ଲାଇଫ୍ ଷ୍ଟାଇଲ୍

ମୁହଁରେ ଲଗାନ୍ତୁ ଗାଜର ଫେସ୍ ପ୍ୟାକ୍, ଚେହେରାର ଚମକ ହେବ ଦୁଇଗୁଣା

ଆଜିକାଲି ପ୍ରଦୂଷଣ ବଢିବାରେ ଲାଗିଛି । ଯେଉଁଥି ପାଇଁ ତ୍ୱଚାର ଚମକ ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି । ତ୍ୱଚାରେ ଚମକ ଆଣିବା ପାଇଁ ବଜାରରେ ବିକ୍ରି ହେଉଥିବା କ୍ରିମକୁ ଲୋକମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି କ୍ରିମର ପ୍ରଭାବ ବହୁ କମ ଦିନ ପାଇଁ ପଡିଥାଏ । ଏହାର ବ୍ୟବହାର ବନ୍ଦ କରିଦେଲେ ତ୍ୱଚାର ଚମକ ପୁଣିଥରେ ପୂର୍ବପରି ହୋଇଯାଏ । ଯଦି ଆପଣ ଏହାର ବ୍ୟବହାରକୁ ନେଇ ନିରାଶ ହେଉଛନ୍ତି, ତେବେ ଗାଜର ପ୍ୟାକ୍ ବ୍ୟବହାର କରନ୍ତୁ । ଯାହା ଆପଣଙ୍କ ତ୍ୱଚାର ରୁକ୍ଷପଣକୁ ଦୂର କରି ଚମକ ଆଣିଦେବ । ତେବେ ଆସନ୍ତୁ ଜାଣିବା ଏହି ଫେସ ପ୍ୟାକକୁ କିଭଳି ବନାଇବା ଏବଂ ବ୍ୟବହାର କିପରି କରିବେ ।

ଗାଜର ଏବଂ ମହୁର ଫେସପ୍ୟାକ୍:

ଏଥିପାଇଁ ଆପଣ ପ୍ରଥମେ ଦୁଇ ଚାମଚ ଗାଜର ଜୁସରେ ଏକ ଚାମଚ ମହୁ ମିଶାନ୍ତୁ। ବର୍ତ୍ତମାନ ଏହି ମିଶ୍ରଣକୁ ୨୦ମିନିଟ ପର୍ଯ୍ୟନ୍ତ ନିଜ ତ୍ବଚାରେ ଲଗାଇ ରଖନ୍ତୁ। ୨୦ମିନିଟ ପରେ ନଖ ଉଷୁମ ପାଣିରେ ଏହାକୁ ଧୋଇଦିଅନ୍ତୁ। ଆପଣ ଏହି ପ୍ୟାକକୁ ସପ୍ତାହରେ ଥରେ କରିପାରିବେ।

ଗାଜର,ଲହୁଣି ଓ ଅଣ୍ଡାର ଫେସପ୍ୟାକ୍:

ଗାଜର ଘଷିନିଅନ୍ତୁ ଏବଂ ଏକ ଚାମଚ ଘଷା ହୋଇଥିବା ଗାଜରରେ ଏକ ଚାମଚ ଲହୁଣୀ ଏବଂ ଅଣ୍ଡାର ଧଳା ଅଂଶ ମିଶାନ୍ତୁ। ୧୫ମିନିଟ ଲଗାଇ ରଖିବା ପରେ ଏହାକୁ ଧୋଇଦିଅନ୍ତୁ। ଶୁଷ୍କ ତ୍ବଚା ସମସ୍ୟା ଥିବା ଲୋକମାନେ ଏହି ପ୍ୟାକ୍ ଲଗାଇବା ଉଚିତ୍।

ଗାଜର ଆପଲ ସାଇଡର ଭିନେଗାର ଫେସପ୍ୟାକ୍:

ଏହି ଫେସପ୍ୟାକ୍ ତେଲିଆ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରଥମେ ଗାଜର ଜୁସ୍ ନେଇ ଏଥିରେ ଏକ ଚାମଚ ଆପଲ୍ ରସ ମିଶାନ୍ତୁ। ଏହି ମିଶ୍ରଣକୁ ୧୦ମିନିଟ ପର୍ଯ୍ୟନ୍ତ ତ୍ବଚାରେ ରଖି ଧୋଇଦିଅନ୍ତୁ। ଏପରି ଆପଣ ସକାଳେ ଏବଂ ସନ୍ଧ୍ୟାରେ କରିପାରିବେ।

ଗାଜର,କ୍ଷୀର, ହଳଦୀ, ଚାଉଳଗୁଣ୍ଡର ଫେସପ୍ୟାକ୍:

ଗାଜର ଘଷି ଏଥିରେ ଏକ ଚାମଚ କ୍ଷୀର,ଏକ ଚାମଚ ଚାଉଳ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ପେଷ୍ଟକୁ ଆପଣ ୧୫ ମିନିଟ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ। ଏହି ଫେସପ୍ୟାକ୍ ଚର୍ମକୁଞ୍ଚନ ପାଇଁ ଲାଭଦାୟକ ହୋଇଥାଏ। ଅଧିକ ଫାଇଦା ପାଇବା ପାଇଁ ଏହାକୁ ଆପଣ ସପ୍ତାହକୁ ଦୁଇଥର ଲଗାଇବା ଉଚିତ୍।

Barsha

Recent Posts

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 min ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

6 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

9 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

21 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

40 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

43 mins ago