ଲାଇଫ୍ ଷ୍ଟାଇଲ୍

ମୁହଁରୁ ତୁରନ୍ତ ଗାୟବ ହୋଇଯିବ ବ୍ରଣ ଦାଗ, ଥରେ ଆପଣାଇ ଦେଖନ୍ତୁ ଏହି ଔଷଧୀୟ ମାସ୍କ

ବ୍ରଣ କାରଣରୁ ମୁହଁରେ କଳାଦାଗ, ଚିହ୍ନ ଏବଂ ଲାଲ ଦାଗ ପଡିଯାଏ। ଆଉ ଦାଗରୁ ମୁକ୍ତି ପାଇବା ସହଜ ହୋଇନଥାଏ, କିନ୍ତୁ ଏହା ଅସମ୍ଭବ ବି ନୁହେଁ। ଅର୍ଥାତ ଆପଣ ଏହି କଳା ଦାଗ, ଚିହ୍ନ ଏବଂ ଲାଲ ଦାଗକୁ ହଟାଇ ବି ପାରିବେ ଏବଂ ଆପଣଙ୍କ ତ୍ୱଚାକୁ ଏକଦମ୍‌ ସୁନ୍ଦର କରିପାରିବେ। ବ୍ରଣ ଏବଂ ଅନ୍ୟ ଦାଗ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ସର୍ବପ୍ରଥମେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ବ୍ରଣ ଦାଗ କେବଳ ଆପଣଙ୍କ ଭୁଲ ଏବଂ ଅବହେଳା ପାଇଁ ହିଁ ହୋଇଥାଏ। ଏଥିପାଇଁ ନିଜ ସ୍କିନର ଯତ୍ନ ରଖିବା ପାଇଁ ଆମର ଏ ପାଠ୍ୟକ୍ରମକୁ ପଢ଼ନ୍ତୁ।

ବ୍ରଣ ସାଧାରଣତଃ ତେଲିଆ ତ୍ୱଚାରେ ହୋଇଥାଏ। ଏଥିପାଇଁ ଆପଣ ନିଜ ମୁହଁକୁ ଅନେକ ଥର ପାଣିରେ ଧୁଅନ୍ତୁ। ତ୍ୱଚାକୁ ଧୋଇବାବେଳେ ଆପଣ କୌଣସି ମେଡିକେଟେଡ ସପ ର ୟୁଜ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି ଚେହେରାକୁ ବେଶି ରଗଡିବେନାହିଁ। ମୁହଁରେ ଯେଉଁ ଦାନା ଭଳି ହୋଇଯାଇଛି, ତାହା ଉପରେ ନଖ ଲଗାନ୍ତୁ ନାହିଁ। ନଖ ଲଗାଇଲେ ବ୍ରଣ ଦାଗ ହୋଇଯାଏ। ନଖର ପ୍ରୋଟୀନ ଦ୍ୱାରା ଟଚ୍‌ ହେବା କାରଣରୁ ତାହା ଦାଗ କରିଦିଏ। ବ୍ରଣ ଉପରେ ଯଦି କୌଣସି କ୍ରୀମ କିମ୍ବା ଔଷଧ ଲଗାଇବାକୁ ଚାହୁଁଛନ୍ତି ତାହେଲେ ତାକୁ ଇୟରବଡସ୍‌ ସାହାଯ୍ୟରେ ଲଗାନ୍ତୁ। ବ୍ରଣକୁ ଜମା ବି ହାତ ମାରନ୍ତୁନାହିଁ କି ଚିପନ୍ତୁ ନାହିଁ। ଏହାସହିତ କେବେବି ବ୍ରଣ ଉପରେ ଅଧିକ ମେକଅପ୍‌ ଲଗାନ୍ତୁନାହିଁ। ତ୍ୱଚାରେ ଅଏଲ ଫ୍ରି କ୍ରୀମ ହିଁ ଲଗାନ୍ତୁ।

ବ୍ରଣ ଏବଂ ଦାଗ ଠାରୁ ସବୁଠାରୁ ବେଷ୍ଟ ଘରୋଇ ଉପଚାର

  • ନିଜ ତ୍ୱଚାରେ ନିମ ପତ୍ରର ପେଷ୍ଟ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାରେ ଯେତେ ବି ଧୂଳି ମଳି ଥିବ ସବୁ ଦୂର ହୋଇଯିବ ଏବଂ ବ୍ରଣ ବି ସୁଖିଯିବ।
  • ବ୍ରଣ ଉପରେ ଫିଟକାରୀ ପାଉଡର ଲଗାନ୍ତୁ। ଏହି ପ୍ରାକୃତିକ ଆଣ୍ଟିସେପଟିକ ବହୁତ କାରିଗରୀ ହୋଇଥାଏ ଏବଂ ଏହାଦ୍ୱାରା ସ୍କିନରେ ଥିବା ତେଲିଆ ଅଂଶ ବି କମ୍‌ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା ବ୍ରଣ ଦାନା ସବୁ ବହୁତ ଜଲଦି ବି ସୁଖିଯିବ।
  • ବ୍ରଣ ଏବଂ ଦାଗ ଉପରେ ଜାଇଫଳ ଘସି ପାରିବେ। ଏହା ବ୍ରଣ ଏବଂ ଦାଗ ପାଇଁ ବହୁତ ବଢ଼ିଆ କାମ କରେ।
  • ବ୍ରଣ ଦାଗ ଉପରେ ଆପଣ ଭିଟାମିନ ସି ଟାବଲେଟକୁ ପାଣିରେ ଘୋଳ କରି ଲଗାନ୍ତୁ। ଏପରି ସପ୍ତାହକୁ ଅନେକ ଥର କରନ୍ତୁ। ଏପରି କଲେ ଦାଗ ଦୂର ହୋଇଯିବ।
  • ଆକ୍ଟିଭେଟ ଚାରକୋଲର ପ୍ରୟୋଗ କରନ୍ତୁ। ଏହି ଚାରକୋଲକୁ ଆପଣ କେବଳ ପାଣିରେ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ୱାରା ଦାଗ, ଚିହ୍ନ ଦୂର ହୋଇଯାଇଥାଏ।
  • ଆପଲ ସାଇଡର ଭିନେଗାରକୁ ମଧ୍ୟ ଆପଣ ଦାଗ ହୋଇଥବା ସ୍ଥାନରେ ଲଗାଇପାରିବେ। ଏହା ବହୁତ କମ୍‌ ଦିନରେ ଆପଣଙ୍କ ଦାଗକୁ ଦୂର କରିଦେଇଥାଏ।

Pritiparna

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago