Categories: ରାଜ୍ୟ

କାହିଁକି ଆତ୍ମହତ୍ୟା କଲେ ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ରଞ୍ଜିତା ରାଓ ? ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): କାହିଁକି ଆତ୍ମହତ୍ୟା କଲେ ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ରଞ୍ଜିତା ରାଓ ? ଆତ୍ମହତ୍ୟା ପଛର ରହସ୍ୟ କ’ଣ ? ରଞ୍ଜିତା ଅଶୋକନଗର ୟୁକୋ ବ୍ୟାଙ୍କରେ ଚାକିରୀ କରୁଥିଲେ । ତାଙ୍କ ଘର ନବରଙ୍ଗପୁରରେ । ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ସେ ଭଡ଼ା ଘରେ ରହୁଥିଲେ । ଅଫିସରେ କୌଣସି ସମସ୍ୟା ନଥିବା ପରିବାର ଲୋକେ କହିଛନ୍ତି । ତେବେ ପ୍ରେମ ବ୍ୟାପାରରୁ ଆତ୍ମହତ୍ୟା କରିଥିବା ସେମାନେ ସନ୍ଦେହ କରୁଛନ୍ତି । ପ୍ରଶ୍ନ ଉଠୁଛି କିଏ ସେହି ପ୍ରେମିକ ? ତାଙ୍କ ସହ ଏମିତି କ’ଣ ହେଲା ଯେ ରଞ୍ଜିତା ଆତ୍ମହତ୍ୟା କଲେ ? ରଞ୍ଜିତାଙ୍କ ମୋବାଇଲ ଫୋନ୍‌କୁ ନେଇ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ । ସେପଟେ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସେପଟେ ଖଣ୍ଡଗିରି ଥାନା ଶ୍ୟାମପୁରରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଅନୁଧ୍ୟାନ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ମହାନ୍ତିଙ୍କୁ ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରିଛି ପୋଲିସ । ସେପଟ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମହିଳାଙ୍କ ସୁରକ୍ଷାକୁ ନେଇ ଏବେ ଦିଲ୍ଲୀରୁ ପଲ୍ଲୀ ଉଠୁଚି ଆଉ ପଡୁଛି । ଏଭଳି ପରିସ୍ଥିତିରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

 

KNews Bureau

Recent Posts

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

4 seconds ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

34 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

35 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago