ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ସହଜରେ ବଢ଼ିପାରିବ ସମ୍ପର୍କ

ଟେକ୍ନୋଲୋଜି ଯେତିକି ଉନ୍ନତି କରୁଛି, ସେହି ଅନୁପାତରେ ଲୋକମାନେ ମଧ୍ୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ କରୁଛନ୍ତି। ଆଗରୁ ବିବାହଯୋଗ୍ୟ ପୁଅ ବା ଝିଅଙ୍କ ପାଇଁ ପରିବାର ଲୋକ ଉପଯୁକ୍ତ ପାତ୍ର ଖୋଜୁଥିବା ବେଳେ ବର୍ତ୍ତମାନ ଲୋକମାନେ ନିଜ ପାଇଁ ନିଜେ ସାଥୀ ଯୋଗାଡ଼ କରିଦେଉଛନ୍ତି। ନିଜ ପାଇଁ ପରଫେକ୍ଟ ମ୍ୟାଚ୍‌ ଖୋଜିବାକୁ ଏବେ ଲୋକେ ଅନ୍‌ଲାଇନ୍‌ ଡେଟିଂ ଆପ୍‌ର ସାହାଯ୍ୟ ମଧ୍ୟ ନେଉଥିବା ଦେଖିବାକୁ ମିଳୁଛି। ଆପଣ ବି ଯଦି ଅନ୍‌ଲାଇଟ୍‌ ଡେଟିଂ କରୁଛନ୍ତି, ତେବେ ଏସବୁ ପ୍ରମୁଖ ବିଷୟ ଉପରେ ଧ୍ୟାନ ଦିଅନ୍ତୁ…

ପ୍ରୋଫାଇଲ୍‌ ଫଟୋ ଉପରେ ଦିଅନ୍ତୁ ଗୁରୁତ୍ୱ:

ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ପ୍ରଥମେ ଆପଣ ନିଜ ପ୍ରୋଫାଇଲ୍‌ ଫଟୋ ଉପରେ ଧ୍ୟାନ ଦିଅନ୍ତୁ। କାରଣ ଯିଏ ଆପଣଙ୍କ ପ୍ରୋଫାଇଲ୍‌ ଚେକ୍‌ କରିବ ସେ ପ୍ରଥମେ ଆପଣଙ୍କ ଫଟୋ ଦେଖିବାକୁ ଚାହିଁବ। ଏଣୁ ପ୍ରୋଫାଇଲ୍‌ ଫଟୋରେ ସବୁବେଳେ ଖୁସି ଲାଗୁଥିବା ଫଟୋ ଦିଅନ୍ତୁ। କେବେ ବି ଏକଲାପଣ ନଜର ଆସୁଥିବା ଭଳି ଫଟୋକୁ ପ୍ରୋଫାଇଲ୍‌ ଫଟୋ ଦିଅନ୍ତୁ ନାହିଁ।

ଏହାସହ ପଢ଼ନ୍ତୁ: PCOD ସମସ୍ୟା ଦେଇ ଗତି କରୁଥିବା ମହିଳାଙ୍କ ପାଇଁ ଅମୋଘ ଔଷଧ ଭଳି କାମ କରେ ଏହି ଜୁସ୍‌

ପସନ୍ଦ ନାପସନ୍ଦ ଲେଖନ୍ତୁ ନାହିଁ:

ପ୍ରୋଫାଇଲ୍‌ରେ ନିଜ ପସନ୍ଦ ନା ପସନ୍ଦ ଲେଖନ୍ତୁ ନାହିଁ। ଏହାଦ୍ୱାରା ଆପଣ ବୋରିଂ ନଜର ଆସିବେ। ସବୁବେଳେ ନିଜ ବିଷୟରେ ଅଳ୍ପ ଭଲ କଥା ଲେଖନ୍ତୁ। ନଚେତ୍‌ ଆପଣ ଅଧିକ ଆଟିଚ୍ୟୁଟ୍‌ ଦେଖାଉଛନ୍ତି ବୋଲି ଲୋକେ ଭାବିବେ। ଅନ୍ୟପଟେ କେହି ଆପଣଙ୍କଠାରୁ ଫାଇଦା ଉଠାଇବାକୁ ଚାହୁଁଥିଲେ ଆପଣଙ୍କୁ ଯେମିତି ପସନ୍ଦ ସେମତି ବ୍ୟବହାର କରି ଠକିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ପର୍କ ଯୋଡ଼ିବାକୁ ଚାହୁଁଥିବା ମେସେଜ୍‌ ଲେଖନ୍ତୁ:

ଆପଣ ନିଜ ପ୍ରୋଫାଇଲ୍‌ରେ କିଛି ମଜାଳିଆ କଥା ଲେଖିପାରନ୍ତି। ଏହା ପାର୍ଟନରଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଡେଟିଂ ପୂର୍ବରୁ କାହାକୁ ମେସେଜ କରୁଥିଲେ ସବୁବେଳେ ଭଲ ଭଲ କଥା ଲେଖନ୍ତୁ। ଯାହା ଜଲ୍‌ଦି ସମ୍ପର୍କ ବଢ଼ାଇବାରେ ସାହାଯ୍ୟ କରିବ।

ଏହାସହ ପଢ଼ନ୍ତୁ: ଏହି ରୋମାଣ୍ଟିକ୍‌ ଉପାୟରେ କ୍ୟାଲୋରୀ ହଟାଇ ବେଡ୍‌ରୁମ୍‌ରେ ହିଁ କମାନ୍ତୁ ଓଜନ

ପ୍ରୋଫାଇଲ୍‌ ତିଆରି ବେଳେ ବନାନ ଚେକ୍‌ କରନ୍ତୁ:

ଲୋକମାନେ ବେଳେ ବେଳେ ନିଜ ପ୍ରୋଫାଇଲ୍‌ ଲେଖିବା ବେଳେ ଗୁଡ଼େ ଏଣୁତେଣୁ ଜିନିଷ ଲେଖିଦେଇଥାନ୍ତି ଯାହାର ଆବଶ୍ୟକତା ଆଦୌ ନଥାଏ। ଆଉ କିଛି ଲୋକ ଇଂରାଜୀ ଭଲ ଭାବେ ଜାଣିନଥିଲେ ମଧ୍ୟ ଦେଖେଇହେବାକୁ ଭୁଲ ଭାଲ ବନାନ ଥିବା ବାକ୍ୟ ଲେଖିଦିଅନ୍ତି। ଏଭଳି ଲେଖିବାରୁ ବିରତ ରୁହନ୍ତୁ। ଭୁଲଭାଲ ସ୍ପେଲିଂ ଆପଣଙ୍କ ଜ୍ଞାନ କେତେ ଦର୍ଶାଏ। ତେଣୁ ପ୍ରୋଫାଇଲ୍‌ରେ କିଛି ଏମିତି ଲେଖନ୍ତୁନି ଯାହା ଆପଣଙ୍କ ସମ୍ପର୍କ ତିଆରି ହେବା ପୂର୍ବରୁ ହିଁ ଭାଙ୍ଗିଦେବ।

WCW 11

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

11 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

19 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago