁରନ୍ତ ସୁଗାର ଲେବଲକୁ ବଢାଏ ନାହିଁ । ଆମ୍ବରେ ଅନେକ ଫାଇବର ଥାଏ ଯେଉଁଥିପାଇଁ ବ୍ଲଡ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଆମ୍ବରେ ଭିଟାମିନ୍ C, ଭିଟାମିନ୍ A, ଭିଟାମିନ୍ B, ଭିଟାମିନ୍ K, କ୍ୟାଲସିୟମ୍, ଆଇରନ୍ ଏବଂ ପୋଟାସିୟମ୍ ପରି ପଦାର୍ଥ ଭରପୂର ରହିଥାଏ । ଆମ୍ବରେ ଏକ ବାୟୋଆକ୍ଟିଭ୍ ଯୌଗିକ ମିଳିଥାଏ ଯାହାକୁ ମାଙ୍ଗିଫେରିନ୍ କୁହାଯାଏ । ଏହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଅନେକ ଅଧ୍ୟୟନରେ ଏହା ମଧ୍ୟ ଜଣାପଡିଛି ଯେ ଆମ୍ବ ପିପି ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ।

ଡାଇବେଟିସ୍‌ ରୋଗୀ ଦିନକୁ କେତେ ଆମ୍ବ ଖାଇ ପାରିବେ ?
ଜଣେ ଡାଇବେଟିସ୍‌ ରୋଗୀ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ଯେତେବେଳେ ସେମାନେ ତାଙ୍କ ଡାଏଟ୍‌ ଏବଂ କ୍ୟାଲୋରୀକୁ ଧ୍ୟାନରେ ରଖନ୍ତି । ସେମାନଙ୍କ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ତେବେ ଜଣେ ଡାଇବେଟିସ୍‌ ରୋଗୀ ପ୍ରତିଦିନ ୧୦୦ ଗ୍ରାମ ଆମ୍ବ ଖାଇପାରିବେ । ଏହାର ଅର୍ଥ ଆପଣ ପ୍ରାୟ ଅଧା କପ୍ ଆମ୍ବ ଜୁସ୍‌ ପିଇପାରିବେ । ଏହା ସହ ଆମ୍ବକୁ ଆପଣ ଏକ ପ୍ରକାର ପ୍ରୋଟିନ୍ ଡାଏଟ୍ ଭାବେ ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ୍ । ଯାହାଫଳ ଆପଣଙ୍କ ବ୍ଲଡ ସୁଗାର ଶୀଘ୍ର ବଢିବ ନାହିଁ । ତେବେ ଆପଣ ଆମ୍ବ ସହିତ ବାଦାମ, ପନିର କିମ୍ବା ଅଣ୍ଡା ଖାଇପାରିବେ ।

D Sonali

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

11 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

27 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

36 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

45 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago