ଦେଶ ବିଦେଶ

ଛାତିଥରା! ୟୁକ୍ରେନରେ ଭିଡିଓ ରେକର୍ଡ କରୁଥିଲେ ଯୁବକ, ଠିକ୍‌ ଏତିକି ବେଳେ ମୁଣ୍ଡ ଉପର ଦେଇ ମାଡ଼ ହେଲା ମିଶାଇଲ…; ଦେଖନ୍ତୁ ଭିଡିଓ

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ଅଷ୍ଟମ ଦିନରେ ବି ଜାରି ରହିଛି। ରୁଷୀୟ ସେନା ୟୁକ୍ରେନର ଦକ୍ଷିଣ ସହର ଖେରସନ ଉପରେ କବଜା କରି ନେଇଛନ୍ତି। ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷକୁ ଚେତାବନୀ ଦେଇ କହିଛନ୍ତି କି, ପୁଟିନ ବୁଝିଯିବା ଉଚିତ ଯେ ଆମେ ଡରିବୁ ନାହିଁ। ରୁଷ ଅନେକ ବାର ଆମକୁ ଶେଷ କରି ଦେବାକୁ ଚେଷ୍ଟା କରିଛି।

ଅନ୍ୟପଟେ ଯୁଦ୍ଧ ଭିତରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିବା ପରେ ଆପଣଙ୍କ ହୋଶ୍‌ ଉଡ଼ିଯିବ। ରାସ୍ତାରେ ଯାଉଥିବା ଲୋକେ ଭିଡିଓ କରି ତାହାକୁ ଇଣ୍ଟରନେଟରେ ଅପଲୋଡ୍ କରୁଛନ୍ତି। ଏବେ ଛାତି ଥରେଇ ଦେଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଏକ ବିଲ୍ଡିଂ ପାର୍ଶ୍ୱରେ ଛିଡ଼ା ହୋଇ ଭିଡିଓ କରୁଛନ୍ତି ଏବଂ ଠିକ୍‌ ଏହି ସମୟରେ ଏମିତି ଦୁର୍ଘଟଣା ଘଟୁଛି, ଯାହାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି।

ଏକ ଆବାସିକ ଅଞ୍ଚଳରେ ଜଣେ ସ୍ୱେଚ୍ଛାସେବୀ ମୋବାଇଲ୍ କ୍ୟାମେରା ସାମ୍ନାରେ ନିଜ ବାର୍ତ୍ତା ରେକର୍ଡ କରୁଥିଲେ। ସେତିକି ବେଳେ ତାଙ୍କ ମୁଣ୍ଡ ଉପର ଦେଇ ଏକ ମିଶାଇଲ୍‌ ବିଲ୍ଡିଂ ଉପରେ ଆସି ମାଡ଼ ହୋଇଥିଲା। ଯେମିତି ସେ ଏହାକୁ ଅନୁଭବ କରିଥିଲେ, ତ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଯଦିଓ ସୌଭାଗ୍ୟବଶତଃ ସେ ଏଥିରୁ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏହାପରେ ସେ ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ। ଏବେ ଏହା ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ତେବେ @nexta_tv ନାମକ ଆକାଉଣ୍ଟରୁ ସେୟାର କରାଯାଇଥିବା ଏହି ଭିଡିଓରେ ଯୁବକ ଜଣକ କେଉଁ ସ୍ଥାନରେ ଛିଡ଼ା ହୋଇ ରେକର୍ଡ କରୁଛନ୍ତି, ତାହା ଜଣାପଡ଼ି ନାହିଁ। ଭିଡିଓକୁ ଏ ପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି।

Roshni

Recent Posts

‘ଫାଦର୍ସ ଡେ’ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣା, ୨ ମୃତ

ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…

6 mins ago

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

13 mins ago

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…

15 mins ago

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…

15 mins ago

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

31 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

33 mins ago