ଲାଇଫ୍ ଷ୍ଟାଇଲ୍

ଦୁର୍ବଳ ଶରୀରକୁ ନେଇ ଚିନ୍ତିତ କି? ଆଜିଠୁ ଡାଏଟ୍‌ ଚାର୍ଟରେ ସାମିଲ କରନ୍ତୁ କ୍ଷୀର ସହ ଏହି ସବୁ ଜିନିଷ

ଆଜିକାଲି ନା କେବଳ ଓଜନ କମାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ବରଂ ଓଜନ ବୃଦ୍ଧି ପାଇଁ ବି ଅନେକ ଲୋକ ଚାହୁଁଛନ୍ତି। ଦୁର୍ବଳପଣ ଯୋଗୁ ସେମାନେ ବି ସେତିକି ଚିନ୍ତିତ ଥାଆନ୍ତି। କାରଣ, ଆବଶ୍ୟକଠାରୁ ଅତ୍ୟଧିକ ଦୁର୍ବଳପଣ ସେମାନଙ୍କ ବ୍ୟକ୍ତିତ୍ୱକୁ ବିଗାଡ଼ି ଦେଇଥାଏ। ଶରୀରକୁ ଶକ୍ତିହୀନ କରିଦେଇଥାଏ। ତେଣୁ ଓଜନ ବଢ଼ାଇବା ପାଇଁ ନିଜ ଡାଏଟ୍‌ ଚାର୍ଟରେ କ୍ୟାଲୋରୀ, ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌ ଆଦି ଖାଦ୍ୟ ସାମିଲ କରନ୍ତୁ। ଆଜି ଆପଣଙ୍କୁ ଓଜନ ବୃଦ୍ଧି କରୁଥିବା କିଛି ଖାଦ୍ୟ ବିଷୟରେ କହିବୁ।

୧. କିସ୍‌ମିସ୍‌ ଓ ଅଞ୍ଜିର ଖାଆନ୍ତୁ। ଶୁଖିଲା ଅଞ୍ଜିରର ୬ଟି ଦାନା ଏବଂ ୨୫ରୁ ୩୦ ଗ୍ରାମ କିସ୍‌ମିସ୍‌କୁ ପାଣିରେ ଭିଜାଇ ରାତିସାରା ରଖନ୍ତୁ। ପରଦିନ ଏହାକୁ ପାଣିରୁ ଛାଣି ଦିନକୁ ୨ ଥର ଖାଆନ୍ତୁ। କିଛିଦିନ ଏପରି କଲେ ଆପଣଙ୍କ ଓଜନ ଶୀଘ୍ର ବଢ଼ିଯିବ।

୨. ପ୍ରୋଟିନ୍‌ ଶେକ୍‌ ପିଅନ୍ତୁ। ଏହାଛଡ଼ା ମାଛ, ଅଣ୍ଡା, ଅଙ୍କୁରିତ ଚଣା, ଚିକେନ୍‌, ଭାତ, କ୍ଷୀର, କ୍ଷୀର ଜାତୀୟ ଦ୍ରବ୍ୟ, ସୋୟା ମିଲ୍କ ଏବଂ ପାଉଡରକୁ ସପ୍ତାହକୁ ୨ରୁ ୩ଥର ନିଶ୍ଚିତ ଖାଆନ୍ତୁ।

୩. ଆପଣଙ୍କ ଡାଏଟ୍‌ ଚାର୍ଟରେ କ୍ଷୀର ନିହାତି ଭାବେ ସାମିଲ କରନ୍ତୁ। ମୋଟା ହେବାକୁ ଚାହୁଁଛନ୍ତି ଯଦି ଦିନକୁ ୨ଥର କ୍ଷୀର ପିଅନ୍ତୁ। କ୍ଷୀର ସହିତ କଦଳୀ ଖାଇଲେ ଶୀଘ୍ର ଓଜନ ବଢ଼ିଥାଏ। ଏହାଛଡ଼ା ଆପଣ ଚାହିଁଲେ ଘରେ ମିଲ୍କ ଶେକ୍‌ ପ୍ରସ୍ତୁତ କରିପାରିବେ।

୪. ରାତିରେ ଶୋଇବା ସମୟରେ କ୍ଷୀରରେ ମହୁ ମିଶାଇ ନିୟମିତ ରୂପେ ପିଅନ୍ତୁ। କିଛି ଦିନ ଭିତରେ ଆପଣଙ୍କ ଓଜନ ବଢ଼ିଯିବ। ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀରରେ ଚ୍ୟବନପ୍ରାଶ୍‌ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ହାଡ଼ ମଜଭୁତ ହେବ ଏବଂ ଓଜନ ମଧ୍ୟ ବଢ଼ିବ।

୫. ଆପଣ ଦୁର୍ବଳ ଦେଖାଯାଉଥିଲେ, ଭରପୂର ମାତ୍ରାରେ ସବୁଜ ପନିପରିବା ଖାଆନ୍ତୁ। ଆପଣ ଚାହିଁଲେ, ସ୍ୱାସ୍ଥ୍ୟପ୍ରଦ ମିଠା, ଗୁଡ଼, ଖିରି, ହାଲଓ୍ଵା, କଷ୍ଟାର୍ଡ, ଫ୍ରୁଟ୍‌ ଜୁସ୍‌, ମହୁ ଆଦି ସେବନ କରି ଓଜନ ବଢ଼ାଇପାରିବେ।

Roshni

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

2 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

3 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago