ଯଦି ଆପଣଙ୍କ ନିକଟରେ ରହିଛି ଏହି ସବୁ ଗୁଣ, ତେବେ ଆପଣ ବି ହୋଇପାରିବେ ମିସ୍ ଇଣ୍ଡିଆ

ସାଧାରଣ ଲୋକଙ୍କ ପାଇଁ ଟିଭି ଏବଂ ଫିଲ୍ମ ଦୁନିଆର ଲୋକଙ୍କ ଛବି ଅଲଗା । ଲୋକଙ୍କୁ ଲାଗେ ଏଥିରେ ନାମ ଏବଂ ଲୋକପ୍ରିୟତା ସହ ଖୁବ୍ ଟଙ୍କା ମଧ୍ୟ ରହିଛି । ଲାଗିବା ବି ସ୍ବାଭାବିକ୍ । ପ୍ରକୃତରେ ଏହି ଗ୍ଲାମର୍ ଲାଇନରେ ଟଙ୍କା ମଧ୍ୟ ଖୁବ୍ ରହିଛି । ଟିଭି ଏବଂ ଫିଲ୍ମ ଜଗତରେ ଥରେ ପଡିଗଲା ପରେ ଆପଣଙ୍କ ଜୀବନ ହିଁ ବଦଳିଯାଇଥାଏ । ଏହା ହିଁ କାରଣ ଯେ ଲୋକମାନେ ମଡେଲିଙ୍ଗ୍, ଅଭିନୟ,ସିଙ୍ଗିଙ୍ଗ୍ ଏବଂ ଡ୍ୟାନ୍ସିଂ ଭଳି ଦିଗ ଉପରେ ଅଧିକ ଫୋକସ୍ କରିଥାନ୍ତି । ତେବେ ଏସବୁ ମଧ୍ୟରେ ବେଶୀ କ୍ରେଜ୍ ରହିଛି ମଡେଲିଙ୍ଗର ।

ପ୍ରାୟ ଝିଅଙ୍କ ସ୍ବପ୍ନ ଯେ ସେ ବିଶ୍ବର ସବୁଠୁ ସୁନ୍ଦର ଝିଅ ହୁଅନ୍ତୁ । ଏହା ସହ ଖୁବ୍ ନାମ ମଧ୍ୟ କମାନ୍ତୁ । ତେବେ ମାନୁଷି ଛିଲର୍ ମିସ୍ ୱର୍ଲ୍ଡ ହେବା ପରେ ଇଣ୍ଟରନେଟରେ ଲୋକମାନେ ମିସ୍ ଇଣ୍ଡିଆ, ମିସ୍ ୱର୍ଲ୍ଡ ଏବଂ ମିସ୍ ୟୁନିଭର୍ସ କେମିତି ହୁଅନ୍ତି ଅଧିକ ସର୍ଚ୍ଚ କରିବାକୁ ଲାଗିଛନ୍ତି । ଯଦି ଆପଣଙ୍କର ବି ସେମିତି କିଛି ସ୍ବପ୍ନ ରହିଛି ତେବେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

ମଡେଲିଙ୍ଗ୍ କ୍ଷେତ୍ରରେ କ୍ୟାରିୟର୍ ତିଆରି କରିବାକୁ ହେଲେ କିଛି ଖାସ୍ ଯୋଗ୍ୟତା ଥିବା ନିହାତି ଜରୁରୀ । ଆସନ୍ତୁ ଜାଣିବା . . .

– ଏହି କ୍ଷେତ୍ରରେ ସବୁଠୁ ପ୍ରଥମେ ଦେଖାଯାଉଥିବା ଜିନିଷ ହେଉଛି ଆପଣଙ୍କ ଉଚ୍ଚତା । ଝିଅ ମାନଙ୍କ ଉଚ୍ଚତା ଅତି କମରେ ୫.୭ ଇଞ୍ଚ ହୋଇଥିବା ଜରୁରୀ ।

– ଏହି ପ୍ରତିଯୋଗୀତା ପାଇଁ ଆପଣଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍ ।

– ମଡେଲିଙ୍ଗ୍ ପାଇଁ ଆପଣଙ୍କ ଚେହେରା ଫଟୋଜେନିକ୍ ହେବା ମଧ୍ୟ ଜରୁରୀ । ଆପଣଙ୍କ ଫଟୋ ଏମିତି ହେବା ଦରକାର ଯାହା ଲୋକଙ୍କୁ ଆକର୍ଷିତ କରିପାରୁଥିବ ।

– କେବଳ ଭଲ ଉଚ୍ଚତା ନୁହେଁ ଭଲ ବ୍ୟକ୍ତିତ୍ବ ମଧ୍ୟ ରହିବା ଆବଶ୍ୟକ । ସେହିପରି ଭଲ ଫିଗର, ସୌନ୍ଦର‌୍ୟ୍ୟ ସହ ଆପଣଙ୍କ ଚେହେରା ହସକୁରା ହୋଇଥିବା ଦରକାର ।

– ଏହା ବ୍ୟତୀତ ଆପଣଙ୍କର ସମସ୍ତ କ୍ଷେତ୍ରରେ ଜ୍ଞାନ ରହିଥିବା ଆବଶ୍ୟକ । ସେହିପରି ଉପସ୍ଥିତ ବୁଦ୍ଧି ମଧ୍ୟ ମଡେଲିଙ୍ଗ୍ ପାଇଁ ନିହାତି ଜରୁରୀ ।

– ଏହି ପ୍ରତିଯୋଗୀତାରେ ସେହିମାନେ ଭାଗ ନେଇପାରିବେ ଯେଉଁମାନଙ୍କର ବିବାହ ହୋଇନଥିବ ଏବଂ ନା ହେବାକୁ ଥିବ ।

– ଏହି ପ୍ରତିଯୋଗୀତାରେ ଭାଗ ନେବାକୁ ହେଲେ ପ୍ରଥମେ ସ୍କୁଲ୍, କଲେଜରେ ହେଉଥିବା ଛୋଟ ଛୋଟ ବିଉଟି ପ୍ରତିଯୋଗୀତାରେ ଭାଗ ନିଅନ୍ତୁ ।

– ଏହି ଫିଲ୍ଡରେ ଯିବା ପୂର୍ବରୁ ଯଦି କୌଣସି ଭଲ ଇନଷ୍ଟଚ୍ୟୁଟରୁ ଟ୍ରେନିଙ୍ଗ୍ ନେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ପ୍ଲସ୍ ପଏଣ୍ଟ ହେବ ।

ଯଦି ଆପଣଙ୍କ ମଧ୍ୟରେ ଏହି ସବୁ ଗୁଣ ରହିଛି ତେବେ ମିସ୍ ଇଣ୍ଡିଆ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଏକ ପୋର୍ଟପୋଲିଓ ପ୍ରସ୍ତୁତ କରନ୍ତୁ । କାରଣ ଆରମ୍ଭରୁ ଫଟୋ ଦେଖି ହିଁ ମଡେଲଙ୍କ ଚୟନ କରାଯାଇଥାଏ । ପରେ ପରୀକ୍ଷା ହୋଇଥାଏ ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

28 seconds ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

6 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

20 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago