Categories: କ୍ରୀଡା

ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସରିଲା ଅନଲାଇନ ଟିକେଟ ବିକ୍ରି, ମାତ୍ର ଦେଢ ଘଣ୍ଟାରେ ନେଇଗଲେ ୮ ହଜାର ୧୫୦ ଟିକେଟ୍‌

କେନ୍ୟୁଜ୍(ବ୍ୟୁରୋ): ବାରବାଟୀ ଭାରତ-ୱେଷ୍ଟଇଣ୍ଡିଜ ଓ୍ଵାନଡେ ମ୍ୟାଚ ପାଇଁ ଫ୍ୟାନଙ୍କ ମଧ୍ୟରେ କ୍ରେଜ । ମାତ୍ର ଦେଢ ଘଣ୍ଟା ମଧ୍ୟରେ ସରିଲା ଅନଲାଇନ ଟିକେଟ ବିକ୍ରି । ଚାହୁଁଚାହୁଁ ଅନ୍‌ଲାଇନ୍‌ରେ ଉପଲବ୍ଧ ଥିବା ୮ ହଜାର ୧୫୦ ଟିକେଟ୍‌
ଶେଷ ହୋଇଛି । ବହୁ ଦିନ ପରେ ବାରବାଟୀରେ ଭାରତ-େଓ୍ଵଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ହେବାକୁ ଯାଉଥିବାରୁ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । www.paytm.com/ www.insider.in ସାଇଟ – paytm ଆପ୍‌ ଓ insider.inରେ ଟିକେଟ ବିକ୍ରି ହୋଇଥିଲା । ଆସନ୍ତା ୧୯ ତାରିଖରୁ ବାରବାଟୀ କାଉଣ୍ଟରରେ ଟିକେଟ ମିଳିବ । ଏଥର ୭ ନମ୍ବର ଗ୍ୟାଲେରି ବନ୍ଦ ରହୁଥିବାରୁ ଟିକେଟ ସଂଖ୍ୟା କମିଥିଲା । ପୂର୍ବରୁ ୯ହଜାର ୨୦୦ଟିକେଟ୍‌ ବିକ୍ରି ହେଉଥିବା ବେଳେ ଚଳିତ ଥର ୮ହଜାର ୧୫୦ଟି ଟିକେଟ୍‌ ବିକ୍ରି ହୋଇଛି । ଏପଟେ ୨୨ରେ ବାରବାଟୀ ସମର ପାଇଁ ଆଉ ପ୍ରାୟ ୧୫ ଦିନ ବାକି । ଏବେ ଯୁଦ୍ଧକଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାମ । କୋଲକାତାରୁ ଆସିଥିବା ସ୍ୱତନ୍ତ୍ର ଟିମ କାମରେ ଲାଗିଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

46 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago