ବର୍ଷା ଦିନେ କପଡାରୁ ଦୁଗର୍ନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ବର୍ଷା ଦିନେ ଭଲ ଖରା ନ ହେଲେ ଲୁଗାପଟା ଭଲଭାବେ ଶୁଖି ପାରେ ନାହିଁ। ବର୍ଷା ଲାଗି ରହିଲେ ପ୍ରାୟ ସମସ୍ତେ ଘର ଭିତରେ ଲୁଗାପଟା ଶୁଖାଇ ଥାନ୍ତି। ତେବେ ଫ୍ୟାନ୍‌ ଦେଲେ ବି ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଲୁଗାପଟା ଏତେ ଶୀଘ୍ର ଶୁଖେ ନାହିଁ। ଆଉ ଅଧିକ ସମୟ ଧରି ଓଦା ରହିବା ଯୋଗୁ ସେଥିରୁ ଏକ ପ୍ରକାରର ଦୁର୍ଗନ୍ଧ ଆସିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବତାଇବୁ ଯାହା ସାହାଯ୍ୟରେ ଆପଣ ବର୍ଷା ଦିନେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିପାରିବେ।

ଭିନେଗାର: ବର୍ଷା ଦିନେ ଲୁଗାପଟା ଧୋଇବା ପରେ ଅଧା ବାଲ୍‌ଟି ପାଣିରେ ଦୁଇ ଚାମଚ ଭିନେଗାର୍‌ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଧୁଆ ଲୁଗାକୁ ୧୦ ମିନିଟ୍‌ ବତୁରାଇବା ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ।

ଏହାସହ ପଢନ୍ତୁ: ଶୋଇବା ସମୟରେ ଆପଣଙ୍କ ଠାରୁ ଝାଳ ବାହାରୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ…

ଡେଟଲ୍‌: ଠିକ୍‌ ଭିନେଗାର ପରି ଲୁଗା ଧୋଇବା ପରେ ସେଗୁଡ଼ିକୁ ଡେଟଲ୍‌ ପାଣିରେ ୧୦ ମିନିଟ ବୁଡ଼ାଇ ରଖନ୍ତୁ ଓ ପରେ ଚିପୁଡ଼ି ଶୁଖାଇ ଦିଅନ୍ତୁ। ଦେଖିବେ ଆଉ ସେଥିରେ ଦୁର୍ଗନ୍ଧ ରହିବ ନାହିଁ।

ଧୂପକାଠି: ସାଧାରଣତଃ ଆମେ ପୂଜା ସମୟରେ ଧୂପକାଠିର ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ ଧୂପକାଠି ବର୍ଷା ଦିନରେ କପଡ଼ାରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ। ଲୁଗାପଟାକୁ ଧୋଇ ଶୁଖାଇଲା ପରେ ଆଖପାଖରେ ଧୂପକାଠି ଲଗାଇ ଦିଅନ୍ତୁ। ଏହାର ଧୂଆଁ ଓ ସୁନ୍ଦର ମହକ ଆପଣଙ୍କ କପଡ଼ାରୁ ଦୁର୍ଗନ୍ଧକୁ ଦୂର କରି ଦେଇଥାଏ।

KNews Bureau

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

27 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago