ଉଜ୍ୱଳ ଏବଂ କୋମଳ ତ୍ୱଚା ଚାହଁଥିଲେ, ଲଗାନ୍ତୁ ମିଲ୍କ ପାଉଡର

ଆମ୍ଭେମାନେ ମିଲ୍କ ପାଉଡର ବ୍ୟବହାର ଚା’ କିମ୍ବା କଫି ପ୍ରସ୍ତୁତ କଲାବେଳେ ବ୍ୟବହାର କରିଥାଉ। ଏହା କ୍ଷୀରର ବିକଳ୍ପ ଭାବେ କାମ କରିବା ସହ ସୁବିଧାରେ ସାଙ୍ଗରେ ନେଇହୁଏ। କିନ୍ତୁ ଏହା ଆମ ତ୍ୱଚାକୁ ଉଜ୍ୱଳ ଏବଂ କୋମଳ କରିବାରେ ସହାୟକ ହୋଇଥାଏ, ତାହା ବହୁତ କମ୍‌ ଲୋକ ଜାଣିଥିବେ। ଏହା ତ୍ୱଚା ପାଇଁ ବେଶ ଲାଭକାରୀ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ହେବା ସହିତ କୋମଳ ମଧ୍ୟ ହୋଇଥାଏ। ଏହାର ଫାଇଦା ପାଇଁବା ପାଇଁ ଏଥିରେ ଅନ୍ୟ ଜିନିଷ ମିଶାଇ ମଧ୍ୟ ଫେସପ୍ୟାକ ପ୍ରସ୍ତୁତ କରିପାରିବେ।

 

ତ୍ୱଚା ଉଜ୍ୱଳ ପାଇଁ:

ଗୋଟେ ଚାମଚ ମିଲ୍କ ପାଉଡରରେ ଏକ ଚାମଚ ଓଟମିଲ ପାଉଡର, ଦୁଇ ଚାମଚ କମଳା ରସ କିମ୍ବା ଲେମ୍ବୁରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଧ୍ୟାନ ରଖିବେ ଯେପରି ଆଖି ପାଖରେ ନ ଲାଗେ। ୧୫-୨୦ ମିନିଟ ପ୍ୟାକକୁ ଲଗାଇବା ପରେ ହାଲକା ଉଷୁମ ପାଣିରେ ଧୋଇଦିଅନ୍ତୁ। ସପ୍ତାହରେ ଦୁଇ ଥର ଏହି ପ୍ୟାକ୍‌କୁ ଲଗାନ୍ତୁ।

କଳାଦାଗ ଦୂର ପାଇଁ:

ଚେହେରାରୁ କଳାଦାଗ ଦୂର କରିବାରେ ମିଲ୍କ ପାଉଡର ସାହାଯ୍ୟ କରିଥାଏ। ଏକ ପାତ୍ରରେ ଦୁଇ ଚାମଚ ମିଲ୍କ ପାଉଡର ସହିତ ଏକ ଚାମଚ ଦହି ଏବଂ ଲେମ୍ବୁରସ ମିଶାଇ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ। ପ୍ୟାକ ଶୁଖିଗଲା ପରେ ହାଲକା ଭାବେ ଏହାକୁ ରଗଡି ମୁହଁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ମଧ୍ୟରେ ମୁହଁରୁ କଳାଦାଗ ଦୂର ହୋଇଯିବ।

ବ୍ରଣ ପାଇଁ:

ମୁହଁରେ ବ୍ରଣ ହେଲେ କ୍ଷୀର କିମ୍ବା ଲହୁଣୀ ଲଗାଇବାକୁ ବାରଣ କରାଯାଏ। କିନ୍ତୁ ମିଲ୍କ ପାଉଡର ଆପଣଙ୍କ ବ୍ରଣ ସମସ୍ୟାକୁ ଦୂର କରିଥାଏ। ଏକ ଚାମଚ ମିଲ୍କ ପାଉଡରରେ ଏକ ଚାମଚ ହଳଦୀ ଏବଂ ଏକ ମିଡିଅମ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇବାର ୧୫ ମିନିଟ ପରେ ମୁହଁ ଧୋଇଦିଅନ୍ତୁ। ସପ୍ତାହକୁ ଅତି କମ୍‌ରେ ତିନି ଥର ଏପରି ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁରୁ ବ୍ରଣ ଦୂର ହୋଇଥାଏ।

ତେଲିଆ ତ୍ୱଚା ପାଇଁ:

ତେଲିଆ ତ୍ୱଚାରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଏକ ଚାମଚ ମିଲ୍କ ପାଉଡର ଏବଂ ମୁଲତାନୀ ମାଟିରେ ଦହି କିମ୍ବା ଲେମ୍ବୁରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ଭଲଭାବେ ମିଶାଇ ୨୦ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏହି ପ୍ୟାକକୁ ସପ୍ତାହକୁ ତିନି ଥର ଲଗାନ୍ତୁ। ଏପରି କରିବା ଦ୍ୱାରା ମୁହଁରେ ଥିବା ଅତ୍ୟଧିକ ତୈଳ ଦୂର ହୋଇଥାଏ।

Swagatika

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

36 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

53 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

57 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago