ପାର୍ଟନରଙ୍କ ପୂର୍ବ ଶାରୀରିକ ସମ୍ପର୍କକୁ ଗ୍ରହଣ କରିପାରୁନାହାନ୍ତି କି? ଏହି ଉପାୟରେ ଦୂର କରନ୍ତୁ ମନର ଦ୍ୱିଧା

ବର୍ତ୍ତମାନର ଆଧୁନିକ ଦୁନିଆରେ ସବୁ ପିଲା ସମୟ ସହ ତାଳ ଦେଇ ଆଗକୁ ବଢ଼ିବାକୁ ପସନ୍ଦ କରୁଛନ୍ତି। ଖାସ୍‌ କରି ସ୍କୁଲ କଲେଜର କିଶୋର କିଶୋରୀଙ୍କଠାରେ ଏବେ ଅଧିକ ଆଧୁନିକତାର ଛାପ ଦେଖିବାକୁ ମିଳୁଛି। ଏଣୁ କମ୍‌ ବୟସରୁ ପ୍ରେମ ସମ୍ପର୍କ ରଖିବା ଏବେ ଏକ ସାଧାରଣ କଥା ପାଲଟିଛି। କଲେଜ ପିଲାମାନେ ଏବେ ଠୁ ହିଁ ପ୍ରେମରେ ପଡ଼ୁଛନ୍ତି। ସମ୍ପର୍କ ବେଳେବେଳେ ଅଧିକ ଆଗେଇ ଗଲେ ସେମାନେ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। କିଛି ଜାଣିବା ବୁଝିବା ପୂର୍ବରୁ ସେମାନେ ଏଭଳି ଏକ ଗୁରୁତର ପଦକ୍ଷେପ ତ ନେଇଯାଆନ୍ତି, କିନ୍ତୁ ଭବିଷ୍ୟତରେ ଏହି ସମ୍ପର୍କକୁ ବଜାୟ ରଖିବାକୁ ସେମାନଙ୍କ ପାଖେ ସେତିକି ଧୈର୍ଯ୍ୟ ନଥାଏ। ଫଳସ୍ୱରୂପ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଆଉ କିଛି ଦିନ ପରେ ଉଭୟେ ପରସ୍ପରକୁ ଭୁଲି ଆଉ କାହା ସହ ନୂତନ ଜୀବନ ମଧ୍ୟ ଆରମ୍ଭ କରନ୍ତି।

ତେବେ ଅତୀତର ସମ୍ପର୍କ ବେଳେବେଳେ ବର୍ତ୍ତମାନ ଉପରେ ଭାରୀ ପଡ଼ୁଥିବା ଅନେକ ଦୃଷ୍ଟାନ୍ତ ରହିଛି। ସ୍ୱାମୀ ହୁଅନ୍ତୁ ବା ସ୍ତ୍ରୀ, ଉଭୟଙ୍କ ପୂର୍ବତନ ପ୍ରେମ ସମ୍ପର୍କ ତଥା ପ୍ରେମିକଙ୍କ ଶାରୀରିକ ସମ୍ପର୍କ ଥିବା କଥା ଯଦି ପାର୍ଟନର ଜାଣିଦିଅନ୍ତି, ତେବେ ପରିସ୍ଥିତିକୁ ସମ୍ଭାଳିବା ଏକ ପ୍ରକାର ଅସମ୍ଭବ ହୋଇପଡ଼େ। ଯେ କେହି ବି ନିଜ ପାର୍ଟନରଙ୍କର ଆଉ କାହା ସହ ଶାରୀରିକ ସମ୍ପର୍କ ଥିବା ଜାଣିଲେ ଉତ୍ତେଜିତ ହେବା ସ୍ୱାଭାବିକ। କିନ୍ତୁ ବିବାହର ଅନେକ ବର୍ଷ ପରେ ଯଦି ଜଣେ ନିଜ ପତ୍ନୀଙ୍କ ବିଷୟରେ ଏସବୁ ଶୁଣେ ତେବେ ସେ କିଭଳି ରିଆକ୍ଟ କରିବ ସେ ନେଇ ସମସ୍ତଙ୍କ ମଧ୍ୟରେ ପ୍ରଶ୍ନ ରହିଥାଏ। ଯଦି ଆପଣଙ୍କ ଜୀବନରେ ମଧ୍ୟ ଏଭଳି ସମସ୍ୟା ଅଛି ତେବେ ଜାଣନ୍ତୁ ଏହି ପରିସ୍ଥିତି ସହ ଡିଲ୍‌ କରିବାକୁ ବିଶେଷଜ୍ଞଙ୍କ ମତ କ’ଣ…

ଏହାସହ ପଢ଼ନ୍ତୁ: ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଖାସ ଧ୍ୟାନ

  • ରିଲେସନ୍‌ସିପ୍‌ ଏକ୍ସପର୍ଟଙ୍କ କହିବାନୁସାରେ, ପାର୍ଟନରଙ୍କ ବିଷୟରେ ଏସବୁ କଥା ଜାଣିଲେ ଯେ କେହି ବି ରାଗିବ। କିନ୍ତୁ ଆଉ ଗୋଟେ ବି ମନେ ରଖିବା ଦରକାର ଯେ ସାଥୀ ଏବେ କାହିଁକି ଆପଣଙ୍କୁ ଅତୀତ ବିଷୟରେ କହିଲେ। ଆପଣଙ୍କ ଉପରେ ସେତିକି ବିଶ୍ୱାସ ଅଛି ବୋଲି ହିଁ ସେ ନିଜ ଅତୀତ କଥା କହିବାକୁ ସାହାସ କଲେ। କାରଣ ସେ ଆପଣଙ୍କୁ ନିଜ ଜୀବନର ଏକ ଏମିତି ଅଙ୍ଗ ଭାବନ୍ତି ଯାହାଠାରୁ ସେ କୌଣସି କଥା ଲୁଚାଇବାକୁ ଚାହାଁନ୍ତିନାହିଁ।
  • ସ୍ୱାମୀ ବା ସ୍ତ୍ରୀଙ୍କ ଶାରୀରିକ ସମ୍ପର୍କ କଥା ଜାଣିବା ପରେ ଅଧିକ ଉତ୍ତେଜିତ ନ ହୋଇ ତାଙ୍କ ଭାବନାକୁ ବୁଝନ୍ତୁ।
  • କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ବୁଝିବାକୁ ଚେଷ୍ଟା କରନ୍ତୁ।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ପୁରୁଷଙ୍କ ମନରେ ଆସୁଥିବା ଏହି ସବୁ ଭୟ ବେଡ଼ରୁମ ଲାଇଫ ଓ ବୈବାହିକ ଜୀବନକୁ କରିପାରେ ନଷ୍ଟ

  • ଯାହା ଘଟିଛି ତାହା ଆପଣଙ୍କ ପାର୍ଟନରଙ୍କ ଅତୀତ ଥିଲା, ଯାହାକୁ ବଦଳାଇବା ଅସମ୍ଭବ। ଏବେ କେବଳ ଆପଣଙ୍କ ପାର୍ଟନରଙ୍କର ଏହି କଥାକୁ ବୁଝନ୍ତୁ।
  • ପୂର୍ବ ସମ୍ପର୍କ ବିଷୟରେ ପାର୍ଟନରଙ୍କ ଠାରୁ ସବୁ କଥାକୁ ମନ ଦେଇ ଶୁଣନ୍ତୁ ଓ ତାଙ୍କ ମନର ଦ୍ୱିଧାକୁ ଦୂର କରିବାରେ ସାହାଯ୍ୟ କରନ୍ତୁ।
  • କିନ୍ତୁ ମନେ ରଖନ୍ତୁ, ଏହା ଆପଣଙ୍କର ଏହି ବିଷୟରେ ଶେଷ କଥାବାର୍ତ୍ତା ହେବା ଦରକାର। ଭବିଷ୍ୟତରେ ଯେଭଳି ଏ ବିଷୟରେ ଆଉ କୌଣସି କଥା ନ ଉଠେ, ସେଥିପ୍ରତି ଯତ୍ନବାନ୍‌ ହୁଅନ୍ତୁ।
  • ଏହି ପୂର୍ବ ସମ୍ପର୍କର ପ୍ରଭାବ ଯେପରି ଆପଣଙ୍କ ବର୍ତ୍ତମାନର ସମ୍ପର୍କ ଉପରେ ନ ପଡ଼େ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
WCW 11

Recent Posts

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

2 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

15 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

17 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

18 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

41 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago