ଲାଇଫ୍ ଷ୍ଟାଇଲ୍

ଚଷମା କିମ୍ବା ଲେନ୍ସର ପଡ଼ିବନି ଆବଶ୍ୟକ, ଯଦି ଡାଏଟ୍ ରେ ସାମିଲ୍ କରିବେ ଏହିସବୁ ଜିନିଷ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ କମ୍ପ୍ୟୁଟର ସ୍କ୍ରିନ୍ ସାମ୍ନାରେ ବସି କାମ କରୁଛନ୍ତି। କମ୍ପ୍ୟୁଟର ସ୍କ୍ରିନ୍ ଏବଂ ମୋବାଇଲ୍ କିରଣରୁ ଆମ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ। ଏହାଛଡ଼ା ପରିବର୍ତ୍ତୀତ ଜୀବନଶୈଳରୁ ମଧ୍ୟ ଆଖି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯାହାଦ୍ୱାରା ପ୍ରଥମେ ଆଖିର ଉଜ୍ଜ୍ୱଳତା କମ ହେବାରେ ଲାଗିଥାଏ। ଏହି କାରଣରୁ ଆଖିର ଉଜ୍ଜ୍ୱଳତା ସଠିକ୍ ରଖିବା ପାଇଁ ନିଜର ଖାଦ୍ୟ-ପାନୀୟ ଉପରେ ସବୁଠାରୁ ଅଧିକ ଧ୍ୟାନ ରଖିବା ଜରୁରୀ। ଆଖିର ଉଜ୍ଜ୍ୱଳତା ସଠିକ୍ ରଖିବା ପାଇଁ ପୋଷକ ତତ୍ତ୍ୱ ଏବଂ ଭିଟାମିନ୍ ରେ ଭରପୁର ଖାଦ୍ୟ ଖାଇବା ଉଚିତ। ତେବେ ଜାଣି ରଖନ୍ତୁ କେଉଁ କେଉଁ ଜିନିଷ ନିୟମିତ ଡାଏଟ୍‌ରେ ସାମିଲ୍ କରିବା ଦ୍ୱାରା ଆଖିର ଉଜ୍ଜ୍ୱଳତା ସଠିକ୍ ରଖାଯାଇପାରିବ।

-ଅଧିକାଂଶ ଲୋକ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଭଲ ସ୍ୱାସ୍ଥ୍ୟ ଏବଂ ଆଖିର ଉଜ୍ଜ୍ୱଳତା ବଢ଼ାଇବା ପାଇଁ ଖାଦ୍ୟରେ ସବୁଜ ପନିପରିବା ସାମିଲ୍ କରିବା ଜରୁରୀ। ସବୁଜ ପନିପରିବାରେ ପ୍ରଚୁର ମାତ୍ରାରେ ଆଇରନ୍ ରହିଥାଏ, ଯାହା ଆଖି ପାଇଁ ବହୁତ ଲାଭକାରୀ ହୋଇଥାଏ।

-ପିସ୍ତା ବାଦାମରେ ଭିଟାମିନ୍-ଇ ରହିଥାଏ। ବାଦାମ ଆଖି ସମ୍ବନ୍ଧିତ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ସପ୍ତାହରେ ଅତି କମରେ ତିନି ଥର
ବାଦାମ କ୍ଷୀର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସହିତ ଆଖି ପାଇଁ ମଧ୍ୟ ଲାଭକାରୀ ହୋଇଥାଏ।

-ମାଛରେ ହାଇ ପ୍ରୋଟିନ୍ ରହିଥାଏ। ଏହାବ୍ୟତୀତ ମାଛରେ ଭିଟାମିନ୍-ଏ ମଧ୍ୟ ରହିଥାଏ, ଯାହା ଆଖି ପାଇଁ ଖୁବ୍ ଭଲ। ମାଛ କେଶ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ।

-ଗାଜର ଜୁସ୍ ଆଖିର ଉଜ୍ୱଳତା ବଢ଼ାଇବାରେ ଲାଭକାରୀ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହେବା ସହ ଆଖି ପାଇଁ ଉତ୍ତମ ଟନିକ୍‌ ଭଳି କାମ କରିଥାଏ। ପ୍ରତିଦିନ ଗୋଟିଏ ଗ୍ଲାସ ଗାଜର ଜୁସ୍ ପିଇବା ଦ୍ୱାରା ଆଖି ଖରାପ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଉ ଚଷମାର ଆବଶ୍ୟକ ପଡିବ ନାହିଁ। ଏହାବ୍ୟତୀତ ଗାଜରକୁ ସାଲାଡ୍ ଭାବେ ମଧ୍ୟ ଖାଦ୍ୟରେ ସାମିଲ୍ କରିପାରିବେ।

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

46 seconds ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

23 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

30 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

44 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

56 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago