କେବେ ଖାଇଛନ୍ତି କି ‘ଦହି ଆଳୁ’, ଯାହା ଖାଦ୍ୟର ସ୍ୱାଦକୁ କରିଥାଏ ଦ୍ୱିଗୁଣା !

ସମସ୍ତେ ଚାହାଁନ୍ତି ଭୋଜନରେ ସ୍ୱାଦିଷ୍ଟ ଭୋଜନ ଖାଇବା ପାଇଁ। ଭୋଜନରେ ସ୍ୱାଦ ବଢ଼ାଇବା କାମ କରିଥାଏ ପରିବା ଯାହା ରୋଟିର ସ୍ୱାଦକୁ ବଢ଼ାଇଥାଏ। ଆଜି ଆମେ ଆପଣଙ୍କର ଭୋଜନକୁ ସ୍ୱାଦିଷ୍ଟ କରିବା ପାଇଁ ଏକ ସ୍ପେଶାଲ ଡିସ୍ ‘ଦହି ଆଳୁ’ ବିଷୟରେ ଜଣାଇବୁ। ତେବେ ଏହି ଡିସ୍ ଆପଣଙ୍କ ଖାଦ୍ୟର ସ୍ୱାଦକୁ ପୂରା ଭିନ୍ନ କରିଦେବ।

ଆବଶ୍ୟକୀୟ ସାମଗ୍ରୀ

ଆଳୁ – ୩(ସିଝା)

ଦହି – ୧/୨ କପ୍‌

ଧନିଆ ପାଉଡର – ୧/୨ ଛୋଟ ଚାମଚ

ଜୀରା – ୧/୨ ଛୋଟ ଚାମଚ

ଲାଲ ଲଙ୍କା ପାଉଡର – ୧/୪ ଛୋଟ ଚାମଚ

ତେଲ – ୨ ବଡ ଚାମଚ

ଧନିଆ ପତ୍ର – ଛୋଟ କଟା ହୋଇଥିବା

କଞ୍ଚା ଲଙ୍କା – ୨-୩ କଟା ହୋଇଥିବା

ହଳଦି ପାଉଡର – ୧/୪ ଛୋଟ ଚାମଚ

ହେଙ୍ଗୁ – ଚିମୁଟାଏ

ଲୁଣ – ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ସିଝା ହୋଇଥିବା ଆଳୁର ଚୋପା ଛଡାଇ ଛୋଟ ଛୋଟ କାଟି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ହେଙ୍ଗୁ ଏବଂ ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ ପ୍ୟାନରେ କଞ୍ଚାଲଙ୍କା, ଧନିଆ ପାଉଡର ଏବଂ ହଳଦି ପାଉଡର ପକାଇ ଚଲାନ୍ତୁ। ମସଲା ଭଲଭାବେ ହୋଇଗଲା ପରେ ସେଥିରେ ଆଳୁ ପକାନ୍ତୁ ଏବଂ ୨ ମିନିଟ୍ ପର୍ଯ୍ୟନ୍ତ ଚଲାନ୍ତୁ। ଆଳୁ ଭାଜି ହୋଇଗଲା ପରେ ପ୍ୟାନରେ ୧/୨ କପ୍ ପାଣି ପକାଇ ଘୋଡାଇ ଦିଅନ୍ତୁ। ଏହାପରେ ପରିବା ଫୁଟିବା ଆରମ୍ଭ କରିବ ଏହାପରେ ଏଥିରେ ଦହିକୁ ଧିରେ ଧିରେ ପାଣିରେ ପକାନ୍ତୁ ଏବଂ ଲଗାତର ଚଲାନ୍ତୁ। ଦହି ପକାଇବା ପରେ ପରିବାକୁ ୪ ମିିନିଟ୍ ପର୍ଯ୍ୟନ୍ତ ଆଞ୍ଚରେ ରଖନ୍ତୁ। ଏହାପରେ ଧନିଆ ପତ୍ରରେ ଏହା ଉପରେ ପକାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ଆଳୁ ଦହି ପ୍ରସ୍ତୁତ ହୋଇଯାଇଛି। ତେବେ ଏହାର ସ୍ୱାଦ ନିଶ୍ଚିତ ଭିନ୍ନ ଲାଗିବ।

Pritiparna

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

12 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

3 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago