ବିନା ଗ୍ୟାସ ଜଳାଇ ଚଟାପଟ ବନାନ୍ତୁ ଏହି ରେସପୀ, ‘ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ୍’
ପ୍ରତିଦିନ ଏପରି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖି ହେଉନାହିଁ। ପ୍ରତିଦିନ କ’ଣ ଜଳଖିଆ ଖାଇବେ କି ପିଲାମାନଙ୍କୁ ବନାଇକି ଦେବେ ତାହା ମଧ୍ୟ ଆପଣଙ୍କ ଚିନ୍ତାର କାରଣ ହୋଇଥାଏ। ପିଲାମାନଙ୍କୁ ଖାଇବା ସ୍ୱାଦିଷ୍ଟ ଲାଗିବା ସହ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ ହୋଇଥିବା ମଧ୍ୟ ଆବଶ୍ୟକ। ଏପରି ସ୍ଥଳେ ଆପଣ ବିନା ଗ୍ୟାସ ଜଳାଇ ଚଟାପଟ ଏହି ରେସପୀ ବନାଇ ପିଲାମାନଙ୍କୁ ଖାଇବାକୁ ଦେଇପାରିବେ। ଯାହାର ନାମ ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ । ଆପଣମାନେ ତ ବାହାରେ ସ୍ୟାଣ୍ଡଓ୍ଵିଚ ନିଶ୍ଚିତ ଖାଇଥିବେ। କିନ୍ତୁ ଏହାକୁ ଘରେ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିନେବା
ଆବଶ୍ୟକ ସାମଗ୍ରୀ :
୮ ରୁ ୧୦ଟି ବ୍ରେଡ
କାକୁଡି- ୧ଟି
ପିଆଜ- ୧ଟି
ଟମାଟର – ୧ଟି
କ୍ୟାପସିକମ୍- ୧ଟି,
ମାୟୋନିଜକଟା ହୋଇଥିବା ଧନିଆପତ୍ର, ଗ୍ରୀନ ଚଟଣୀ, ଗୋଲମରିଚ ଗୁୁଣ୍ଡ, ସ୍ୱାଦୁନସାରେ ଲୁଣ
ଏହାସହ ପଢ଼ନ୍ତୁ ; ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଚି଼ଜି ପିଜ୍ଜା ପରଠା
ପ୍ରସ୍ତୁତି ପ୍ରଣାଳୀ :
ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କାକୁଡି, ଟମାଟର, ପିଆଜ ଏବଂ କ୍ୟାପସିକମ୍କୁ ଛୋଟ ଛୋଟ କରି କାଟିଦିଅନ୍ତୁ। ଏହି ସବୁକୁ ଏକ ପାତ୍ରରେ ପକାଇ ସେଥିରେ ମାୟୋନିଜ ପକାଇ ଦିଅନ୍ତୁ । ଏହାପରେ ଏଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଦିଅନ୍ତୁ। ଏହା ସହିତ କଟା ହୋଇଥିବା ଧନିଆପତ୍ରକୁ ପକାଇ ମିଶାଇ ଦିଅନ୍ତୁ। ବ୍ରେଡ ଚାରିପାଖରୁ କାଟି ଦିଅନ୍ତୁ। ବ୍ରେଡର ଗୋଟେ ପାଖରେ ଚଟଣୀ ଲାଗଇ ତା ଉପରେ ମାୟୋନିଜ ମିଶ୍ରଣକୁ ଚାରିଆଡେ ଲଗାଇଦିଅନ୍ତୁ। ତା ଉପରେ ଅନ୍ୟ ଏକ ବ୍ରେଡ ରଖିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଭେଜ ମାୟୋନିଜ ସ୍ୟାଣ୍ଡଓ୍ଵିଚ। ଏହାକୁ ଆପଣ କ୍ୟାଚଅପ୍ କିମ୍ବା ଧନିଆ ଚଟଣୀ ସହିତ ଖାଇପାରିବେ।