Below header

ପୁରୀ: ମୁହଁ ଖୋଲିଲେ ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭୁଯୁକ୍ତ ଜିତେନ୍ଦ୍ର ସେଠୀର ଦ୍ବିତୀୟ ସ୍ତ୍ରୀ, କହିଲେ ମୁଁ ବି ଏଭଳି ବ୍ୟବହାର ପାଇଥିଲି

ପୁରୀ(କେନ୍ୟୁଜ୍):  ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀର ଦ୍ୱିତୀୟ ପତ୍ନୀ ମୁହଁ ଖୋଲିଛନ୍ତି । କହିଛନ୍ତି, ଜିତେନ୍ଦ୍ର ଭଳି ଜଣେ ଅପରାଧୀକୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ । ସେ ମୋ ସହ ମଧ୍ୟ ଏଭଳି ବ୍ୟବହାର କରିଥିଲା । ପ୍ରଥମ ପତ୍ନୀ ଜିତେନ୍ଦ୍ରଙ୍କୁ ସବୁ ଘଟଣାରେ ସହଯୋଗ କରୁଥିବା ଜିତେନ୍ଦ୍ରର ଦ୍ୱିତୀୟ ପତ୍ନୀ ମଧ୍ୟ ଅଭିଯୋଗ ଆଣିଛନ୍ତି । ତାଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ପୋଲିସ ପୁରୀ ଏସଡିଜେଏମ କୋର୍ଟରେ ଆବେଦନ କରିଛି । ଜେରା ପରେ ୨୦ ଦିନ ଭିତରେ ମାମଲାର ଚାର୍ଜସିଟ ପ୍ରସ୍ତୁତ ହେବ । ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଗତ ସୋମବାର ଦିନ ନାବାଳିକା ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବାର ଥିଲା । ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ପୁରୀ ଆଣି ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତା ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗର ମାତ୍ର କେଇ ଘଣ୍ଟା ଭିତରେ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟଜଣେ ସହଯୋଗୀ ରାଜେଶ ସେଠୀଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.