ଆପଣାନ୍ତୁ ବାସ୍ତୁଶାସ୍ତ୍ରର ଏହି ଉପଚାର , ଆପଣଙ୍କ ପିଲାଙ୍କୁ ପରୀକ୍ଷାରେ ମିଳିବ ଅପାର ସଫଳତା

ପ୍ରତ୍ୟେକ ପିତା ମାତା ପିଲାମାନଙ୍କର ସଫଳ ଭବିଷ୍ୟତ ପାଇଁ ଆଶା ରଖିଥାନ୍ତି। ଏହା ସେହି ସମୟରେ ସଫଳ ହୋଇଥାଏ ଯେଉଁ ସମୟରେ ପିଲାମାନେ ପରୀକ୍ଷାରେ ଭଲ ନମ୍ବର ଆଣିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଉପାୟ ରହିଛି, ଯାହାକୁ ଉପଯୋଗ କରିବା ଦ୍ବାରା ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ ନମ୍ବର ହାସଲ କରିପାରିବେ। ଏହି ଉପାୟ ଦ୍ବାରା ବିଦ୍ୟାର୍ଥୀ ମାନଙ୍କ ପାଠ ପଢିବାରେ ମନ ଲାଗିବା ସହ ତାଙ୍କ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିଥାଏ। ବୈଦିକ ଯୁଗରେ ଗୁରୁକୁଳରେ ଏହି ନିୟମ ପାଳନ କରାଯାଉଥିଲା, ଯାହାଦ୍ବାରା ପିଲାମାନେ ଭଲଭାବେ ଶିକ୍ଷା ଗ୍ରହଣ କରିପାରୁଥିଲେ।

ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ବିଦ୍ୟାର୍ଥୀମାନଙ୍କର ପଢିବା ସ୍ଥାନ କିପରି ହେବା ଉଚିତ

. ପିଲାମାନେ ପଢିବା ଘରେ ମା ସରସ୍ବତୀଙ୍କର ମୂର୍ତ୍ତି ରଖନ୍ତୁ ଏବଂ ଏହାକୁ ସକାଳେ ଓ ସଂନ୍ଧ୍ୟାରେ ପୂଜା କରନ୍ତୁ। ଏହାଦ୍ବାରା ଆପଣଙ୍କୁ ସକରାତ୍ମକ ଶକ୍ତି ମିଳିଥାଏ।

. ପିଲାମାନଙ୍କ ପଢିବା ଘରେ ସୂର୍ଯ୍ୟଙ୍କ କିରଣ ଏବଂ ଉଚିତ ମାତ୍ରାରେ ପବନ ପ୍ରବାହିତ ହେବାରେ ଧ୍ୟାନ ରଖନ୍ତୁ। କାରଣ ଏହା ଦ୍ବାରା ଶରୀରରେ ଶକ୍ତି ଜାଗ୍ରତ ହେବା ସହିତ ପିଲାମାନେ ସତେଜ ଅନୁଭବ କରିଥାନ୍ତି।

. ପଢିବା ଘରେ ମାଂସାହାରୀ ଭୋଜନ କରନ୍ତୁ ନାହିଁ। ଏହା କରିବା ଦ୍ବାରା ବାତାବରଣ ନକରାତ୍ମକ ହୋଇଥାଏ।

. ପଢିବା ଟେବୁଲରେ ଗ୍ଲୋବ ବା ପୀରାମିଡ ରଖନ୍ତୁ, ଯାହା ନକରାତ୍ମକ ଶକ୍ତି ଦୂର କରିଥାଏ।

. ପିଲାମାନଙ୍କର ପଢିବା ସ୍ଥାନ ପୂର୍ବ ଦିଗରେ କରନ୍ତୁ। କାରଣ ପିଲାମାନେ ପୂର୍ବ ଦିଗକୁ ମୁହଁ କରି ପଢିବା ଦ୍ବାରା ଶରୀରରେ ଏକାଗ୍ରତା ଜାଗ୍ରତ ହୋଇଥାଏ। ବିଶେଷ ଭାବେ ପିଲାମାନଙ୍କ ମୁହଁ ଦକ୍ଷିଣ ଦିଗକୁ ନହେବା ପାଇଁ ଧ୍ୟାନ ରଖନ୍ତୁ।

. ପିଲାମାନଙ୍କ ପଢିବା ଘରେ ଦର୍ପଣ ରଖନ୍ତୁ ନାହିଁ, କାରଣ, ଏହା କରିବା ଦ୍ବାରା ପିଲାମାନଙ୍କର ପାଠ ପଢାରେ ମନ ସ୍ଥିର ରହିନଥାଏ।

KNews Bureau

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

8 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

1 hour ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

1 hour ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

2 hours ago