କେନ୍ଦ୍ରମନ୍ତ୍ରୀ ଏମିତି କହିଲେ, ମୋତେ ପିଆଜ ଦର କେତେ ଜଣା ନାହିଁ

ନୂଆଦିଲ୍ଲୀ : ଆଜ୍ଞା ଏକଦମ ସତକଥା । ସାରା ଦେଶରେ ପିଆଜକୁ ନେଇ ହଇଚଇ ହେଉଥିବା ମେଳେ କେନ୍ଦ୍ର ସରକାରଙ୍କ ଜଣେ ମନ୍ତ୍ରୀ କହୁଛନ୍ତି ‘ମୋତେ ପିଆଜ ଦର କେତେ ମାଲୁମ ନାହିଁ । ଏହି ମନ୍ତ୍ରୀ ହେଉଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମୁଖ୍ୟ ଅଶ୍ୱିନୀ ଚୌବେ । ତାଙ୍କ ଯେତେବେଳେ ସାମ୍ବାଦିକମାନେ ପିଆଜ କଥା ପଚାରିଲେ ତାଙ୍‌କର ଉତ୍ତର ଥିଲା ଯେ ମୁଁ ତ ଜୀବନ ସାରା ବିନା ପିଆଜ ରସୁଣ ଖାଦ୍ୟ ଖାଏ । ପିଆଜର ସ୍ୱାଦ କଣ ଜାଣିନି । ଆଉ ବଜାରରେ ପିଆଜ ଦାମ୍‌ କେତେ ବୋଲି କେମିତି ଜାଣିବି ? ଏମିତିକି ଏବେ ପିଆଜକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ସେ ସମ୍ପର୍କରେ ମଧ୍ୟ ସେ ଅନଭିଜ୍ଞ ବୋଲି କହିଛନ୍ତି ।


ସେପଟେ ପିଆଜ ସମସ୍ୟା ନେଇ ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ମିଶର ଓ ତୁର୍କୀରୁ ପିଆଜ ଆମଦାନୀ କରାଯିବ । ଏହା ସହିତ ଆଗକୁ ଯେଭଳି ଏମିତି ସମସ୍ୟା ନହୁଏ ସେଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । ବିଶେଷ କରି ପିଆଜକୁ ଦୀର୍ଘ ଦିନ ଯାଏ ସାଇତି ରଖିବାର ପନ୍ଥା ବାହାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.