ବାରବାଟୀ ଦିନିକିଆ ମ୍ୟାଚ ପାଇଁ ସରିଲା ଅନଲାଇନ ଟିକେଟ ବିକ୍ରି, ମାତ୍ର ଦେଢ ଘଣ୍ଟାରେ ନେଇଗଲେ ୮ ହଜାର ୧୫୦ ଟିକେଟ୍

କେନ୍ୟୁଜ୍(ବ୍ୟୁରୋ): ବାରବାଟୀ ଭାରତ-ୱେଷ୍ଟଇଣ୍ଡିଜ ଓ୍ଵାନଡେ ମ୍ୟାଚ ପାଇଁ ଫ୍ୟାନଙ୍କ ମଧ୍ୟରେ କ୍ରେଜ । ମାତ୍ର ଦେଢ ଘଣ୍ଟା ମଧ୍ୟରେ ସରିଲା ଅନଲାଇନ ଟିକେଟ ବିକ୍ରି । ଚାହୁଁଚାହୁଁ ଅନ୍ଲାଇନ୍ରେ ଉପଲବ୍ଧ ଥିବା ୮ ହଜାର ୧୫୦ ଟିକେଟ୍
ଶେଷ ହୋଇଛି । ବହୁ ଦିନ ପରେ ବାରବାଟୀରେ ଭାରତ-େଓ୍ଵଷ୍ଟଇଣ୍ଡିଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । www.paytm.com/ www.insider.in ସାଇଟ – paytm ଆପ୍ ଓ insider.inରେ ଟିକେଟ ବିକ୍ରି ହୋଇଥିଲା । ଆସନ୍ତା ୧୯ ତାରିଖରୁ ବାରବାଟୀ କାଉଣ୍ଟରରେ ଟିକେଟ ମିଳିବ । ଏଥର ୭ ନମ୍ବର ଗ୍ୟାଲେରି ବନ୍ଦ ରହୁଥିବାରୁ ଟିକେଟ ସଂଖ୍ୟା କମିଥିଲା । ପୂର୍ବରୁ ୯ହଜାର ୨୦୦ଟିକେଟ୍ ବିକ୍ରି ହେଉଥିବା ବେଳେ ଚଳିତ ଥର ୮ହଜାର ୧୫୦ଟି ଟିକେଟ୍ ବିକ୍ରି ହୋଇଛି । ଏପଟେ ୨୨ରେ ବାରବାଟୀ ସମର ପାଇଁ ଆଉ ପ୍ରାୟ ୧୫ ଦିନ ବାକି । ଏବେ ଯୁଦ୍ଧକଳୀନ ଭିତ୍ତିରେ ଚାଲିଛି ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାମ । କୋଲକାତାରୁ ଆସିଥିବା ସ୍ୱତନ୍ତ୍ର ଟିମ କାମରେ ଲାଗିଛନ୍ତି ।