ଲାଇଫ୍ ଷ୍ଟାଇଲ୍

କେମିତି ଖେଳିବେ ସୁରକ୍ଷିତ ହୋଲି? ଜାଣନ୍ତୁ କରୋନା ଠାରୁ ନିଜକୁ ଦୂରେଇ ରଖିବାର ଉପାୟ

କରୋନା ଭାଇରସର ଭୟ ଲୋକଙ୍କ ମନରେ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହେବାକୁ ଚାହୁଁନାହାନ୍ତି। ଏମିତିରେ ଅନୁମାନ କରାଯାଉଛି ଯେ ଏହି ଜୀବନନାଶକ ଭାଇରସର ପ୍ରକୋପ ହୋଲିରେ ଅଧିକ ବଢ଼ିପାରେ। ହୋଲିରେ ଗୋଟିଏ ଜାଗାରେ ଲୋକମାନେ ଏକାଠି ହୁଅନ୍ତି ଆଉ ଏଥିରେ ପାଣିର ଖୁବ୍‌ ବ୍ୟବହାର କରାଯାଏ। ଏମିତି ପରିସ୍ଥିତିରେ ଏହା ଆଶଙ୍କା କରାଯାଉଛି ଯେ କୋରନା ଭାଇରସର ସଂକ୍ରମଣ ଲୋକଙ୍କୁ ଇଫେକ୍ଟ ପକାଇପାରେ। କିନ୍ତୁ ତାମାନେ ନୁହେଁ ଯେ ଆପଣ ଏ ବର୍ଷ କରୋନା ଭୟରେ ହୋଲି ଖେଳିବେନାହିଁ। ଆପଣ ହୋଲି ଖେଳିବେ, କାହିଁକିନା ଆପଣଙ୍କ ପାଇଁ ଆମେ ଆଜି କିଛି ଖାସ୍‌ ଟିପ୍ସ ନେଇ ଆସିଛୁ ଯାହାକୁ ଧ୍ୟାନରେ ରଖିଲେ ଆପଣ କରୋନା ଭାଇରସ ଠାରୁ ନିଜକୁ ରକ୍ଷା କରିପାରିବା ସହିତ ହୋଲି ଖେଳର ଆନନ୍ଦ ଉଠାଇପାରିବେ।

-ପର୍ବ-ପର୍ବାଣୀରେ ଆମେ ଅନେକ ଜିନିଷକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଏଥର ହୋଲିରେ ଆମକୁ ବିଶେଷ ସାବଧାନ ଏବଂ ସତର୍କରେ ରହିବା ଆବଶ୍ୟକ।

-ଏମିତି ତ ହୋଲିକୁ ରଙ୍ଗର ପର୍ବ ବୋଲି କୁହାଯାଏ। କିନ୍ତୁ କରୋନା ଭାଇରସ ପାଇଁ ଏଥର ହୋଲିରେ ରଙ୍ଗ ଖେଳିବାବେଳେ ପାଣିର ବ୍ୟବହାର କରନ୍ତୁନାହିଁ।

-କରୋନାର ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସୁଖିଲା ରଙ୍ଗ ବ୍ୟବହାର କରନ୍ତୁ।

-ହେବି ଭାଇରସ୍‌ ହେବା କାରଣରୁ କରୋନା ଅଧିକ ଦୂର ପର୍ଯ୍ୟନ୍ତ ଟ୍ରାଭେଲ କରିପାରିବନାହିଁ। କିନ୍ତୁ ଏହା ଜଳ ଦ୍ୱାରା ଅଧିକ ବାଟ ଟ୍ରାଭେଲ କରିପାରିବ ଏମିତିରେ ସୁରକ୍ଷିତ ରହିବା ପାଇଁ ହୋଲିର ଚେଷ୍ଟା କରନ୍ତୁ ସୁଖିଲା ରଙ୍ଗ ଖେଳିବାକୁ।

-ହୋଲି ଖେଳରେ ମସଗୁଲ ହୋଇ ସ୍ୱାସ୍ଥ୍ୟକୁ ବିଲକୁଲ ବି ଅଣଦେଖା କରିବା ଅନୁଚିତ। କାହିଁକିନା ବହୁତ ସମୟରେ ଆମେ ଧ୍ୟାନ ଦିଅନ୍ତିନାହିଁ ଯେ ନାକ ଏବଂ ଆଖିରୁ ପାଣି ବା ବାହାରିଥାଏ। କିନ୍ତୁ ଏମିତି ଭୁଲ ବିଲକୁଲ କରିବା ଅନୁଚିତ ଆଉ ଡାକ୍ତରଙ୍କୁ ଥରେ ନିଶ୍ଚୟ ପରାମର୍ଶ କରିବା ଜରୁରୀ।

-ସେହିପରି ଚେଷ୍ଟା କରନ୍ତୁ ଭିଡ ସ୍ଥାନକୁ ନ ଯିବା ପାଇଁ। ସବୁଠାରୁ ଭଲ ହେବ ଏଥର ହୋଲିରେ କୁଆଡେ ନ ଯାଇ ନିଜ ଘରେ ହିଁ ହୋଲି ଖେଳନ୍ତୁ।

-ହୋଲି ଦିନ ଯଦି କୌଣସି ବାହାର ଲୋକ ଆପଣଙ୍କ ଘରକୁ ଆସୁଛନ୍ତି ତେବେ ତାଙ୍କୁ ସାନିଟାଇଜର ବ୍ୟବହାର କରିବାକୁ କୁହନ୍ତୁ। ତାପରେ ଯାଇ ରଙ୍ଗ ଲଗାଇବାକୁ ଦିଅନ୍ତୁ।

-ସାର୍ବଜିନକ ସ୍ଥାନକୁ ଯିବା ସମୟରେ ମାସ୍କ ପିନ୍ଧିବାକୁ ଆଦୌ ବି ଭୁଲନ୍ତୁନାହିଁ।

-ଏଥର ହୋଲିରେ ଆପଣ ଜଣେ ଜଣଙ୍କୁ ସମ୍ପୂର୍ଣ୍ଣ ରଙ୍ଗ କରିବା ବଦଳରେ କେବଳ ମଥାରେ ତିଳକ ଲଗାଇ ପର୍ବର ମଜା ଉଠାଇବାକୁ ଚେଷ୍ଟା କରନ୍ତୁ।

-ସେହିପରି ହୋଲି ଦିନ ବଜାର ମିଠା ଠାରୁ ନିଜକୁ ଦୂରେଇ ରଖନ୍ତୁ। ପାରୁଛନ୍ତି ଯଦି ଘରେ ହିଁ କିଛି ପରିବାର ଲୋକଙ୍କ ପାଇଁ ମିଠା ବନାଇ ପର୍ବକୁ ପାଳନ କରିପାରିବେ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

26 seconds ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

4 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

8 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

34 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

39 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

40 mins ago