ରାଜ୍ୟ

ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି: କ୍ରାଇମ୍‌ ପରେ ଶର୍ମିଷ୍ଠାଙ୍କୁ ଫେରାର୍‌ କରାଇଥିଲେ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ

କେନ୍ୟୁଜ୍(ବ୍ୟୁରୋ):  ତଦନ୍ତ ବଢୁଛି । ତଥ୍ୟ ବାହାରୁଛି । ସତ ବଖାଣିଲେ ଅଭିଯୁକ୍ତ । ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି । କ୍ରାଇମବ୍ରାଞ୍ଚ ହାତରେ ନୂଆ ନୂଆ ସୁରାକ୍‌ । ଜେରା ବେଳେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ । କ୍ରାଇମ୍‌ ପରେ ଶର୍ମିଷ୍ଠାଙ୍କୁ ଫେରାର୍‌ କରାଇଥିଲେ । ୧୦ ହଜାର ଟଙ୍କା ଓ ଗାଡ଼ି ଯୋଗାଇଥିଲେ ନିରଞ୍ଜନ । ତାଙ୍କ ସହୟତାରେ ଓଡ଼ିଶା ଡେଇଁ କୋଲକାତାରେ ଆତ୍ମଗୋପନ କରିଥିଲେ ଶର୍ମିଷ୍ଠା ଓ ସହଯୋଗୀ । ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏହି ତଥ୍ୟ ଦେଇଛନ୍ତି ନିରଞ୍ଜନ । ରିମାଣ୍ଡର ଶେଷ ଦିନରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ଭିତିରି ସମ୍ପର୍କକୁ ନେଇ ଖୋଳତାଡ କରିଛନ୍ତି କ୍ରାଇମବ୍ରାଞ୍ଚ ।

ଦୁହିଁଙ୍କୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍‌ ଆଜି ପହଞ୍ଚିଥିଲା ଭୁବନେଶ୍ୱର ସ୍ଥିତ ସ୍କାଏ ଟାୱାରରେ ଥିବା ଶର୍ମିଷ୍ଠାଙ୍କ ସଂପୂର୍ଣ୍ଣ ଅଫିସକୁ । ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ସେଠାରେ ଦୁହିଁଙ୍କୁ ଧରି କ୍ରାଇମସିନ୍‌ ରିକ୍ରିଏସନ୍‌ କରାଯାଇଥିଲା । ମାନସ ହତ୍ୟା ମାମଲାରେ ବହୁତ କଥା ମାନିଛନ୍ତି ନିରଞ୍ଜନ । ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଅପହରଣ କରି ଆଣିବା ଦିନ ସେ ସମ୍ପୂର୍ଣ୍ଣ ଅଫିସ ଆସିଥିଲେ । ସେଠାରେ ମାନସଙ୍କୁ ଆକ୍ରମଣ କରିଥିଲେ ନିରଞ୍ଜନ । ସେଦିନ କେଉଁଠି କଣ କରିଥିଲେ ଆଜି ସବୁ ଦେଖାଇଛନ୍ତି । ସେହିପରି ଶର୍ମିଷ୍ଠାଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଅଫିସ ପାଖରେ ଥିବା ଭଡ଼ାଘରକୁ ଯାଇଥିଲେ । ସେଠାରୁ ତାଙ୍କର ମୋବାଇଲ୍‌ ଫୋନ୍‌ ମିଳିଛି ।

ଶର୍ମିଷ୍ଠା ଓ ନିରଞ୍ଜନଙ୍କ ସମ୍ପର୍କ ପାରିବାରିକ ନୁହେଁ । ଖବରକାଗଜ ଓ େଓ୍ଵବପୋର୍ଟାଲ୍‌ କାମରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଯାଉଥିଲେ ଶର୍ମିଷ୍ଠା । ସେଇଠି I&PRର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସହ ଚିହ୍ନା ପରିଚିତ ହୋଇଥିଲା । ଧୀରେ ଧୀରେ ଦୁହିଁଙ୍କ ଭିତରେ ନିବିଡ଼ ହୋଇଥିଲା ସମ୍ପର୍କ । ଅଫିସିଆଲ କାମରେ ଯାଇ ନିରଞ୍ଜନଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ବଢ଼ାଇଥିଲେ ଶର୍ମିଷ୍ଠା । ଆଉ ଶେଷରେ ଦୁହେଁ ମିଶି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲେ । ସମ୍ପର୍କ ଏମିତିସ୍ତରକୁ ଯାଇଥିଲା ଯେ ଚାକିରିର ଶେଷ ଦିନରେ ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ନିଉଜପେପରକୁ ଏମ୍‌ପ୍ୟାନେଲ୍‌ କରିଥିଲେ ନିରଞ୍ଜନ । ଚାକିରିରେ ଥିବା ବେଳେ ମାନସଙ୍କୁ ଅପହରଣ ଓ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ।

ମାନସ ସ୍ୱାଇଁ ମର୍ଡର କେସରେ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ତଥ୍ୟ ପ୍ରମାଣ ଯୋଗାଡ଼ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ୩ଟି କ୍ରାଇମ୍‌ ସ୍ପଟ୍‌ରେ କିଡନାପ୍‌ ଓ ମର୍ଡର ଡେମୋ ଦେଖାଇଥିଲା । ଅଭିଯୁକ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା ବେଳେ ବହୁ ବଳିଷ୍ଠ ପ୍ରମାଣ ମିଳିଛି । ଏବେ ମେମୋରୀ ଚିପ୍‌ ରହସ୍ୟ ଭେଦିବା କ୍ରାଇମବ୍ରାଞ୍ଚ ଆଗରେ ଚ୍ୟାଲେଞ୍ଜ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago