ବିନା ଗ୍ୟାସ ଜଳାଇ ଚଟାପଟ ବନାନ୍ତୁ ଏହି ରେସପୀ, ‘ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ୍‌’

ପ୍ରତିଦିନ ଏପରି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖି ହେଉନାହିଁ। ପ୍ରତିଦିନ କ’ଣ ଜଳଖିଆ ଖାଇବେ କି ପିଲାମାନଙ୍କୁ ବନାଇକି ଦେବେ ତାହା ମଧ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇଥାଏ। ପିଲାମାନଙ୍କୁ ଖାଇବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ ହୋଇଥିବା ମଧ୍ୟ ଆବଶ୍ୟକ। ଏପରି ସ୍ଥଳେ ଆପଣ ବିନା ଗ୍ୟାସ ଜଳାଇ ଚଟାପଟ ଏହି ରେସପୀ ବନାଇ ପିଲାମାନଙ୍କୁ ଖାଇବାକୁ ଦେଇପାରିବେ। ଯାହାର ନାମ ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ । ଆପଣମାନେ ତ ବାହାରେ ସ୍ୟାଣ୍ଡଓ୍ଵିଚ ନିଶ୍ଚିତ ଖାଇଥିବେ। କିନ୍ତୁ ଏହାକୁ ଘରେ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିନେବା

ଆବଶ୍ୟକ ସାମଗ୍ରୀ :

୮ ରୁ ୧୦ଟି ବ୍ରେଡ

କାକୁଡି- ୧ଟି

ପିଆଜ- ୧ଟି

ଟମାଟର – ୧ଟି

କ୍ୟାପସିକମ୍‌- ୧ଟି,

ମାୟୋନିଜକଟା ହୋଇଥିବା ଧନିଆପତ୍ର, ଗ୍ରୀନ ଚଟଣୀ, ଗୋଲମରିଚ ଗୁୁଣ୍ଡ, ସ୍ୱାଦୁନସାରେ ଲୁଣ

ଏହାସହ ପଢ଼ନ୍ତୁ ; ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚି଼ଜି ପିଜ୍ଜା ପରଠା

ପ୍ରସ୍ତୁତି ପ୍ରଣାଳୀ :

ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କାକୁଡି, ଟମାଟର, ପିଆଜ ଏବଂ କ୍ୟାପସିକମ୍‌କୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହି ସବୁକୁ ଏକ ପାତ୍ରରେ ପକାଇ ସେଥିରେ ମାୟୋନିଜ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ କଟା ହୋଇଥିବା ଧନିଆପତ୍ରକୁ ପକାଇ ମିଶାଇ ଦିଅନ୍ତୁ। ବ୍ରେଡ ଚାରିପାଖରୁ କାଟି ଦିଅନ୍ତୁ। ବ୍ରେଡର ଗୋଟେ ପାଖରେ ଚଟଣୀ ଲାଗଇ ତା ଉପରେ ମାୟୋନିଜ ମିଶ୍ରଣକୁ ଚାରିଆଡେ ଲଗାଇଦିଅନ୍ତୁ। ତା ଉପରେ ଅନ୍ୟ ଏକ ବ୍ରେଡ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ। ଏହାକୁ ଆପଣ କ୍ୟାଚଅପ୍‌ କିମ୍ବା ଧନିଆ ଚଟଣୀ ସହିତ ଖାଇପାରିବେ।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 seconds ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

15 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

30 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

40 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

51 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago