ରାସ୍ତାରେ ପଡ଼ିଥିବା ଟଙ୍କା ପାଇବା ଶୁଭ କି ଅଶୁଭ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସାଧାରଣ ଜୀବନରେ ଲୋକମାନେ ପ୍ରାୟତଃ ଅନେକ ଥର ରାସ୍ତାରେ ପଡ଼ିଥିବା ଟଙ୍କା ପାଇଥାନ୍ତି। ରାସ୍ତାରେ ପାଇଥିବା ଟଙ୍କାକୁ କିଛି ଲୋକମାନେ ମନ୍ଦିରରେ ଦାନ କରି ଦେଇଥାନ୍ତି ତ କିଛି ଲୋକମାନେ ଏହି ଟଙ୍କାକୁ ନେଇ ପଳାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା କଣ ଶୁଭ। ରାସ୍ତାରେ ପଡ଼ିଥିବା ଟଙ୍କା ମିଳିବା ମଧ୍ୟ କୌଣସି ଘଟଣା ସଂକେତ ମଧ୍ୟ ଦେଇଥାଏ। କଣ ଆପଣମାନେ ଜାଣିଛନ୍ତି କି ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା ଶୁଭ ନା ଅଶୁଭ ହୋଇଥାଏ। ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ସାଧାରଣତଃ କିଛି ବ୍ୟକ୍ତି ଅନେକ ଧନ-ଦୌଲତର ମାଲିକ ହୋଇଥିଲେ ମଧ୍ୟ ରାସ୍ତାରେ ଚାଂଲିବା ସମୟରେ ଟଙ୍କା ପାଇଲେ ବହୁତ ଖୁସି ହୋଇଥାନ୍ତି। ରାସ୍ତାରେ ଟଙ୍କା ପାଇବା ସହ ଆଧାତ୍ମିକ ସମ୍ବନ୍ଧ ରହିଛି। ଟଙ୍କାର ପ୍ରତୀକାତ୍ମକ ଅର୍ଥ- ଶକ୍ତି, ଇତିହାସ ଏବଂ ମୂଲ୍ୟରୁ ନିଆଯାଇଥାଏ। ଏହା ଇତିହାସ ସହ ସମ୍ବନ୍ଧ ରହିଛି। କାରଣ ଏହା ଗୋଟେ ହାତରୁ ଅନ୍ୟ ହାତକୁ ଯାଇଥାଏ। ଗୋଟିଏ ନୋଟ କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଟଙ୍କାର ସମ୍ବନ୍ଧ ଶକ୍ତି ଏବଂ ମୂଲ୍ୟ ସହ ରହିଥାଏ।

ଯେଉଁ ବ୍ୟକ୍ତିଙ୍କ ପାଖରେ ଅଧିକ ଧନ-ଦୌଳତ ରରହିଥାଏ ସେ ସେତିକି ଶକ୍ତଶାଳୀ ହୋଇଥାନ୍ତି। ଯେଉଁ ଲୋକମାନଙ୍କୁ ରାସ୍ତାରେ ପଡ଼ିଥିବା ଟଙ୍କା ମିଳିଥାଏ ସେମାନେ ନିଜକୁ ଭାଗ୍ୟଶାଳୀ ଭାବିଥାନ୍ତି। ଅନେକ ଥର ଆଞ୍ଜେଲ୍ସ ଏବଂ ସ୍ପିରିଟ ଜଣାଇବାକୁ ଚେଷ୍ଟା କରିଥାନ୍ତି ଆପଣ ବହୁତ ଖାସ୍ ହୋଇଥିବାରୁ ଅଚାନକ ଟଙ୍କା ମିଳିଥାଏ। ଏହା ବ୍ୟତୀତ ଲୋକମାନଙ୍କୁ ରାସ୍ତାରେ କଏନ ମଧ୍ୟ ମିଳିଥାଏ। କଏନ ମିଳିବାର ଅଲଗା ଅର୍ଥ ରହିଛି। ମାନ୍ୟତା ରହିଛି ଉଦେଶ୍ୟ ଏବଂ ବଳ ନିଜର ବାର୍ତ୍ତା ପଠାଇବା ପାଇଁ କଏନ ବାଛିଥାନ୍ତି।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଟଙ୍କା ମିଳିବା ସମୟରେ ପ୍ରଥମେ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମ କଥା ହେଉଛି ଯେତେବେଳେ ଆପଣ ଟଙ୍କା ପାଉଛନ୍ତି ସେହି ସମୟରେ ଆପଣ କଣ ଭାବୁଛନ୍ତି। ଏଥି ସହ ଆପଣଙ୍କୁ କେଉଁ ପ୍ରକାର ନୋଟ ମିଳିଛି। ଯେଉଁ ନୋଟ ବା କଏନରେ ଗୋଟିଏ ଅଙ୍କ ରହିଥାଏ ବା ଗୋଟେ ଅଙ୍କ ଥିବା କଏନ ମିଳିବାର ଅର୍ଥ ହେଉଛି କୌଣସି ନୂଆ ଜୀବନ ଆରମ୍ଭ କରିବାର ସଂକେତ ଦେଇଥାଏ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

35 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago