ଲାଇଫ୍ ଷ୍ଟାଇଲ୍

ଗର୍ଭାବସ୍ଥାରେ ସିଡି ଚଢ଼ିବା କ’ଣ ସୁରକ୍ଷିତ? ଜାଣନ୍ତୁ କିପରି ଏବଂ କେଉଁ ସମୟରେ ଚଢ଼ିପାରିବେ ସିଡି

ଗର୍ଭାବସ୍ଥା ସବୁ ମହିଳାଙ୍କ ଜୀବନର ଏକ ଖାସ୍‌ ସମୟ ହୋଇଥାଏ। ତେଣୁ ଗର୍ଭଧାରଣର ୯ ମାସ ପଯ୍ୟର୍ନ୍ତ ମହିଳାମାନେ ନିଜ ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ତ୍ୱଚା ଆଦି ସବୁ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ କୌଣସି ଭାରୀ କାମ କରିବା ଉଚିତ ନାହିଁ। ପ୍ରେଗ୍‌ନାନ୍ସି ବେଳେ ଘରର ଗୁରୁଜନମାନେ ସିଡି ଚଢ଼ିବାକୁ ମନା କରିଥାଆନ୍ତି। ତେବେ ବାସ୍ତବରେ ଗର୍ଭବତୀଙ୍କ ପାଇଁ ସିଡି ଚଢ଼ିବା ସୁରକ୍ଷିତ କି ନୁହେଁ, ଆଜି ଆମେ ସେ ବିଷୟରେ କିଛି ସୂଚନା ଦେବାକୁ ଯାଉଛୁ।

ଫାଇଦା

୧. ସିଡି ଚଢ଼ିବା ଏକ ଫିଜିକାଲ୍‌ ଆକ୍ଟିଭିଟି, ଏହାଦ୍ୱାରା ଶରୀର ଆକ୍ଟିଭ ରହିଥାଏ। ଗର୍ଭାବସ୍ଥାରେ ସିଡି ଚଢ଼ିଲେ ମହିଳାମାନଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଯାଇ ନ ଥାଏ।

୨. ଗର୍ଭାବସ୍ଥାର ପ୍ରଥମ ୩ ମାସ ସିଡି ଚଢ଼ିଲେ ଜେଷ୍ଟେଶନାଲ ଡାଇବେଟିଜ୍‌ ସମ୍ଭାବନା କମ୍‌ ହୋଇଯାଇଥାଏ। ଏହା ପ୍ରେଗ୍‌ନାନ୍ସିକୁ ହେଲ୍‌ଦି ରଖିଥାଏ।

ସିଡି ଚଢ଼ିବା ବେଳେ କ’ଣ ସାବଧାନତା ଅବଲମ୍ବନ କରିବେ

୧. ଗର୍ଭାବସ୍ଥାରେ ସିଡି ଚଢ଼ିବା କିମ୍ବା ଓହ୍ଲାଇବା ବେଳେ ଗୋଟିଏ ହାତରେ ରେଲିଂକୁ ଧରନ୍ତୁ ଏବଂ ଅନ୍ୟଟି ଖାଲି ରଖନ୍ତୁ।

୨. କଦାପି ଅନ୍ଧାରରେ ସିଡି ଚଢ଼ନ୍ତୁ ନାହିଁ।

୩. ଯଦି ସିଡିରେ କାର୍ପେଟ ବିଛା ହୋଇଥିବ, ତେବେ ଧ୍ୟାନ ରଖିବେ, ଯେପରି କାର୍ପେଟ କେଉଁଠି ମୋଡ଼ି ହୋଇ ନ ଥିବ।

୪. ଧୀରେ ଧୀରେ ସିଡି ଚଢ଼ନ୍ତୁ। ଆଦୌ ତରତର ହୁଅନ୍ତୁ ନାହିଁ।

୫. ସିଡି ଚଢ଼ିବା ବେଳେ ଯଦି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ, ତେବେ ସେଇଠି ଅଟକି ଆରାମ କରନ୍ତୁ।

୬. ଘରର ସିଡି କେବେ ବି ଓଦା ରଖନ୍ତୁ ନାହିଁ।

୭. ଢିଲା କପଡ଼ା ପିନ୍ଧି ସିଡି ଚଢ଼ନ୍ତୁ ନାହିଁ।

ନିମ୍ନ ଲକ୍ଷଣ ସାମ୍ନାକୁ ଆସିଥିଲେ ସିଡି ଚଢ଼ନ୍ତୁ ନାହିଁ

୧. ବ୍ଲିଡିଂ

୨. ଉଚ୍ଚ କିମ୍ବା ନିମ୍ନ ରକ୍ତଚାପ

୩. କୌଣସି ରୋଗ କିମ୍ବା ବ୍ଲଡ୍‌ ସୁଗାରରେ ଉତ୍‌ଥାନ-ପତ୍ତନ

Roshni

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

2 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

8 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

12 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

13 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago