କାର୍ତ୍ତିକ ମାସରେ ଘରେ ପ୍ରସ୍ତୁତ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌

କାର୍ତ୍ତିକକୁ ଧର୍ମମାସ କୁହାଯାଏ। ବିଶ୍ୱାସ ରହିଛି ଯେ ଏହି ମାସରେ ଆମିଷ ଭୋଜନ ପରିହାର କରି ନିରାମିଷ ଆହାର ଗ୍ରହଣ କରିବା ଦ୍ୱାରା ପୁଣ୍ୟଲାଭ ହୋଇଥାଏ। ତେଣୁ କାର୍ତ୍ତିକରେ ଘରେ ଘରେ ଅରୁଆ ଭୋଜନ କରାଯାଏ। ତେବେ କାର୍ତ୍ତିକରେ ଭେଜ୍‌ରେ ମଧ୍ୟ ଆପଣ ବହୁତ ଟେଷ୍ଟି ଖାଇବା ତିଆରି କରିପାରିବେ। କାର୍ତ୍ତିକ ମାସରେ ଆପଣ ଚାହିଁଲେ ସ୍ପଞ୍ଜି ଭେଜ୍‌ କେକ୍‌ ତିଆରି କରି ନିଜେ ଖାଇବା ସହ ପରିବାର ଲୋକଙ୍କୁ ମଧ୍ୟ ଖୁଆଇପାରିବେ। ଏହାକୁ ବନାଇବା ମଧ୍ୟ ଖୁବ୍‌ ସହଜ। ଆସନ୍ତୁ ଜାଣିବା ସ୍ପଞ୍ଜି ଭେଜ୍‌ କେକ୍‌ ପ୍ରସ୍ତୁତି ବିଧି:

ଆବଶ୍ୟକୀୟ ସାମଗ୍ରୀ:

ମଇଦା-୨୦୦ ଗ୍ରାମ୍‌
ବେକିଂ ପାଉଡର-ଅଧ ଚାମଚ
ଲହୁଣୀ-୧୧୫ ଗ୍ରାମ୍‌
ଭାନିଲା ଏସେନ୍ସ-୧ ଚାମଚ
ଚିନି-୨୦୦ ଗ୍ରାମ୍‌
ଲୁଣ-ଅଧ ଚାମଚ
କ୍ଷୀର-୧୨୫ ମିଲି

ଏହାସହ ପଢ଼ନ୍ତୁ: ପିଲାଙ୍କ ଠାରେ କାହିଁକି ଦେଖାଦେଉଛି ମେଦବହୁଳତା, ଜାଣନ୍ତୁ ଏହାର ପ୍ରମୁଖ କାରଣ…

ପ୍ରସ୍ତୁତି ପ୍ରଣାଳୀ:

ଏକ ବଡ଼ ପାତ୍ରରେ ମଇଦା ଓ ଲହୁଣୀକୁ ନେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏଥିରେ ବେକିଂ ପାଉଡର, ଭାନିଲା ଏସେନ୍ସ, ଚିନି, ଲୁଣ ଓ କ୍ଷୀର ପକାଇ ପୁଣି ଥରେ ଗୋଳାନ୍ତୁ। ବ୍ୟାଟର ନରମ ହେବା ପର୍ଯ୍ୟନ୍ତ ଚାମଚରେ ଫେଣ୍ଟନ୍ତୁ।

ଏବେ ଓଭାନ ଅନ୍‌ କରି ୩୫୦ ଡିଗ୍ରୀ ତାପମାତ୍ରାରେ ପ୍ରି-ହିଟ୍‌ କରନ୍ତୁ। ବର୍ତ୍ତମାନ କେକ୍‌ ପ୍ୟାନ୍‌ର ଚାରିପଟେ ଭଲଭାବେ ଘିଅ ଲଗାଇ ସେଥିରେ ବ୍ୟାଟର ରଖି ଓଭାନ୍‌ରେ ୩୦ରୁ ୩୫ ମିନିଟ୍‌ ଯାଏଁ ବେକ୍‌ କରନ୍ତୁ। ସାଧାରଣ ତାପମାତ୍ରାକୁ ଆସିଗଲେ କେକ୍‌କୁ କ୍ରିମ୍‌ ଓ ଜାମ୍‌ରେ ସଜାଇ ସର୍ଭ କରନ୍ତୁ ସ୍ପଞ୍ଜି ଭେଜ୍‌ କେକ୍‌। ଏହା ଖୁବ୍‌ ନରମ ହୋଇଥିବାରୁ ଉଭୟ ପିଲା ଓ ବୟସ୍କ କେକ୍‌କୁ ଆରାମରେ ଖାଇପାରିବେ।

WCW 11

Recent Posts

୩ ଥାକିଆ ସୁରକ୍ଷା ବଳୟ ଭିତରେ ବିଧାନସଭା, କେବଳ ପାସ୍ ଧାରୀ ଗୃହ ମଧ୍ୟକୁ କରି ପାରିବେ ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

25 mins ago

ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ…

40 mins ago

ବରଗଡ଼ରେ ଅଘଟଣ: ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼ (କେନ୍ୟୁଜ): ପୁଣି ହାତୀ ଉପଦ୍ରବ  । ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲେ ୩ଟିକିଆ ହାତୀପଲ ।  ରାତିରେ…

51 mins ago

ହୁ ହୁ ହୋଇ ବଢୁଛି ପରିବା ଦର : ଆଳୁ କିଲୋ ୩୫ , ପିଆଜ କିଲୋ ୪୫ରୁ ୫୦

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ମାଡ଼ରେ ଖାଉଟି ବେହାଲ ।  ହୁ ହୁ ହୋଇ ବଢୁଛି ଆଳୁ- ପିଆଜ ସାଙ୍ଗକୁ ପରିବା…

1 hour ago

ଜୁନ ଅଧା ସରିଲାଣି ମୌସୁମୀର ଦେଖା ମିଳୁନି, ଗରମ ଓ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ପ୍ରାକ୍ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।  ଜୁନ ମାସ ଅଧା ସରିଲାଣି, ତଥାପି…

1 hour ago

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

2 hours ago