ଏହି ୫ କାରଣ ପାଇଁ ଭାରତର ନିର୍ବାଚନ ଉପରେ ସାରା ଦୁନିଆର ନଜର

ଭାରତରେ ଅପ୍ରିଲରୁ ମଇ ମାସ ମଝିରେ ୧୭ତମ ଲୋକସଭା ନିର୍ବାଚନ ହେବ। ଦୁନିଆ ସାରା ସମସ୍ତଙ୍କ ନଜର ଏହି ନିର୍ବାଚନ ଉପରେ ରହିଛି। ଏହାର ଅନେକ କାରଣ ରହିଛି। ଏଥର ଲୋକସଭା ନିର୍ବାଚନରେ ୯୦ କୋଟି ମତଦାତା ମତଦାନ ଦେବେ। ଭାରତରେ ୧୧ ଅପ୍ରିଲରୁ ୧୯ ମଇ ମଧ୍ୟରେ ନିର୍ବାଚନ ହେବ। ୨୩ ମଇରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ସାତଟି ପର୍ଯ୍ୟାୟରେ ଶେଷ ହେଉଥିବା ଏହି ନିର୍ବାଚନ ପାଇଁ ୧୦ ଲକ୍ଷ ପୋଲିଂ ବୁଥ୍ କରାଯିବ। ୧୮ରୁ ୧୯ ବର୍ଷ ବୟସରେ କୋଟି କୋଟି ଯୁବକ ଯୁବତୀ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ନିଜର ମତଦାନ କରିବେ। ଆସନ୍ତୁ ଜାଣିବା କଣ ସେହି ପାଞ୍ଚ କାରଣ ଯେଉଁ କାରଣରୁ ଭାରତରେ ହେବାକୁ ଥିବା ନିର୍ବାଚନ ଉପରେ ରହିବ ସମସ୍ତଙ୍କ ନଜର।

ଦୁନିଆର ସବୁଠାରୁ ବଡ ଗଣତନ୍ତ୍ର

-ଭାରତ ଦୁନିଆର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ ଅଟେ।

-ଜନସଂଖ୍ୟାରେ ଚୀନ ପରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।

-ମତଦାତା ୫୪୩ ଲୋକସଭା ସିଟରେ ମତଦାନ ଜରିଆରେ ଶାସକ ବାଛିବେ।

-୨୦୧୪ ମସିହା ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ପାଇଁ ୩୭ ଲକ୍ଷ ପୋଲିଂ ଷ୍ଟାଫ୍ ନିଯୁକ୍ତ ହୋଇଥିଲେ।

-ସେହି ସମୟରେ ନିର୍ବାଚନ ପାଇଁ ୫୫୦,୦୦୦ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ।

-ପାଞ୍ଚ ସପ୍ତାହର ନିର୍ବାଚନରେ ୫୬ଟି ହେଲିକପ୍ଟର ଏବଂ ୫୭୦ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିଲା।

 

ନିଶ୍ଚିତ ପଢ଼ନ୍ତୁ :ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ , ସମ୍ଭାବ୍ୟ ଆଶାୟୀ ତାଲିକାକୁ ନେଇ ହେବ ଆଲୋଚନା

ସବୁଠାରୁ ଅଧିକ ରାଜନିତିକ ପାର୍ଟୀ ନିର୍ବାଚନରେ ଭାଗ ନିଅନ୍ତି

-୨୦୧୪ ମସିହାରେ ଭାରତରେ ୪୬୪ଟି ଦଳ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନରେ ଠିଆ କରାଇଥିଲେ ।

-ଗତ ଲୋକସଭା ନିର୍ବାଚନରେ ୩୮,୭୦ ବିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା ।

-ଗତ ଲୋକସଭା ନିର୍ବାଚନରେ ମତଦାତାଙ୍କ ସଂଖ୍ୟା ୮୩ କୋଟିରୁ ଅଧିକ ଥିଲା।

-୮୩.୪ କୋଟି ମତଦାତା ୮୨୫୧ କୋଟି ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟର ପରୀକ୍ଷା ନେଇଥିଲେ।

-ଚଳିତ ବର୍ଷର ଲୋକସଭା ନିର୍ବାଚନରେ ଏହି ସଂଖ୍ୟା ବଢ଼ି ୯୦ କୋଟି ପହଁଚି ଯାଇଛି।

ରାଜନୈତିକ ଦଳର ନିର୍ବାଚନ ଚିହ୍ନ ଏବଂ ଅନେକ ବିଚାରଧାରା

-ଭାରତରେ ସବୁ ରାଜନୈତିକ ଦଳର ନିର୍ବାଚନ ଚିହ୍ନ ଅଲଗା ଅଲଗା ହୋଇଥାଏ।

-ନିର୍ବାଚନ ଆୟୋଗଙ୍କ ଦ୍ୱାରା ଦଳ ପାଇଁ ନିର୍ବାଚନ ଚିହ୍ନ ବଛା ଯାଇଥାଏ।

-ଭାରତରେ ହାତି ରୁ ନେଇ ତୀର, ହାତ ରୁ ନେଇ ପଦ୍ମ ପର‌୍ୟ୍ୟନ୍ତ ସବୁ ଚିହ୍ନ ବ୍ୟବହାର କରାଯାଇଥାଏ।

-ଏହି ନିର୍ବାଚନ ଚିହ୍ନ କାରଣରୁ ପ୍ରାର୍ଥୀ ନିଜର ବିଚାରଧାରାକୁ ଦଳ ଏବଂ ତାହାର ପ୍ରାର୍ଥୀକୁ ଭୋଟ ଦେଇଥାନ୍ତି।

-ନିର୍ବାଚନ ଅଧିକାରୀଙ୍କ ପାଇଁ ଖାଦ୍ୟ, ଶୋଇବା ପାଇଁ ବିଛଣା, ଟର୍ଚ୍ଚ, ଇଲେକଟ୍ରୋନିକ ଭୋଟିଂ ମେସିନ ଯୋଗ।ଇ ଦିଆଯାଇଥାଏ।

ଏହା ସହିତ ପଢ଼ନ୍ତୁ : ଏଣିକି ଲୁଚାଇ ପାରିବେନି ଅପରାଧ, ନିର୍ବାଚନ ପୂର୍ବରୁ ଦାଗୀ ପ୍ରାର୍ଥୀ ବିଜ୍ଞାପନ ଦେଇ କହିବେ ‘ହଁ ମୁଁ ଜଣେ ଅପରାଧୀ’

ସବୁଠୁ ଅଧିକ ଯୁବ ଭୋଟ

-ଭାରତରେ ୧୮ରୁ ୧୯ ବର୍ଷ ମଧ୍ୟରେ ଦେଢ଼ କୋଟି ଯୁବ ମତଦାତା ଅଛନ୍ତି।

-ଏହି ଯୁବ ମତଦାତା ଚଳିତ ବର୍ଷ ପ୍ରଥମ ଥର ପାଇଁ ନିଜର ମତାଧିକାର ପ୍ରୟୋଗ କରିବେ।

-ଦୁନିଆରେ କୌଣସି ବି ଦେଶରେ ଏତେ ସଂଖ୍ୟାରେ ଯୁବ ମତଦାତା ମିଳିବା ମୁସକିଲ।

ନିର୍ବାଚନରେ ଅନଲାଇନ ଗତିବିଧି ଉପରେ ନଜର

-୪୩ କୋଟିରୁ ଅଧିକ ଭାରତୀୟଙ୍କ ପାଖରେ ସ୍ମାର୍ଟଫୋନ ରହିଛି।

-୩୦ କୋଟି ଭାରତୀୟ ଫେସବୁକରେ ଅଛନ୍ତି।

-୨୦ କୋଟିରୁ ଅଧିକ ଭାରତୀୟ ହ୍ଵାଟ୍‌ସଆପ୍‌ ଜରିଆରେ ମେସେଜ୍ ପଠାଉଛନ୍ତି।

-ଏଥିପାଇଁ ନିର୍ବାଚନରେ ରାଜନିତିକ ଦଳ ଏବଂ ପ୍ରାର୍ଥୀ ଅନଲାଇନ ଉପରେ ସବୁଠାରୁ ଅଧିକ ଜୋର ଦିଆଯିବ।

-ପରମ୍ପରାଗତ ପୋଷ୍ଟର, ବ୍ୟାନର୍ସ ଏବଂ କ୍ୟାମ୍ପେନ ସ୍ଲୋଗାନ ମଧ୍ୟ ଅନଲାଇନ ହିସାବରେ ବଦଳିଯାଇଛି।

-ଏହି କାରଣ ପାଇଁ ନିର୍ବାଚନ ଆୟୋଗ ଏଥର ପ୍ରାର୍ଥୀଙ୍କ ଅନଲାଇନ ଗତିବିଧି ଉପରେ ନଜର ରଖିବ।

 

 

Pritiparna

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

2 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

47 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

53 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago