ଯାଜପୁର: ଡକାୟତି ଯୋଜନା ଉଦ୍ୟମ ପଣ୍ଡ କଲା କୁଆଖିଆ ପୋଲିସ, ୪ଡକାୟତ ଗିରଫ

ଯାଜପୁର(କେନ୍ୟୁଜ): ଏକ ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କରିଛି କୁଆଖିଆ ପୋଲିସ। ଘଟଣାରେ ୪ଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩ଟି ବାଇକ, ଗୋଟିଏ ଭୁଜାଲି, କଟୁରି, ଲୁହାରଡ଼, ୫ଟି ମୋବାଇଲ ଓ ନଗଦ ୧୨ ହଜାର ୮୪୦ ଟଙ୍କା ଜବତ ହୋଇଛି। ଏମାନେ ହରିପୁର ମାର୍କେଟରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ।

jajpur dacoit1

କୌଣସି ସୂତ୍ରରୁ ଖବର ପାଇ କୁଆଖିଆ ପୋଲିସ ସେଠାରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଯାଜପୁର ଅକରପଡା ଅଂଚଳର ମନୋଜ ଦାସ, ଲକ୍ଷ୍ମଣ ଦାସ, ପୁଲି କାଠିଆ ଓ ଆସ୍କା ଅଂଚଳର ଏ ଲକ୍ଷମଣା। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି। ଗିରଫ ପରେ ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

 

 

 

 

Leave A Reply

Your email address will not be published.