ଲାଇଫ୍ ଷ୍ଟାଇଲ୍

ଡାଇପର ପିନ୍ଧି ପିନ୍ଧି ପିଲାଙ୍କର ସ୍କିନ୍‌ କୁଣ୍ଡାଇ ହେଉଛି କି ? ଜାଣନ୍ତୁ କେମିତି ମିଳିବ ପିଲାଙ୍କୁ ଆରାମ

ଆଜିକାଲିକା ଲୋକେ ନିଜ ପିଲାକୁ ଜନ୍ମରୁ ଡାଇପର ପିନ୍ଧାଉଛନ୍ତି। ପିଲାଙ୍କୁ କୁଆଡେ ବୁଲାଇବାକୁ ନେବାକୁ ହେଉ ଅବା ବାପା ମା’ ବୁଲିବା ପାଇଁ ଯିବାକୁ ହେବ, ସବୁ ଝିନଝଟ୍‌ରୁ ମୁକ୍ତି ପାଇବା ପାଇଁ ମା’ ମାନେ ପିଲାଙ୍କୁ ଡାଇପର ପିନ୍ଧାଇଦେଉଛନ୍ତି। କିନ୍ତୁ ଲଗାତାର ବା ବାରମ୍ବାର ଡାଇପର ପିନ୍ଧିବା ଦ୍ୱାରା କଅଁଳିଆ ତ୍ୱଚା କୁଣ୍ଡାଇ ହୋଇଥାଏ। ଅଧିକ ସମୟ ଡାଇପର ପିନ୍ଧାଇଲେ ମଧ୍ୟ ତ୍ୱଚା ନାଲିପଡିବା, ଜଳିବା ଭଳି ଯନ୍ତ୍ରଣା ଅନୁଭୂତ ହୋଇଥାଏ।

ତେବେ ଯଦି ଆପଣ ଚାହିଁବେ ପିଲାଙ୍କର ଏପରି ସମସ୍ୟାରୁ ମୁକ୍ତି ମିଳିପାରିବେ। ପିଲାଙ୍କର ଏହି ସବୁ କଷ୍ଟରୁ ତୁରନ୍ତ ଆରାମ ମିଳିବ। ଏମିତିରେ ଆପଣ କେମିତି ଧ୍ୟାନ ରଖିବେ ଜାଣନ୍ତୁ…

– ପିଲାକୁ ସବୁବେଳେ ଡାଇପର ପିନ୍ଧାନ୍ତୁ ନାହିଁ। ଯାହା ସ୍କିନକୁ ଶୁଖିବା ଏବଂ ଭଲ କରିବାରେ ସାହାଯ୍ୟ କରିବ। ଯଦି ପିଲାଟି ଡାଇପର ପିନ୍ଧି ରାସେସ ହୋଇଯାଇଛି, ତେବେ ତାକୁ ଟାଇଟ୍‌, ରବର କିମ୍ବା ସିନ୍ଥେଟିକ ପ୍ୟାଣ୍ଟ ପିନ୍ଧାନ୍ତୁ ନାହିଁ।

– ନଡିଆ ତେଲରେ ଆଣ୍ଟିଫଙ୍ଗଲ ଏବଂ ରୋଗ ନିରୋଧୀ ଗୁଣ ରହିଥାଏ। ତେଣୁ ଡାଇପର ରାସେସ ପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ। ଯାହା ପିଲାର କୋମଳ ତ୍ୱଚାକୁ ଆରାମ ପହଞ୍ଚାଏ। ନଡିଆ ତେଲ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ।

– ପିଲାଙ୍କର ଡାଇପର ରାସେସରୁ ମୁକ୍ତି ପାଇବା ପାଇଁ ପିଲାକୁ ଡାଇପର ପିନ୍ଧାଇବା ଆଗରୁ ପେଟ୍ରୋଲିୟମ ଜେଲି ଲଗାନ୍ତୁ। ଏହାଦ୍ୱାରା ପିଲାଙ୍କୁ ୟୁରିନ ଦ୍ୱାରା ହେଉଥିବା ସମସ୍ୟା କମ୍‌ ହେବ।

– ଯେତେବେଳେ ବି ପିଲାର ଡାଇପର ବଦଳାଉଛନ୍ତି, ଅଳ୍ପ ନଖ ଉଷୁମ ପାଣିରେ ପିଲାର ସ୍କିନକୁ ପୋଛିଦିଅନ୍ତି। ତା’ ପରେ ଭଲ ଭାବେ ଶୁଖିବା ପରେ ଡାଇପର ପିନ୍ଧାନ୍ତୁ।

Also Read : ନେଲପଲିସ ଏକ୍ସପାୟାର ହୋଇଛି ନି ନାହିଁ ଜାଣିବେ କେମିତି ?

Swagatika

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

49 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago