Below header

ରାସ୍ତାରେ ପଡ଼ିଥିବା ଟଙ୍କା ପାଇବା ଶୁଭ କି ଅଶୁଭ? ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ସାଧାରଣ ଜୀବନରେ ଲୋକମାନେ ପ୍ରାୟତଃ ଅନେକ ଥର ରାସ୍ତାରେ ପଡ଼ିଥିବା ଟଙ୍କା ପାଇଥାନ୍ତି। ରାସ୍ତାରେ ପାଇଥିବା ଟଙ୍କାକୁ କିଛି ଲୋକମାନେ ମନ୍ଦିରରେ ଦାନ କରି ଦେଇଥାନ୍ତି ତ କିଛି ଲୋକମାନେ ଏହି ଟଙ୍କାକୁ ନେଇ ପଳାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା କଣ ଶୁଭ। ରାସ୍ତାରେ ପଡ଼ିଥିବା ଟଙ୍କା ମିଳିବା ମଧ୍ୟ କୌଣସି ଘଟଣା ସଂକେତ ମଧ୍ୟ ଦେଇଥାଏ। କଣ ଆପଣମାନେ ଜାଣିଛନ୍ତି କି ରାସ୍ତାରେ ପଡ଼ିଥିବା ଟଙ୍କା ଉଠାଇବା ଶୁଭ ନା ଅଶୁଭ ହୋଇଥାଏ। ଯଦି ନା, ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

money-ସାଧାରଣତଃ କିଛି ବ୍ୟକ୍ତି ଅନେକ ଧନ-ଦୌଲତର ମାଲିକ ହୋଇଥିଲେ ମଧ୍ୟ ରାସ୍ତାରେ ଚାଂଲିବା ସମୟରେ ଟଙ୍କା ପାଇଲେ ବହୁତ ଖୁସି ହୋଇଥାନ୍ତି। ରାସ୍ତାରେ ଟଙ୍କା ପାଇବା ସହ ଆଧାତ୍ମିକ ସମ୍ବନ୍ଧ ରହିଛି। ଟଙ୍କାର ପ୍ରତୀକାତ୍ମକ ଅର୍ଥ- ଶକ୍ତି, ଇତିହାସ ଏବଂ ମୂଲ୍ୟରୁ ନିଆଯାଇଥାଏ। ଏହା ଇତିହାସ ସହ ସମ୍ବନ୍ଧ ରହିଛି। କାରଣ ଏହା ଗୋଟେ ହାତରୁ ଅନ୍ୟ ହାତକୁ ଯାଇଥାଏ। ଗୋଟିଏ ନୋଟ କିଛି ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ଟଙ୍କାର ସମ୍ବନ୍ଧ ଶକ୍ତି ଏବଂ ମୂଲ୍ୟ ସହ ରହିଥାଏ।

ଯେଉଁ ବ୍ୟକ୍ତିଙ୍କ ପାଖରେ ଅଧିକ ଧନ-ଦୌଳତ ରରହିଥାଏ ସେ ସେତିକି ଶକ୍ତଶାଳୀ ହୋଇଥାନ୍ତି। ଯେଉଁ ଲୋକମାନଙ୍କୁ ରାସ୍ତାରେ ପଡ଼ିଥିବା ଟଙ୍କା ମିଳିଥାଏ ସେମାନେ ନିଜକୁ ଭାଗ୍ୟଶାଳୀ ଭାବିଥାନ୍ତି। ଅନେକ ଥର ଆଞ୍ଜେଲ୍ସ ଏବଂ ସ୍ପିରିଟ ଜଣାଇବାକୁ ଚେଷ୍ଟା କରିଥାନ୍ତି ଆପଣ ବହୁତ ଖାସ୍ ହୋଇଥିବାରୁ ଅଚାନକ ଟଙ୍କା ମିଳିଥାଏ। ଏହା ବ୍ୟତୀତ ଲୋକମାନଙ୍କୁ ରାସ୍ତାରେ କଏନ ମଧ୍ୟ ମିଳିଥାଏ। କଏନ ମିଳିବାର ଅଲଗା ଅର୍ଥ ରହିଛି। ମାନ୍ୟତା ରହିଛି ଉଦେଶ୍ୟ ଏବଂ ବଳ ନିଜର ବାର୍ତ୍ତା ପଠାଇବା ପାଇଁ କଏନ ବାଛିଥାନ୍ତି।

money (1)ବାସ୍ତୁ ଶାସ୍ତ୍ର ଅନୁଯାୟୀ ଟଙ୍କା ମିଳିବା ସମୟରେ ପ୍ରଥମେ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବା ଆବଶ୍ୟକ। ପ୍ରଥମ କଥା ହେଉଛି ଯେତେବେଳେ ଆପଣ ଟଙ୍କା ପାଉଛନ୍ତି ସେହି ସମୟରେ ଆପଣ କଣ ଭାବୁଛନ୍ତି। ଏଥି ସହ ଆପଣଙ୍କୁ କେଉଁ ପ୍ରକାର ନୋଟ ମିଳିଛି। ଯେଉଁ ନୋଟ ବା କଏନରେ ଗୋଟିଏ ଅଙ୍କ ରହିଥାଏ ବା ଗୋଟେ ଅଙ୍କ ଥିବା କଏନ ମିଳିବାର ଅର୍ଥ ହେଉଛି କୌଣସି ନୂଆ ଜୀବନ ଆରମ୍ଭ କରିବାର ସଂକେତ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.