ଇନ୍‌କମ ଟ୍ୟାକ୍ସର ଏହି ନିୟମକୁ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଜନତାଙ୍କ ଉପରେ ପଡ଼ିବ ସିଧା ପ୍ରଭାବ

କେନ୍ଦ୍ର ସରକାର ଆୟକର ସହ ଜଡ଼ିତ ଏକ ବଡ଼ ନିଷ୍ପତ୍ତି ନେବାର ପ୍ରସ୍ତୁତି ଚଳାଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ସରକାର ଡିଭିଡେଣ୍ଟ୍‌ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ(ଡିଡିଟି)ରେ ପରିବର୍ତ୍ତନ ଆଣିପାରନ୍ତି। ଏ ନେଇ ବିଚାର ପ୍ରକ୍ରିୟା ଜାରି ରହିଛି। ଏକ ନ୍ୟୁଜ୍‌ ଏଜେନ୍ସି ଅନୁସାରେ, ଏହି ନିଷ୍ପତ୍ତିରେ ବିଦେଶୀ ନିବେଶ ବଢ଼ିପାରେ। ଏଥିପାଇଁ ସରକାର ଏହାର ପ୍ରୟାସରେ ଲାଗିଛନ୍ତି। କୁହାଯାଉଛି, ଡିଭିଡେଣ୍ଟ୍‌ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ ଯୋଗୁ ପ୍ରତିବର୍ଷ ୬୦ ହଜାର କୋଟି ଟଙ୍କା ରାଜକୋଷକୁ ଆସୁଛି। ସରକାରଙ୍କ ନୂଆ ଯୋଜନାରେ ଏଥିରେ କୌଣସି ଫରକ୍‌ ପଡ଼ିବ ନାହିଁ।

ଏହାସହ ପଢ଼ନ୍ତୁ: ପାମ୍ପଡ଼ ବିଜିନେସ୍‌ କରିବାକୁ ଚାହୁଁଛନ୍ତି କି? ସରକାର ଦେବେ ୪ ଲକ୍ଷ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

୨୦୨୦ ଫେବୃୟାରୀ ୧ରେ ଉପସ୍ଥାପନ ହେବାକୁ ଥିବା ବଜେଟରେ ସରକାର ଏହି ପ୍ରସ୍ତାବ ଆଣିପାରନ୍ତି। ବର୍ତ୍ତମାନ ସମୟରେ ଏହି ଟ୍ୟାକ୍ସ କମ୍ପାନୀଗୁଡ଼ିକୁ ଦେବାକୁ ପଡ଼ିଥାଏ। କିନ୍ତୁ ଆଗକୁ ଶେୟାରଧାରକଙ୍କୁ ଦେବାକୁ ପଡ଼ିପାରେ। ନିଜ ଶେୟାରଧାରକମାନଙ୍କୁ ଡିଭିଡେଣ୍ଟ୍‌ ଦେବା ପୂର୍ବରୁ ଭାରତୀୟ କମ୍ପାନୀଗୁଡ଼ିକୁ ୧୫ ପ୍ରତିଶତ ଡିଡିଟି ଦେବାକୁ ପଡ଼ିଥାଏ।

-କମ୍ପାନୀଗୁଡ଼ିକ ଉପରେ ଭାରତ ସରକାର ଏହି ଟ୍ୟାକ୍ସ ଲଗାଇଥାଆନ୍ତି। ଆର୍ଥିକ ବର୍ଷରେ ଘରୋଇ କମ୍ପାନୀରୁ ମିିଳିଥିବା ୧୦ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଡିଭିଡେଣ୍ଟ ଉପରେ ଟ୍ୟାକ୍ସରୁ ମୁକ୍ତି ମିଳିଥାଏ। ଅର୍ଥାତ୍‌ ନିବେଶକଙ୍କୁ ଏହା ଉପରେ ଟ୍ୟାକ୍ସ ଦେବାକୁ ପଡ଼ି ନ ଥାଏ।

-କୌଣସି ବିଦେଶୀ କମ୍ପାନୀକୁ ନିଜ ଶେୟାରଧାରକଙ୍କୁ ଦିଆଯାଇଥିବା ଡିଭିଡେଣ୍ଟ୍‌ ଉପରେ ଡିଡିଟି ଟ୍ୟାକ୍ସରୁ ମୁକ୍ତ କରାଯାଇଥାଏ। ସେଠି ବିଦେଶୀ କମ୍ପାନୀରୁ ପ୍ରାପ୍ତ ଡିଭିଡେଣ୍ଟ୍‌ ନିବେଶକଙ୍କ ପାଇଁ ଟ୍ୟାକ୍ସେବୁଲ୍‌ ହୋଇଥାଏ। ଏହାକୁ ‘ଅନ୍ୟ ସ୍ରୋତରୁ ଆୟ’ ଅଧୀନରେ ନିଆଯାଇଥାଏ। ଲାଗୁ ଦର ଅନୁସାରେ ଏହା ଉପରେ ଟ୍ୟାକ୍ସ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: ଅଯୋଧ୍ୟା ମାମଲାର ନିଷ୍ପତ୍ତି ଆସିବା ପରେ ବ୍ରତ ଭାଙ୍ଗିଲେ ୮୧ ବର୍ଷୀୟା ବୃଦ୍ଧା, ୨୭ ବର୍ଷ ଧରି ସ୍ପର୍ଶ କରୁ ନ ଥିଲେ…

-ମିଚ୍ୟୁଆଲ ଫଣ୍ଡରୁ ମିଳିଥିବା ଡିଭିଡେଣ୍ଟ୍‌ ନିବେଶକଙ୍କ ପାଇଁ ଟ୍ୟାକ୍ସ ଫ୍ରି ଅଟେ। କିନ୍ତୁ ସେମାନଙ୍କୁ ଡେବ୍‌ଟ ଫଣ୍ଡସ୍‌ ପାଇଁ ୨୫ ପ୍ରତିଶତ ଦରରେ ଡିଡିଟି ଦେବାକୁ ପଡ଼ିଥାଏ। ଇକ୍ୱିଟି ଫଣ୍ଡ୍‌ ପାଇଁ ଏହା ୧୦ ପ୍ରତିଶତ ଅଟେ।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

33 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

42 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

42 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

60 mins ago