ଦେଶ ବିଦେଶ

ବାପାକୁ ପଛରେ ପକାଇ ପ୍ରଥମେ ଏଭେରେଷ୍ଟର ଶିଖରରେ ପହଞ୍ଚିଲା ଝିଅ, ୧୬ ବର୍ଷ ବୟସରେ ପାଇଲେ ସଫଳତା

ଏଭେରେଷ୍ଟ ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ । ଏହି ପର୍ବତ ଉପରେ ଚଢ଼ି ରେକର୍ଡ କରିବା ପାଇଁ ଅନେକ ପର୍ବତାରୋହୀଙ୍କର ଇଚ୍ଛା ଥାଏ । କିନ୍ତୁ ପାଣିପାଗ ଏବଂ ଅତ୍ୟଧିକ ଥଣ୍ଡା କାରଣରୁ ଏହି ପର୍ବତର ଶିଖରକୁ ଚଢ଼ିବା ସହଜ ନଥାଏ । ମନରେ ଇଚ୍ଛା ଶକ୍ତି ଆସିଲେ କଠିନ କାଯ୍ୟର୍କୁ ବି ସହଜରେ କରିପାରନ୍ତି ଅନେକ ଲୋକ । ଅନେକ ଲୋକ ଏଭେରେଷ୍ଟ ଚଢ଼ିଥିବା କଥା ତ ଆପଣ ମାନେ ଶୁଣିଥିବେ । କିନ୍ତୁ କେବେ କିଶୋର ଅବସ୍ଥାରେ ଥିବା ଛାତ୍ର କିମ୍ବା ଛାତ୍ରୀ ଏହି ଏଭେରେଷ୍ଟ ପର୍ବତ ଚଢ଼ିବା କଥା ଆପଣ ମାନେ ହୁଏତ ଶୁଣି ନଥିବେ ।

ନିକଟରେ ଟାଟା ଷ୍ଟିଲ୍ ଆଡଭେଞ୍ଚର ଫାଉଣ୍ଡେସନର ୧୬ ବର୍ଷିୟ କାମ୍ୟା କାର୍ତ୍ତିକେୟନ୍ ଏଭେରେଷ୍ଟ ପାଦଦେଶରେ ପାଦ ରଖି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ମାଉଣ୍ଟ ଏଭେରେଷ୍ଟରେ ଅନେକ ପର୍ବତାରୋହୀ ଛଢ଼ିଥାନ୍ତି । କିନ୍ତୁ କାମ୍ୟାଙ୍କ କଥା କହିବା ପଛେରେ ଏକ ଖାସ କାରଣ ରହିଛି । କାମ୍ୟା ହେଉଛନ୍ତି ବୟସରେ ବହୁତ ସାନ । ତେଣୁ ଏଭଳି ଦୁଃସାହସିକ କାର୍ଯ୍ୟ କରି ସେ ବର୍ତ୍ତମାନ ଦୁନିଆରେ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।

ସୂଚନା ଅନୁସାରେ ସୋମବାର ଦିନ ଭାରତୀୟ ସମୟ ୧୨.୩୫ ମିନିଟରେ ପର୍ବତାରୋହୀ କାମ୍ୟା ଏଭେରେଷ୍ଟର ଶିଖରରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏହା ପରେ ସେ ଟାଟା ଷ୍ଟିଲର ପତାକା ମଧ୍ୟ ଉଡ଼ାଇଥିଲେ। ଏହି ଅଭିଯାନରେ କାମ୍ୟାଙ୍କ ପିତା ଏସ୍ କାର୍ତ୍ତିକେୟାନ୍ ମଧ୍ୟ ସାମିଲ ଥିଲେ। ତେବେ କାମ୍ୟା ନିଜ ବାପାଙ୍କୁ ପଛରେ ପକାଇ ପ୍ରଥମେ ଏଭେରେଷ୍ଟର ଶିଖରରେ ପହଞ୍ଚିଥିଲେ । ଏସ୍ କାର୍ତ୍ତିକେୟାନ୍ ଅପରାହ୍ନ ୨.୧୫ ରେ ଏଭେରେଷ୍ଟ ଶିଖରରେ ପହଞ୍ଚିଥିଲେ ।

କାମ୍ୟା ଏପର୍ଯ୍ୟନ୍ତ ଆଫ୍ରିକାର ସବୁଠାରୁ ଉଚ୍ଚ ଶିଖର କିଲିମଞ୍ଜାରୋ, ୟୁରୋପର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଲବ୍ରସ୍, ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତ ମାଉଣ୍ଟ କୋସିୟୁସ୍କୋ ସହିତ ପାଞ୍ଚଟି ଶିଖରରେ ପହଞ୍ଚି ରେକର୍ଡ କରିଛନ୍ତି ।

୨୦୧୭ରେ ସେ ଏଭେରେଷ୍ଟ ବେସ୍ କ୍ୟାମ୍ପକୁ ଟ୍ରାକ୍‌ କରିବାରେ ଦୁନିଆର ଦ୍ୱିତୀୟ କମ୍‌ ବୟସର ଝିଅ ହୋଇଥିଲେ । କାମ୍ୟା ଏବଂ ତାଙ୍କ ପିତା ଏସ୍ କାର୍ତ୍ତିକେୟାନ୍ ୧୯ ମେ ବିଳମ୍ବିତ ରାତିରେ ଫାଇନାଲ୍‌ ସମିଟ୍‌ ପାଇଁ ବେସ୍ କ୍ୟାମ୍ପ –୪ରୁ ବାହାରି ଥିଲେ। ତାଙ୍କର ଏହି ଦୁଃସାହସିକ ଅଭିଯାନ କାଠମାଣ୍ଡୁରୁ ୧ ଏପ୍ରିଲରେ ଆରମ୍ଭ ହୋଇଥିଲା।

ସୂଚନା ଥାଉ କି ୧୫ ମିନିଟରୁ ଅଧିକ ସମୟ ଏଭେରେଷ୍ଟର ଶିଖରରେ ରହିବା କଷ୍ଟକର । କାମ୍ୟା ଏଭେରେଷ୍ଟ ଶିଖରରୁ ଓହ୍ଲାଇବା ମାତ୍ରେ ତାଙ୍କ ପିତା ଶିଖରରେ ପହଞ୍ଚିଥିଲେ । ରାତି ୪.୧୦ ରେ ବେସ୍ କ୍ୟାମ୍ପ –୩ ରେ ପହଞ୍ଚିବା ପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଭାବପ୍ରବଣ ହୋଇଥିଲେ । କାମ୍ୟା ଏହି ସଫଳତା ହାସଲ କରିବା ପରେ ଗର୍ବିତ ହୋଇଥିଲେ । ବାପା ବି ଝିଅର ଏହି ସଫଳତାରେ ନିଜକୁ ଗର୍ବିତ ମନେ କରିଥିଲେ । ଏହି ଖୁସିର ମୁହୂର୍ତ୍ତକୁ ଉଭୟ ଆନନ୍ଦର ସହ ପାଳିଥିଲେ ।

Subhalaxmi Das

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

13 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago