ଲାଇଫ୍ ଷ୍ଟାଇଲ୍

ଡିନରରେ ବନାନ୍ତୁ ଟେଷ୍ଟୀ ମସଲା ପାମ୍ପଡ, କମ୍‌ ସମୟରେ ସହଜରେ ହେବ ପ୍ରସ୍ତୁତ

ପୁରୁଣା ଜମାନାରେ ଗୋଟେ କଥା ଅଛି ସକାଳର ଖାଦ୍ୟ ରାଜା ଭଳି ଏବଂ ରାତିର ଖାଦ୍ୟ କାଙ୍ଗାଳଙ୍କ ଭଳି ଖାଇବା ଉଚିତ। ହେଲଦି ରହିବା ପାଇଁ ଡାଏଟିସିଆନ୍‌ ବି ଏମିତି ପରାମର୍ଶ ଦିଅନ୍ତି। ଓଜନ କମ୍‌ କରିବା ପାଇଁ ଲୋକ ଖାସ୍‌ କରି ଡିନରରେ ହାଲକା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ରାତିରେ ହାଲକା ଖାଦ୍ୟ ଖାଇବାକୁ ଚାହୁଁଛନ୍ତି ତାହେଲେ ମସଲା ପାମ୍ପଡ ବନାଇ ଖାଇପାରିବେ। ଯାହାକୁ ବନାଇବା ପାଇଁ ଆପଣଙ୍କୁ ବେଶି ପରିଶ୍ରମ କରିବାକୁ ପଡିବନି। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପାମ୍ପଡ, ପିଆଜ, ଟମାଟୋ, କାକୁଡି, ପନୀର, ଚାଟ ମସଲା, ଟମାଟୋ ସସ୍‌, କଞ୍ଚା ଲଙ୍କା, ଫ୍ରେସ୍‌ ଧନିଆ ପତ୍ର, ଲାଲ ଲଙ୍କା ପାଉଡର, ଲୁଣ, ବିଟ ଲୁଣ ଏବଂ ଲେମ୍ବୁ।

ପ୍ରସ୍ତୁତି ପ୍ରଣାଳୀ

ଯଦି ଆପଣ ଡାଏଟରେ ଅଛନ୍ତି ତାହେଲେ ପାମ୍ପଡକୁ ତେଲରେ ଫ୍ରାଏ ନକରି ଗ୍ୟାସରେ ସେକିବା ବେଷ୍ଟ ହେବ। ସର୍ବପ୍ରଥମେ ଆପଣ ପିଆଜ, ଟମାଟୋ, କାକୁଡି, କଞ୍ଚା ଲଙ୍କା, ଧନିଆ ପତ୍ରକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏଥିରେ ବିଟ୍‌ ଲୁଣ ମିଶାଇ ଦିଅନ୍ତୁ। ଏବେ ୨ଟି ପାମ୍ପଡ ନିଅନ୍ତୁ ଏବଂ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ପକାଇ ଦିଅନ୍ତୁ। ମନେ ରଖନ୍ତୁ ପାମ୍ପଡକୁ ଅତି ଛୋଟ ଛୋଟ କରିବେନାହିଁ। ଏଥିରେ କାଟି ରଖିଥିବା ପରିବା ସବୁକୁ ପକାଇ ଦିଅନ୍ତୁ। ଏହାସହିତ ପନୀରର ଖଣ୍ଡକୁ ବି କାଟିକି ପକାଇ ଦିଅନ୍ତୁ। ଏଥିରେ ଅଳ୍ପ ଲୁଣ, ଚାଟ ମସଲା, ଲେମ୍ବୁ ଏବଂ ଟମାଟୋ ସସ୍‌ ପକାଇ ଦିଅନ୍ତୁ।

ଏହି ପନୀରକୁ ବି ପାମ୍ପଡ ସହିତ ମିଶାଇ ଦିଅନ୍ତୁ। ସବୁ ଜିନିଷକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହାଉପରେ ଅଳ୍ପ ଲାଲ ଲଙ୍କା ପାଉଡର ପକାଇ ଦିଅନ୍ତୁ। ଏହାଉପରେ ସାମାନ୍ୟ ଗୋଲ ମରୀଚ ପାଉଡର ବି ପକାଇ ଦିଅନ୍ତୁ। ସନ୍ଧ୍ୟା ପାଇଁ ଆପଣଙ୍କ ପରଫେକ୍ଟ ଡିନର ପ୍ରସ୍ତୁତ ହୋଇଯାଇଛି। ପାମ୍ପଡ ଏବଂ ପନୀର ଠାରୁ ଆପଣଙ୍କୁ ପ୍ରୋଟୀନ ମିଳିବ। ଏହାସହିତ ପରିବାରୁ ଆପଣଙ୍କୁ ଫାଇବର ମିଳିବ। ଆପଣ ଚାହିଁଲେ ପନୀରକୁ ଫ୍ରାଏ କରି ମଧ୍ୟ ପକାଇ ପାରିବେ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

20 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

50 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

60 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago