ଥମିବାର ନାଁ ନେଉନି ଲୋକଲଜ୍ଜା, ନାବାଳିକାଙ୍କୁ ପୂଜା ବୁଲାଇନେବା ବାହାନାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ
ରାଉରକେଲା (କେନ୍ୟୁଜ୍) : ଲୋକଲଜ୍ଜା ଯେମିତି ଥମିବାର ନାଁ ନେଉନି । ଜୁନାଗଡ଼ ଜାରିଂ ଜଙ୍ଗଲ ଗଣଦୁଷ୍କର୍ମ ମାମଲା ପରେ ପୁଣି ରାଉରକେଲାରୁ ଆସିଛି ଲଜ୍ଜାଜନକ ଅଭିଯୋଗ। ଗତ ୨୨ତାରିଖ ରାତିରେ ଜଣେ ନାବାଳିକାଙ୍କୁ ପୂଜା ବୁଲାଇନେବା ବାହାନାରେ ୩ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେକ୍ଟର ୬ ଅଞ୍ଚଳର ଘାସ ପଡ଼ିଆରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ କଥା କାହା ଆଗରେ ପ୍ରକାଶ ନକରିବାକୁ ଧମକଚମକ ଦେଇଥିଲେ। ତେବେ ନାବାଳିକା ପରିବାର ଲୋକଙ୍କୁ ଏକଥା କହିବା ପରେ ଗତକାଲି ରାତିରେ ସେକ୍ଟର ୭ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିବା ସହ ଏଥିରେ ସଂପୃକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।