ମାଛ ଆମ ଶରୀରକୁ ରଖିଥାଏ ସୁସ୍ଥ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଖଟା ମିଠା ଚଟପଟା ମାଛ ତରକାରୀ

ନନଭେଜ ଖାଇବାକୁ ଆମ ସମସ୍ତଙ୍କୁ ଭଲ ଲାଗିଥାଏ। ଆମିଶ ବାର ଆସିବ ପୁଣି ଆମେ ମାଛ ଖାଇବା ନାହିଁ ଏହା କଣ ସମ୍ଭବ। ସେଥିପାଇଁ ଆଜି ଆମେ ଆପଣଙ୍କ ମାଛର ସ୍ପେଶାଲ ରେସିପି ନେଇ ଆସିଛୁ। ସାଧାରଣତଃ ମାଛ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହା ଆମ ଶରୀରର ହାର୍ଟକୁ ସୁସ୍ଥ ରଖିଥାଏ। ତେଣୁ ସପ୍ତାହରେ ଦୁଇ ଥର ମାଛ ଖାଇବା ଆବଶ୍ୟକ। ତେବେ ଜାଣନ୍ତୁ ଖଟା ମିଟା ମାଛ ତରକାରୀ ରେସିପି ବିଷୟରେ।

ପ୍ରସ୍ତୁତି ପ୍ରଣାଳୀ

ମାଛ – ୪୦୦ ଗ୍ରାମ

ରସୁଣ ଛେଚା – ୬ ରୁ ୭ ଟି

ତେନ୍ତୁଳି ରସ – ଆବଶ୍ୟକ ପରିମାଣରେ

ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ

ଶୁଖିଲା ଲଙ୍କା – ୨ଟି

ଭୃସଙ୍ଗ ପତ୍ର – ଅଳ୍ପ

ଜିରା ଲଙ୍କା ଗୁଣ୍ଡ- ଅଳ୍ପ

ଲୁଣ – ଆବଶ୍ୟକ ପରିମାଣରେ

ଗୁଡ଼ – ଆବଶ୍ୟକ ପରିମାଣରେ

ତେଲ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ ଓ ଅଳ୍ପ ଲୁଣ ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ମାଛ ଭାଜି ଏକ ପାତ୍ରକୁ କାଢି ରଖନ୍ତୁ। ଅଧିକ କଡ଼ା କରି ମାଛ ଭାଜିବେ ନାହିଁ। ଏବେ ଏକ ଅନ୍ୟ କଡ଼େଇରେ ତେଲ ଗରମ କରି ଏଥିରେ ଅଳ୍ପ ପଞ୍ଚ ଫୁଟଣ, ଶୁଖିଲା ଲଙ୍କା ପକାନ୍ତୁ। ଏହା ପରେ ତେନ୍ତୁଳି ରସ ଓ ପାଣି ପକାନ୍ତୁ।

ତେନ୍ତୁଳି ରସ ଫୁଟି ଆସିଲେ ସେଥିରେ ରସୁଣ ଛେଚା, ଭୁସଙ୍ଗ ପତ୍ର, ଜିରା ଲଙ୍କା ଗୁଣ୍ଡ, ଆବଶ୍ୟକ ପରିମାଣରେ ଗୁଡ ପକାଇ ଏହାକୁ କିଛି ସମୟ ଫୁଟାନ୍ତୁ। କିଛି ସମୟ ପରେ ଏଥିରେ ଭାଜି ରଖିଥିବା ମାଛକୁ ପକାନ୍ତୁ। ଏବେ ସ୍ୱାଦ ଅନୁଯାୟୀ ଲୁଣ ପକାଇ ୧ ମିନିଟ ଫୁଟାନ୍ତୁ। ୧ ମିନିଟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ଖଟା ମିଠା ମାଛ।

Pritiparna

Recent Posts

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 min ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

3 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

20 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

46 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

50 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

52 mins ago